Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ଜୋତାରେ ହିଁ ଲୁଚି ରହିଛି ଆପଣଙ୍କ ଧନବାନ ହେବାର ରହସ୍ୟ । ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ମନୁଷ୍ୟର ପାଦରେ ଭାଗ୍ୟ ଏବଂ ଦୁର୍ଭାଗ୍ୟ ଉଭୟ ରହିଥାଏ । କେବେବି ଭୁଲରେ ଅନ୍ୟ କାହାରି ଜୋତା ଚପଲ ପିନ୍ଧିବା ଉଚିତ ନୁହେଁ । ତେବେ ଆପଣ ଧାରଣ କରୁଥିବା ଜୋତାର ରଙ୍ଗ ମଧ୍ୟ ଆପଣଙ୍କ ଭାଗ୍ୟକୁ ବଦଳାଇ ପାରେ । ମନୁଷ୍ୟର ଜୋତାରେ ଦୁର୍ଭାଗ୍ୟ ଏବଂ ସୌଭଗ୍ୟ ଲୁଚି ରହିଥାଏ । ଘର ସାମ୍ନାରେ କେବେବି ଜୋତା ଚପଲ ରଖିବା ଉଚିତ ନୁହେଁ । କାରଣ ମାତା ଲକ୍ଷ୍ମୀ କେବେବି ଜୋତା ଚପଲ ଉପର ଦେଇ ଡେଇଁ ଯାଆନ୍ତି ନାହିଁ ।

ଯଦି ଆପଣବି ଅନ୍ୟର ଜୋତା ଚପଲ ଡେଇଁ ଘରକୁ ପ୍ରବେଶ କରନ୍ତି ତେବେ ସେହି ବ୍ୟକ୍ତିର ଦୁର୍ଭାଗ୍ୟ ଆପଣଙ୍କ ଉପରେ ପ୍ରଭାବ ପକାଇଥାଏ । କିମ୍ବା ସାମ୍ନା ବାଲାର ସୌଭଗ୍ୟ ମଧ୍ୟ ଆପଣଙ୍କ ପାଖକୁ ଆସିପାରେ । ତେଣୁ ଭୁଲରେବି କାହାରି ଜୋତା ଚପଲ ଡେଇଁ ଯିବା ଉଚିତ ନୁହେଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ରାଶି ଅନୁଯାୟୀ ବ୍ୟକ୍ତିଙ୍କୁ କେଉଁ ରଙ୍ଗର ଜୋତା ପିନ୍ଧିବା ଉଚିତ ।

୧ . କୁମ୍ଭ ରାଶିର ଲୋକ କିମ୍ବା ଯେଉଁ ବ୍ୟକ୍ତିଙ୍କର ଶନିଦେବ ଇଷ୍ଟଦେବ ହୋଇଥାନ୍ତି , କିମ୍ୱା ଯେଉଁମାନେ ଶନିଦେବଙ୍କୁ ମାନନ୍ତି ସେହି ଲୋକମାନେ ଶନିବାର ଦିନ ନୀଳ ରଙ୍ଗର ଜୋତା ପିନ୍ଧିବା ଉଚିତ । କିମ୍ବା ସେହି ବ୍ୟକ୍ତି ମାନେ କଳା ରଙ୍ଗର ଚପଲ ମଧ୍ୟ ପିନ୍ଧି ପାରିବେ । ଏହି ଦୁଇଟି ରଙ୍ଗ ଶନିଦେବଙ୍କର ପ୍ରିୟ ହୋଇଥାଏ । ତେଣୁ ଆଜୀବନ ଯଦି ଆପଣ ଏହି ଦୁଇଟି ରଙ୍ଗର ଜୋତା ପିନ୍ଧନ୍ତି ତେବେ ଏହା ଅଧିକ ପ୍ରଭାବୀ ହେବ । ଏହାବ୍ୟତୀତ ଶନି ଦେବଙ୍କୁ ମାନୁଥିବା ଲୋକେ ନୀଳ ରଙ୍ଗର ପୋଷାକ ପର୍ସ ସବୁକିଛି ନୀଳ ରଙ୍ଗର ବ୍ୟବହାର କରିବା ଆରମ୍ଭ କରିଦେବା ଉଚିତ ।

୨ . ଯେଉଁ ଲୋକମାନେ ଭଗବାନ ହନୁମାନ ଏବଂ ମଙ୍ଗଳଙ୍କୁ ମାନନ୍ତି , ତେବେ ସେହି ବ୍ୟକ୍ତି ମାନେ ଯଦି ଭାବୁଛନ୍ତି ଯେ ଜୀବନରେ ସବୁବେଳେ ସୁଖ ସମୃଦ୍ଧି ଏବଂ ମଙ୍ଗଳ ବଜାୟ ରହୁ ତେବେ ମଙ୍ଗଳବାର ଦିନ ନାଲି ରଙ୍ଗର ଜୋତା କିମ୍ବା ଚପଲ କିଣି ତାହାକୁ ପିନ୍ଧିବା ଆରମ୍ଭ କରି ଦିଅନ୍ତୁ । ଯେଉଁ ବ୍ୟକ୍ତି ମାନେ ହନୁମାନଙ୍କୁ ମାନୁଛନ୍ତି ସେମାନେ ନିଜର ପୋଷାକ , ଘଡ଼ି , ପର୍ସ ସବୁକିଛି ନାଲି ରଙ୍ଗର ହିଁ ଧାରଣ କରିବା ଉଚିତ । ଦେଖିବେ ଭଗବାନ ହନୁମାନ ଆପଣଙ୍କ ଉପରେ କୃପା ବର୍ଷଣ କରିବେ ଯାହାଦ୍ୱାରା ଆପଣଙ୍କ ଦାରିଦ୍ର୍ୟତା ଦୂରେଇ ଯିବ ।

ସାଧରଣତଃ ମନୁଷ୍ୟର ଜୀବନ ଗ୍ରହର ଚଳନ ଦ୍ୱାରା ହିଁ ଚାଲିଥାଏ । ଆଉ ଏମିତିରେ ଗ୍ରହ ମାନଙ୍କର ରଙ୍ଗ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଗ୍ରହ ମାନଙ୍କର ଭିନ୍ନ ଭିନ୍ନ ରଙ୍ଗ ସହିତ ମନୁଷ୍ୟକୁ ନିଜର ବ୍ୟବହାର କରୁଥିବା ଜୋତାର ରଙ୍ଗ ବଦଳାଇଲେ ମଧ୍ୟ ଗ୍ରହର ଭଲ ପ୍ରଭାବ ପଡ଼ିଥାଏ । ଏହାପରେ ଯେଉଁ ଲୋକ ମାନେ ଭୈରବଙ୍କୁ ମାନନ୍ତି ଏବଂ ତନ୍ତ୍ର ମନ୍ତ୍ର ସହିତ ଜଡ଼ିତ ଅଛନ୍ତି , ଏପରି ବ୍ୟକ୍ତି କଳା ରଙ୍ଗର ଜୋତା ଚପଲ ପିନ୍ଧିବା ଉଚିତ ।

ଯେଉଁମାନେ ଭଗବାନ ବିଷ୍ଣୁଙ୍କୁ ମାନନ୍ତି କିମ୍ବା ବୃହସ୍ପତିଙ୍କୁ ମାନନ୍ତି , କିମ୍ବା ଆକସ୍ମିକ ଧନ ଅର୍ଜନ କରିବାକୁ ଚାହାଁନ୍ତି ସେହି ବ୍ୟକ୍ତି ମାନେ ହଳଦିଆ ରଙ୍ଗର ଜୋତା ଚପଲ ପିନ୍ଧିବା ଆରମ୍ଭ କରିଦେବା ଉଚିତ । କାରଣ ପ୍ରତ୍ୟେକ ହଳଦିଆ ଜିନିଷରେ ଭଗବାନ ବିଷ୍ଣୁ ରହିଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *