Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ପୂର୍ବରୁ ଘରକୁ ଆଣନ୍ତୁ ଏହି ଗୋଟେ ଜିନିଷ, ବର୍ଷସାରା ଆପଣଙ୍କ ଘରେ ହେବ ଧନର ବର୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନଙ୍କୁ ନୂଆବର୍ଷ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ନୂଆବର୍ଷ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ଏବଂ ସମସ୍ତଙ୍କ ମନରେ ଏହି ନୂଆବର୍ଷକୁ ନେଇ ଅନେକ ଉତ୍ସାହ ଭରି ରହିଥାଏ। ଆପଣ ମାନେ ଜାଣିଥିବେ କି, ନୂଆବର୍ଷର ପ୍ରଥମ ଦିନଟି ଶୁଭ ଓ ଆନନ୍ଦମୟ ହୋଇଥାଏ। ଯାହାଫଳରେ ବର୍ଷସାରା ଶୁଭରେ କଟି ଥାଏ।

ସମସ୍ତେ ସୁଖ ସୁବିଧା ଓ ଶାନ୍ତିରେ ରହିବାକୁ ପସନ୍ଦ କରିଥାନ୍ତି। ସମସ୍ତେ ଚାହିଁ ଥାଆନ୍ତି କି, ତାଙ୍କ ପାଖରେ ଧନସମ୍ପତ୍ତି ଭରି ରହୁ। ଏହି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ନୂଆବର୍ଷରେ ଆପଣ କିଛି ଏଭଳି ଉପାୟ କରିବା ଆବଶ୍ୟକ, ଯାହାଫଳରେ ଦେବୀ ଲକ୍ଷ୍ମୀ ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇ ପାରିବେ। କାରଣ ଆପଣ ମାନେ ଜାଣିଥିବେ କି, ଯେଉଁ ଘରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି, ସେଠାରେ କେବେବି ଧନର ଅଭାବ ହୋଇ ନଥାଏ ଏବଂ ସୁଖଶାନ୍ତି ଭରି ରହିଥାଏ। କିନ୍ତୁ ଦେବୀ ଲକ୍ଷ୍ମୀ ସେହି ଘରକୁ ପ୍ରବେଶ କରିଥାନ୍ତି, ଯେଉଁ ଘର ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିଥାଏ।

ତେଣୁ ଆପଣ ପ୍ରତ୍ୟେକଦିନ ନିଜ ଘରକୁ ପରିଷ୍କାର କରନ୍ତୁ, ତାପରେ ଘରର ବାତାବରଣକୁ ସକାରାତ୍ମକ ରଖିବା ପାଇଁ ଘରର ପ୍ରତ୍ୟେକ କୋଣ ଓ ଅନୁକୋଣରେ ସୁବାସିତ ଜଳ ସିଞ୍ଚନ କରନ୍ତୁ। ତାପରେ ସୁବାସିତ ଧୂପ ଲଗାନ୍ତୁ। ଏଭଳି କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହେବା ସହିତ ସକାରାତ୍ମକ ଉର୍ଜାର ସଞ୍ଚାର ହେବ। ଦେବୀ ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ବାସ କରିବେ।

ନୂଆବର୍ଷରେ କେଉଁ ଜିନିଷ ଘରକୁ ଆଣିବା ଦ୍ଵାରା ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।ନୂଆବର୍ଷର ପୂର୍ବଦିନ ଆପଣ ରୁପାର କୌଣସି ବସ୍ତୁ କ୍ରୟ କରି ପାରିବେ। ଏହା ଅତ୍ୟନ୍ତ ଶୁଭ ଅଟେ। ଷ୍ଟିଲ ବାସନ ମଧ୍ୟ ଘରକୁ ଆଣି ପାରିବେ। କାରଣ ଷ୍ଟିଲ ସହିତ ରାହୁ ଓ କେତୁ ଗ୍ରହର ସମ୍ବନ୍ଧ ରହିଛି। ଏହାସହିତ ନୂଆବର୍ଷରେ ଘରକୁ ପିତ୍ତଳ, ତମ୍ବା, ରୂପାର କଇଁଛ ଆଣି ପାରିବେ। ଏଗୁଡିକ ଘରେ ରହିଲେ ପରିବାର ଲୋକଙ୍କର ଭାଗ୍ୟ ବୃଦ୍ଧି ହୋଇଥାଏ ଏବଂ ଆର୍ଥିକ ରୂପରେ ପ୍ରଗତି ହୋଇଥାଏ।

ଦୁନିଆର ସବୁଠାରୁ ଶୁଭ ବସ୍ତୁ ମଧ୍ୟରେ ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତିକୁ ଗଣା ଯାଇଥାଏ। ତେଣୁ ଘରେ ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ରହିଲେ ସୁଖଶାନ୍ତି ବୃଦ୍ଧି ହୋଇଥାଏ। ଏହି ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତିକୁ ଘରର ମୁଖ୍ୟ ଫାଟକ ସାମ୍ନା ଭିତରକୁ ରଖନ୍ତୁ, ଯେପରି ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପ୍ରଥମ ନଜର ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ଉପରେ ପଡିବ।ନୂଆବର୍ଷରେ ଆପଣ ଶଙ୍ଖ, ଗୋମୁଖୀ ଚକ୍ର, ସ୍ଵସ୍ତିକ ଚିହ୍ନ ଆଣନ୍ତୁ। ଯାହାଫଳରେ ଆପଣଙ୍କ ଘରେ ସୁଖଶାନ୍ତି ବୃଦ୍ଧି ହେବା ସହିତ ପରିବାର ଲୋକଙ୍କର ଉନ୍ନତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *