Excuse Me Odisha

ଯାହା କହିବୁ ସତ କହିବୁ

ନୂଆ ବର୍ଷ ଆରମ୍ଭରେ ଘରେ ଲଗାଇ ଦିଅନ୍ତୁ ଏହି ଚାରୋଟି ଗଛ , ପ୍ରାପ୍ତ ହେବ ଅସମାପ୍ତି ଧନ , ବଢ଼ିବ ସମୃଦ୍ଧି :-

ସେୟାର୍ କରନ୍ତୁ

ନୂଆ ବର୍ଷର ଆରମ୍ଭ ସହିତ କିଛି ଗଛ ଘରେ ନିଶ୍ଚିତ ଲଗାଇବା ଉଚିତ । ଏହାଦ୍ବାରା ଘରକୁ ଶାନ୍ତି ଆସିବା ସହିତ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ । ସାଧରଣତଃ ମୟୁର ପର ଗଛ ଖୁବ ଶୁଭ ହୋଇଥାଏ ମାତ୍ର ତାହାକୁ ସବୁବେଳେ ଯୋଡ଼ାରେ ଲଗାଇବା ଉଚିତ । ମାତ୍ର ଗୋଲାପ ଫୁଲ ଗଛରେ କଣ୍ଟା ଥିଲେ ମଧ୍ୟ ତାହାକୁ ଘରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ସେହିଭଳି କ୍ଷୀର ବାହାରୁଥିବା ଗଛକୁ ମଧ୍ୟ ଘରେ ଲଗାଇବା ଅଶୁଭ ହୋଇଥାଏ । ମାତ୍ର ବାସ୍ତୁ ଅନୁଯାୟୀ କିଛି ଗଛ ଘରେ ଲଗାଇବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଥାଏ ।

୧ . ମନୀ ପ୍ଲାଣ୍ଟ :- ଏହି ଗଛକୁ ଆପଣ ନିଜ ଘରର ଦକ୍ଷିଣ ପୂର୍ବ କୋଣରେ ରଖି ପାରିବେ । ଏହାଦ୍ବାରା ଭାଗ୍ୟ ବଢ଼ିଥାଏ । ମନୀ ପ୍ଲାଣ୍ଟକୁ ଏକ ନାଲି ସୂତା ଦ୍ୱାରା ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଧନ ସ୍ଥିର ରହିଥାଏ ।

୨ . ଲଭେଣ୍ଡର ଗଛ :- ଏହି ଗଛକୁ ସାଧରଣତଃ ସୁଗନ୍ଧିତ ଫୁଲ ପାଇଁ ଜଣା ଯାଇଥାଏ । ଏହି ଫୁଲ ମଧ୍ୟ ଅତ୍ୟନ୍ତ ସୁନ୍ଦର ହୋଇଥାଏ । ଏହି ଗଛ ନକରାତ୍ମକକୁ ଦୂରେଇ ଦେଇଥାଏ ଏବଂ ମନରେ ସକାରାତ୍ମକ ଚିନ୍ତାଧାରା ଏବଂ ବିଚାର ଆଣିଥାଏ । ଏହି ଗଛ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

୩ . ଲିଲି ଗଛ :- ସାଧରଣତଃ ପିସ ଲିଲି ଗଛ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । ଏହି ଗଛକୁ ଆପଣ ନିଜ ଶୋଇବା କକ୍ଷରେ ରଖି ପାରିବେ । ଏହାଦ୍ବାରା ଖରାପ ସ୍ୱପ୍ନ ଆସିବ ନାହିଁ ଏବଂ ନିଦ ମଧ୍ୟ ଭଲ ହେବ । ଏହାଦ୍ବାରା ଜୀବନରେ ଖୁସି ବଢ଼ିବ ଏବଂ ଲଢ଼େଇ ଝଗଡ଼ା ମଧ୍ୟ ହେବ ନାହିଁ । ଶୋଇବା କକ୍ଷରେ ଏହି ଗଛ ରଖିଲେ ସବୁବେଳେ ଜୀବନରେ ଖୁସି ବଜାୟ ରହିଥାଏ ।

ଏହା ନକରାତ୍ମକତାକୁ ହଟାଇ ଥାଏ ଏବଂ ଏହି ଗଛ ଦ୍ୱାରା ପୋକ ଜୋକ ମଧ୍ୟ ଘରକୁ ଆସନ୍ତି ନାହିଁ । ଯଦି ଆପଣ ଏହାକୁ କବାଟ ଝରକା ପାଖରେ ରଖନ୍ତି ତେବେ ଏହା ଅମ୍ଳଜାନର ସ୍ରୋତକୁ ବଢ଼ାଇ ଥାଏ । ଏହାବ୍ୟତୀତ ରୁମ ଭିତରେ ଏକ ଶାନ୍ତ ବାତାବରଣ ସୃଷ୍ଟି କରିଥାଏ ।

୪ . ତୁଳସୀ ଗଛ :- ହିନ୍ଦୁ ଧର୍ମରେ ଏହି ଗଛର ଅନେକ ମହତ୍ତ୍ୱ ରହିଛି । ଏହାକୁ ସବୁ ହିନ୍ଦୁ ଘରର ସାମ୍ନାରେ ଲଗାଇବାର ବିଧାନ ରହିଛି । ପୁଣି ଏହି ଗଛ ସବୁଠାରୁ ଅଧିକ ମାତ୍ରାରେ ଅକ୍ସୀଜେନ ବିକିରଣ କରିଥାଏ । ସେଥିପାଇଁ ଏହି ଗଛକୁ ସବୁ ଘରେ ଲଗାଇବା ଉଚିତ । ତୁଳସୀ ଗଛରେ ନାଲି ସୂତା ବାନ୍ଧିଲେ ଲକ୍ଷ୍ମୀ ସ୍ଥିର ରହିଥାଏ ।

୫ . ଅଶୋକ ଗଛ :- ଏହାକୁ ଘରର ମୁଖ୍ୟଦ୍ୱାରର ଆଖପାଖରେ ଲଗାଇ ପାରିବେ । ଏହା ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟକୁ ଦୂର କରିଥାଏ । ଅଧିକ ଚିନ୍ତାରେ ଥିବା ବ୍ୟକ୍ତି ଯଦି ଏହି ଗଛକୁ ଛୁଇଁ ଦିଏ ତେବେ ତାର ସବୁ ଚିନ୍ତା ଦୂର ହୋଇଯାଏ ।

୬ . ହଳଦୀ ଗଛ :- ଯଦି ଆପଣ ହଳଦୀ ଗଛ ଘରେ ଲଗାନ୍ତି ତେବେ ଏହି ଗଛର ବୃଦ୍ଧି ସହିତ ଆପଣଙ୍କ ଘରେ ମଧ୍ୟ ସୁଖ ସମୃଦ୍ଧି ବୃଦ୍ଧି ହେବ । ଏହାଦ୍ବାରା ନକରାତ୍ମକ ଶକ୍ତି ଆପଣଙ୍କ ଜୀବନ ଠାରୁ ସବୁବେଳେ ଦୂରେଇ ରହେ । ହଳଦୀ ଗଛ ଲଗାଇବା ଦ୍ୱାରା ଆପଣଙ୍କ ଜାତକ ମରେ ବୃହସ୍ପତି ମଧ୍ୟ ମଜବୁତ ହୋଇଥାଏ ।

୭ . ଶମୀ ଗଛ :- ଏହି ଗଛକୁ ଘର ଭିତରେ ଲଗାଇବା ଉଚିତ ନୁହେଁ । କିନ୍ତୁ ଏହାକୁ ଆପଣ ମୁଖ୍ୟଦ୍ୱାର ପାଖରେ ଲଗାଇ ପାରିବେ । ଏହି ଗଛ ଜୀବନରେ ଦୁଃଖ କଷ୍ଟକୁ ଦୂର କରିଥାଏ ଏବଂ ସବୁ ସମସ୍ୟାକୁ ଦୂର କରିଥାଏ । ଯଦି ଆପଣ ଘରେ ଶମୀ ଗଛ ଲଗାଉଛନ୍ତି ତେବେ ସନ୍ଧ୍ୟା ସମୟରେ ସୋରିଷ ତେଲ ଦୀପ ନିଶ୍ଚୟ ଜଳାନ୍ତୁ ।

୮ . ଡାଳିମ୍ବ ଗଛ :- ଏହି ଗଛ ଘରେ ଲଗାଇଲେ କରଜରୁ ମୁକ୍ତି ମିଳିଥାଏ । ଯଦି ଡାଳିମ୍ବ ଫୁଲକୁ ମହୁରେ ବୁଡ଼ାଇ ଶିବଲିଙ୍ଗରେ ଅର୍ପିତ କରାଯାଏ ତେବେ ତିନି ଦିନ ମଧ୍ୟରେ କରଜ ସମସ୍ୟା ଦୂରେଇ ଯାଏ । ଏହି ଗଛ ଜୀବନରେ ଧନ ଏବଂ ସମୃଦ୍ଧି ଆଣିଥାଏ । ଏହାବ୍ୟତୀତ ଗ୍ରହ ଦୋଷ ମଧ୍ୟ ଦୂରେଇ ଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *