Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନେ ଘରେ ଝାଡୁ ପୋଛା ଲଗାଇବା ସମୟରେ ଏହି ଖାସ କଥା ଉପରେ ଧ୍ୟାନ ଦିଅନ୍ତୁ। ନଚେତ ଘରକୁ ମାଡି ଆସିଥାଏ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘର ପରିଷ୍କାର ପରିଚ୍ଛନ୍ନ ରହିଲେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। କାରଣ ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ସ୍ଥାନ ବହୁତ ପସନ୍ଦ ହୋଇଥାଏ। ଶାସ୍ତ୍ରରେ ଝାଡ଼ୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ। କିନ୍ତୁ ଅଧିକାଂଶ ଲୋକେ ଘରେ ପୋଛା ଲଗାଇବା ସମୟରେ କିଛି ଏଭଳି ଭୁଲ କରିଥାନ୍ତି, ଯାହାଦ୍ଵାରା ଘରେ ଦାରିଦ୍ର୍ୟତା ବାସ କରିଥାଏ। ଧନ ଆସିବା ବଦଳରେ ଧନହାନୀ ହୋଇଥାଏ। ଏଭଳି ଭୂଲ ଯୋଗୁଁ ବାସ୍ତୁ ଦୋଷ ଉତ୍ପନ୍ନ ହେବା ସହିତ ରାହୁ ଓ କେତୁ ଗ୍ରହର ଖରାପ ପ୍ରଭାବ ପଡିଥାଏ। ଯାହାଫଳରେ ଘରେ ଅନେକ ସମସ୍ୟା ସୃଷ୍ଟି ହେବା ସହିତ ଦାରିଦ୍ର୍ୟତା ବାସ କରିଥାଏ।

ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ପୋଛା ଲଗାନ୍ତୁ। ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ। ବୈଜ୍ଞାନିକ ମାନଙ୍କ ମତରେ ଘରେ ଲୁଣ ମିଶା ପାଣିରେ ପୋଛା ଲଗାଇବା ଦ୍ଵାରା ପରିବାର ଲୋକଙ୍କୁ କୌଣସି ରୋଗ ହୋଇ ନଥାଏ ଏବଂ ସମସ୍ତ ଜୀବାଣୁ ନାଶ ହୋଇଥାନ୍ତି। ମଙ୍ଗଳବାର ଓ ଗୁରୁବାର ଦିନ ଘର ପୋଛା ଲଗାନ୍ତୁ ନାହିଁ। ପରିବାରରେ ତିନି ଜଣ ମହିଳା ଏକାସହିତ ଝାଡୁ ଲଗାଇବା ଉଚିତ ନୁହେଁ, ଏହାଦ୍ବାରା କଳି ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

କିଛି ଲୋକେ ଛୋଟ ପିଲାଙ୍କ ଦ୍ଵାରା ଘର କାମ କରାଇ ଥାଆନ୍ତି। ଏଭଳି କରିବା ଉଚିତ ନୁହେଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ଘରେ ପୋଛା ଲଗାଉଛନ୍ତି, ତାହେଲେ ଦ୍ବିପ୍ରହର ପରେ ଲଗାନ୍ତୁ ନାହିଁ। ସକାଳ ସମୟରେ ଆପଣ ନିଜ ଘରେ ଝାଡୁ ପୋଛା ଲଗାନ୍ତୁ। ଏଭଳି କରିବା ଦ୍ଵାରା ଘରୁ ନକାରାତ୍ମକ ଉର୍ଜା ଦୂର ହୋଇ ସକାରାତ୍ମକ ପ୍ରଭାବ ପଡିଥାଏ।

କେବେବି କୌଣସି ପଶୁଜନ୍ତୁଙ୍କୁ ଝାଡୁରେ ବାଡେଇବା ଉଚିତ ନୁହେଁ। ନଚେତ ପାପ ଲାଗିଥାଏ, କାରଣ ପ୍ରତ୍ୟେକ ଜୀବଜନ୍ତୁଙ୍କ ମଧ୍ୟରେ ଈଶ୍ୱର ରହିଥାନ୍ତି। ରୋଗୀ ବା ଗର୍ଭବତୀ ମହିଳା କେବେବି ଘରେ ଝାଡୁ ପୋଛା ଲଗାଇବା ଉଚିତ ନୁହେଁ। ମହିଳା ମାନେ ନିଜ ମାସିକ ଧର୍ମ ସମୟରେ ଠାକୁର ପୂଜା କରିବା ଉଚିତ ନୁହେଁ ଏବଂ ଘରେ ଝାଡୁ କରିବା ଉଚିତ ନୁହେଁ। ଘରେ ପୋଛା ଲଗାଇବା ପରେ ଏହାକୁ ଭଲଭାବରେ ଧୋଇ ଶୁଖାଇ ଦିଅନ୍ତୁ। ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ତେଣୁ ଏଭଳି ଭୂଲ କରିବା ଅନୁଚିତ। ନଚେତ ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ।

ଯଦି ଆପଣ ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାକୁ ଚାହୁଁଛନ୍ତି ବା ଖରାପ ନଜରକୁ ଦୂର କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ଘରେ ପୋଛା ଲଗାଇବା ସମୟରେ ସେଥିରେ ଅଳ୍ପ ନିମ ପତ୍ର ପକାଇ ଦିଅନ୍ତୁ। ନିମ ପତ୍ର ଘରେ ସକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ। ଯଦି ଆପଣ ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଏବଂ ବାଣିଜ୍ୟ ବ୍ୟବସାୟରେ ବୃଦ୍ଧି ହେବା ପାଇଁ ଚାହୁଁଛନ୍ତି, ତାହେଲେ ଘରେ ରହିଥିବା ଝାଡୁକୁ ସର୍ବଦା ଶୁଆଇ ରଖନ୍ତୁ ଏବଂ ପାଦ ବାଜି ଗଲେ ପ୍ରଣାମ କରନ୍ତୁ। ଝାଡ଼ୁକୁ କେବେବି କୃଷ୍ଣ ପକ୍ଷରେ କ୍ରୟ କରନ୍ତୁ ନାହିଁ, ନଚେତ ଏହା ବିପତ୍ତିର କାରଣ ହୋଇପାରେ। ତେଣୁ ଏହିସବୁ କଥା ଉପରେ ଧ୍ୟାନ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *