Excuse Me Odisha

ଯାହା କହିବୁ ସତ କହିବୁ

ଏହି ତିନି ଜଣ ଲୋକଙ୍କ ପ୍ରାର୍ଥନା ଭଗବାନ କେବେ ଶୁଣନ୍ତି ନାହିଁ । ସେହି ଘରେ ସବୁବେଳେ ରହିଥାଏ ଦାରିଦ୍ର୍ୟତା :-

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଥିବା ପରମ୍ପରାକୁ ଆଜି ସୁଦ୍ଧାବି ଅନେକ ଲୋକ ମାନନ୍ତି ନାହିଁ । ମାତ୍ର ଆଉ କିଛି ଲୋକ ଏହାକୁ ବିଶ୍ୱାସ କରନ୍ତି । ମାତ୍ର ଏସବୁ ପରମ୍ପରା ପଛରେ କିଛି କାରଣ ମଧ୍ୟ ରହିଛି । ଶାସ୍ତ୍ରରେ ବ୍ୟକ୍ତିର ବିବାହ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପରମ୍ପରା ରହିଛି । ଯେମିତିକି ଦୈନିକ ଦିନଚର୍ଯ୍ୟା କିମ୍ବ ଅଭ୍ୟାସରେ ମଧ୍ୟ ଅନେକ ପରମ୍ପରା ରହିଛି ।

ତେବେ ଯଦି ମନୁଷ୍ୟ ବାସ୍ତୁ ଶାସ୍ତ୍ରର ଏହି କିଛି ନୀତି ନିୟମ ପରମ୍ପରାକୁ ଠିକ ଭାବରେ ମାନି ଚାଲେ ତେବେ ସେ ଦରିଦ୍ର୍ୟରୁବି କୋଟିପତି ହୋଇ ପାରିବ । ମାତ୍ର କିଛି ଭୁଲ କାରଣରୁ ଭଗବାନଙ୍କ କ୍ରୋଧର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ । ବିନା କିଛି ବୁଝା ସୁଝାରେ ଯଦି ବ୍ୟକ୍ତି କିଛି ବାସ୍ତୁ ନିୟମର ଉଲଂଘନ କରେ ତେବେ ତାକୁ ଭଗବାନଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ।

ଦୁନିଆରେ ଅନେକ ଲୋକଙ୍କ ଜୀବନ ଅକାରଣେ ବାସ୍ତୁ ଜନିତ କିଛି ଭୁଲ କାରଣରୁ ନଷ୍ଟ ହୋଇଯାଏ । ଯେଉଁ ସବୁ ଭୁଲର ସମାଧାନ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

୧ . ବଇଁଶୀ:-

ବାସ୍ତୁ ଦୋଷ ଦୂର କରିବା ପାଇଁ ବଇଁଶୀ ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ଘରେ ରୂପାର ବଇଁଶୀ ରଖିବା ଉଚିତ । ଏହାଦ୍ୱାରା ଘରେ ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାଦ୍ବାରା ବାସ୍ତୁ ଦୋଷ ଠିକ ରହିଥାଏ , ମାତା ଲକ୍ଷ୍ମୀ ପ୍ରସନ୍ନ ରହନ୍ତି ଏବଂ ଘରକୁ ଧନର ଆଗମନ ହୋଇଥାଏ ।

୨ . ଶଙ୍ଖ:-

ଶଙ୍ଖ ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଦୂର କରିହୁଏ । ଯେଉଁ ସ୍ଥାନରେ ଶଙ୍ଖ ଥାଏ ସେହି ସ୍ଥାନର ଆଖପାଖ ସ୍ଥାନ ମଧ୍ୟ ବିଶୁଦ୍ଧ ହୋଇଯାଏ । ଯେଉଁ ଘରେ ମାତା ଲକ୍ଷ୍ମୀଙ୍କ ହାତରେ ଶୋଭା ପାଉଥିବା ଦକ୍ଷିଣାବର୍ତ୍ତି ଶଙ୍ଖ ଥାଏ ସେହି ଘରେ ମାତା ଲକ୍ଷ୍ମୀ ସର୍ବଦା ବାସ କରନ୍ତି । ଶଙ୍ଖକୁ ନିୟମିତ ନାଲି କପଡ଼ାରେ ଗୁଡ଼ାଇ ପୂଜା ସ୍ଥାନରେ ରଖିବା ଉଚିତ । ଏହାଦ୍ବାରା ଘରର ବାତାବରଣ ସକାରାତ୍ମକ ରହିଥାଏ । ତେବେ ପ୍ରତ୍ୟେକ ଦିନ ଭଗବାନଙ୍କ ପୂଜା ସହିତ ସେହି ଶଙ୍ଖକୁ ମଧ୍ୟ ପୂଜା କରିବା ଉଚିତ ।

୩ . ଦେବୀ ଲକ୍ଷ୍ମୀ କିମ୍ବା କୁବେରଙ୍କ ମୂର୍ତ୍ତି:-

ଉଭୟ ମାତା ଲକ୍ଷ୍ମୀ ଏବଂ ଭଗବାନ କୁବେର ଧନର ଦେବୀ ଅଟନ୍ତି । ମାତ୍ର ଏହି ଦୁଇ ମୂର୍ତ୍ତିକୁ ମିଳିତ ଭାବରେ ଘରେ ରଖିଲେ ଧନରେ ଅବିବୃଦ୍ଧି ହୋଇଥାଏ । କୁବେର ମହାରାଜ ଉତ୍ତର ଦିଗର ସ୍ୱାମୀ ଅଟନ୍ତି । ତେଣୁ ତାଙ୍କୁ ଉତ୍ତର ଦିଗରେ ମୂର୍ତ୍ତି ରଖିବା ଉଚିତ ।

୪ . କର୍ପୂର :-

ଘରେ ଧନର ଅବିବୃଦ୍ଧି ପାଇଁ ଏବଂ ଅଧିକ ଲାଭ ପାଇଁ ଘରେ ନିୟମିତ କର୍ପୁର ଜଳାନ୍ତୁ । ଏହାଦ୍ବାରା ଘରେ ଥିବା ନକରାତ୍ମକ ଶକ୍ତିର ନାଶ ହେବା ସହିତ ଧନରେ ମଧ୍ୟ ବୃଦ୍ଧି ହେବ । ଏହାଦ୍ୱାରା ବିଗିଡ଼ି ଯାଇଥିବା କାମ ମଧ୍ୟ ଧୀରେ ଧୀରେ ସୁଧୁରିବାରେ ଲାଗିଥାଏ ।

୫ . ଗଣେଶ ମୂର୍ତ୍ତି:-

ଧନ ଏବଂ ଆୟରେ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଘରେ ଭଗବାନ ଗଣେଶଙ୍କ ମୂର୍ତ୍ତି ନିଶ୍ଚୟ ରଖିବା ଉଚିତ । ଏପରି ରଖିବା ଉଚିତ ଯେମିତି ମୁଖ ଘରର ଦ୍ୱାରା ଦିଗକୁ ରହିବ । ସକାଳୁ ଉଠି ଭଗବାନ ଗଣେଶଙ୍କୁ ନିଶ୍ଚୟ ପ୍ରଣାମ କରନ୍ତୁ । ଏହାଦ୍ବାରା ଆପଣଙ୍କର ବିଗିଡ଼ି ଯାଇଥିବା କାମ ସମ୍ପୂର୍ଣ୍ଣ ହୋଇଯାଏ । ଏହାସହିତ ଧନର ଅଭାବ ମଧ୍ୟ ହୁଏ ନାହିଁ ।

ଏହି ଲୋକଙ୍କ ଉପରେ ସବୁବେକେ କ୍ରୋଧିତ ହୁଅନ୍ତି ଭଗବାନ:-

୧ . ଘର କଥା ବୁଝୁ ନଥିବା ଲୋକ:-

ଯେଉଁ ବ୍ୟକ୍ତି ଘରର ଠିକ ଭାବରେ ଦେଖା ଶୁଣା କରି ନଥାଏ ତାକୁ କେବେବି ଧନର ଆବଶ୍ୟକତା ନଥାଏ । ତେଣୁ ସେଭଳି ବ୍ୟକ୍ତି ଉପରେ ଭଗବାନଙ୍କ କୃପା ଆଦୋୖ ରହେ ନାହିଁ । ଦାରିଦ୍ର୍ୟତାର ଏହା ସବୁଠାରୁ ବଡ଼ କାରଣ ଅଟେ ।

୨ . ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ପୋଛା ମାରିବା ଉଚିତ ନୁହେଁ । ଏହାଦ୍ବାରା ବାସ୍ତୁ ଦୋଷ ଲାଗିଥାଏ । ନୂଆ ଝାଡ଼ୁ ଆପଣ ଚାହିଁଲେ ଗୁରୁବାର ଦିନ ଆଣି ପାରିବେ । ସର୍ବଦା ଉତ୍ତର ଦିଗରୁ ହିଁ ପୋଛା ଲଗାଇବା ଉଚିତ । ଏହାଦ୍ବାରା ଘରର ସକାରାତ୍ମକ ଶକ୍ତି ବହାରକୁ ଯାଏ ନାହିଁ ।

୩ . ଅଇଁଠା ବାସନ ଅନେକ ମହିଳା ରାତିରେ ଛାଡ଼ି ଦେଇଥନ୍ତି । ଯାହାକି ବାସ୍ତୁ ଦୋଷ ଉତ୍ପନ୍ନ କରିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ରୁସ୍ଟ ହୋଇ ଯାଆନ୍ତି ଏବଂ ସେହି ଘରେ ସବୁବେଳେ ଅର୍ଥ ଜନିତ ସମସ୍ୟା ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *