Excuse Me Odisha

ଯାହା କହିବୁ ସତ କହିବୁ

ହେବ ଧନର ବର୍ଷା। ଧନଭଣ୍ଡାର ଘରେ ରଖନ୍ତୁ ଏହି ତିନୋଟି ଖାସ ଜିନିଷ ମଧ୍ୟରୁ ଗୋଟିଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ମନୁଷ୍ୟ ସୁଖ ସୁବିଧାରେ ରହିବାକୁ ପସନ୍ଦ କରି ଥାନ୍ତି। ଏହାସହିତ ସମସ୍ତଙ୍କର ଇଛା ରହିଥାଏ କି, ତାଙ୍କ ଘରର ଧନ ଭଣ୍ଡାର ସର୍ବଦା ଭରି ରହି ଥାଉ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ସେମାନଙ୍କ ପରିବାର ଉପରେ ରହି ଥାଉ।

କିନ୍ତୁ ଅନେକ ସମୟରେ ମନୁଷ୍ୟ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ପାରି ନଥାଏ। ଏଥିରେ ଅନେକ ବାସ୍ତୁ କାରଣ ମଧ୍ୟ ରହିଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଆପଣ ନିଜ ଧନଭଣ୍ଡାର ଘରେ କେଉଁ ଜିନିଷ ରଖିଲେ କେବେବି ଧନର ଅଭାବ ହେବ ନାହିଁ।

ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଧନଭଣ୍ଡାର ଘରକୁ କେବେବି ଖାଲି ରଖିବା ଉଚିତ ନୁହେଁ। ସେଥିରେ କୌଣସି ନା କୌଣସି ଗୋଟେ ଜିନିଷ ରଖିବା ଉଚିତ। ଏଭଳି କରିବା ଦ୍ଵାରା ଧନରେ ବୃଦ୍ଧି ହୋଇଥାଏ। ଆପଣ ଅର୍ଥ ରଖୁଥିବା ସ୍ଥାନରେ କଉଡ଼ି ବା ଶ୍ରୀଯନ୍ତ୍ର ରଖି ପାରିବେ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କ ଉପରେ ରହିବ। ପରିବାର ଲୋକଙ୍କର ଉନ୍ନତି ହେବା ସହିତ ବାଣିଜ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ।

ସୁପାରି ବା ଗୁଆ :-

ବାସ୍ତୁ ଶାସ୍ତ୍ର ଅନୁସାରେ ଗୁଆର ଅଧିକ ମହତ୍ତ୍ଵ ରହିଛି। ଅନେକ ପୂଜାକାର୍ଯ୍ୟ ଓ ଯଜ୍ଞ ଅନୁଷ୍ଠାନରେ ଗୁଆ ପ୍ରୟୋଗ ହୋଇଥାଏ। ଗୁଆକୁ ଦେବୀ ପାର୍ବତୀ ଏବଂ ପ୍ରଭୁ ଶ୍ରୀଗଣେଶଙ୍କ ସହିତ ବ୍ରହ୍ମଦେବ, ଯମଦେବ, ବରୁଣ ଦେବ, ଇନ୍ଦ୍ରଦେବଙ୍କ ପ୍ରତୀକ ମାନା ଯାଇଥାଏ। ତେଣୁ ଛୋଟ ଗୁଆକୁ ଠାକୁର ଘରେ ପୂଜାର୍ଚ୍ଚନା କରି ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ବାସ କରିବେ ଏବଂ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ହଳଦୀ ଖଣ୍ଡ :-

ହଳଦୀକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ। ପ୍ରତ୍ୟେକ ପୂଜାକାର୍ଯ୍ୟ ଓ ଯଜ୍ଞ ଆଦିରେ ହଳଦୀ ବ୍ୟବହାର କରାଯାଇଥାଏ। ହଳଦୀ ମଧ୍ୟରେ ଔଷଧୀୟ ଗୁଣ ଭରପୁର ପରିମାଣରେ ରହିଛି। ଏହାକୁ ଅନେକ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଆପଣ ଧନ ବୃଦ୍ଧି କରିବା ପାଇଁ ହଳଦୀକୁ ନେଇ ଖାସ ପ୍ରୟୋଗ କରନ୍ତୁ। ଧନ ରଖୁଥିବା ସ୍ଥାନରେ ବା ଧନଭଣ୍ଡାର ଘରେ ଖଣ୍ଡ ହଳଦୀ ରଖି ଦିଅନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହେବା ସହିତ ଆର୍ଥିକ ଅଭାବ ଦୂର ହୋଇଯିବ।

ଭୋଜପତ୍ର :-

ଅଖଣ୍ଡିତ ଭୋଜ ପତ୍ରକୁ ନେଇ ଆପଣ ନିଜର ଆର୍ଥିକ ସମସ୍ୟାକୁ ଦୂର କରି କରିବେ। ଏଥିପାଇଁ ଆପଣ ଲାଲ ଚନ୍ଦନକୁ ପାଣିରେ ଗୋଳେଇ ଦିଅନ୍ତୁ। ତାପରେ ମୟୂର ପର ସାହାଯ୍ୟରେ ଭୋଜ ପତ୍ରରେ ” ଶ୍ରୀ ” ଲେଖନ୍ତୁ। ଏହାପରେ ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇଯିବ ଏବଂ ବ୍ୟବସାୟରେ ପ୍ରଗତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *