Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଏହି ସ୍ଥାନରେ ରଖି ଦିଅନ୍ତୁ ଲଙ୍କା, ରାତାରାତି ଆପଣଙ୍କ ଭାଗ୍ୟ ଚମକି ଉଠିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କଣ ଆପଣ ଜାଣିଛନ୍ତି ଖାଦ୍ୟର ସ୍ବାଦ ବଢ଼ାଉଥିବା ଲଙ୍କା ଆପଣଙ୍କ ଭାଗ୍ୟ ଉଦୟ କରିପାରେ। ରୋଷେଇ ଶାଳରେ ବ୍ୟବହାର ହେଉଥିବା ଲଙ୍କା ଖାଦ୍ୟକୁ ସ୍ଵାଦିଷ୍ଟ କରିବା ସହିତ ଜ୍ୟୋତିଷ ଶାସ୍ତ୍ରର ତନ୍ତ୍ର ସାଧନ କାର୍ଯ୍ୟରେ ମଧ୍ୟ ପ୍ରୟୋଗ ହୋଇଥାଏ। ଆଜି ଆମେ ଆପଣଙ୍କୁ ଲଙ୍କାର କିଛି ବିଶେଷ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ନିଜ ଜୀବନର ସମସ୍ୟାରୁ ମୁକ୍ତି ପାଇ ପାରିବେ। ଏହି ଖାସ ଉପାୟ ଆପଣ ମଙ୍ଗଳବାର ଦିନ କରିବା ଆବଶ୍ୟକ।

ଯଦି ଆପଣ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି ବା ବ୍ୟାପାର ଓ ବ୍ୟବସାୟରେ ଆପଣଙ୍କୁ କ୍ଷତି ସହିବାକୁ ପଡୁଛି, ତାହେଲେ ଆପଣ ମଙ୍ଗଳବାର ଦିନ ପାଞ୍ଚଟି ଲାଲ ଲଙ୍କା ନିଅନ୍ତୁ। ଏହାକୁ ଗୋଟେ ଲାଲ ସୂତାରେ ବାନ୍ଧି ଦେଇ ଘରର ମୁଖ୍ୟ ଫାଟକ ସାମ୍ନାରେ ବାନ୍ଧି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଧନ ପ୍ରାପ୍ତିର ସ୍ରୋତରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ। ଆପଣ ମାନେ ଦେଖିଥିବେ କି ନଜର ନ ଲାଗିବା ପାଇଁ ଲେମ୍ବୁ ଓ ଲଙ୍କା ପ୍ରାୟତଃ ଦୋକାନ ବା ଘରେ ମଧ୍ୟ ବନ୍ଧା ଯାଇଥାଏ।

ତେଣୁ ଆପଣ ମଙ୍ଗଳବାର ଦିନ ଲେମ୍ବୁ ଓ ଲାଲ ଲଙ୍କା ବାନ୍ଧି ଘରର ମୁଖ୍ୟ ଦୁଆର ବାମ ପଟରେ ବାନ୍ଧି ଦିଅନ୍ତୁ। ଏହାଦ୍ବାରା ପରିବାର ଲୋକଙ୍କର ମଙ୍ଗଳ ହୋଇଥାଏ। ଆଉ ଏକ ଖାସ ଉପାୟ ମଧ୍ୟ ଆପଣ କରି ପାରିବେ। ମଙ୍ଗଳବାର ଦିନ ରାତିରେ ଶୋଇବା ପୂର୍ବରୁ ଗୋଟେ ପାତ୍ରରେ ପାଣି ନେଇ ସେଥିରେ ଶୁଖିଲା ଲାଲ ଲଙ୍କାର ୨୧ ଗୋଟି ଦାନା ପକାଇ ରଖି ଦିଅନ୍ତୁ। ସକାଳୁ ଉଠି ସେହି ପାଣିକୁ ନିଜ ମୁଣ୍ଡ ଉପର ଦେଇ ବୁଲାଇ ବାହାରେ ସେହି ପାଣିକୁ ପକାଇ ଦିଅନ୍ତୁ।

ଲାଲ ଲଙ୍କାର ଏହି ଉପାୟ ଶତ୍ରୁ ମାନଙ୍କୁ ପରାସ୍ତ କରିବା ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ। ଯଦି ଆପଣଙ୍କୁ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ନାହାଁନ୍ତି ତାହେଲେ ନିଶ୍ଚିତ ଭାବରେ ଏହି ଉପାୟ କରନ୍ତୁ। ମଙ୍ଗଳବାର ଦିନ ଆପଣ ପାଞ୍ଚଟି ଲାଲ ଲଙ୍କା, ଅଳ୍ପ ସୋରିଷ ଦାନା, ଅଳ୍ପ ଲୁଣ ନିଅନ୍ତୁ। ଏହାକୁ ନେଇ ଆପଣ ନିଜ ଶତ୍ରୁଙ୍କ ନାମ କହି ଘର ବାହାରେ ଫିଙ୍ଗି ଦିଅନ୍ତୁ।

ଯଦି ଘରେ କ୍ଳେଶ, ବାଦବିବାଦ ବଢ଼ି ଯାଇଛି ଏବଂ ପରିବାରର ପ୍ରଗତିରେ ବାଧା ସୃଷ୍ଟି ହେଉଛି, ତାହେଲେ ଗୋଟେ ପାତ୍ରରେ ଜଳ ନେଇ ସେଥିରେ ଲାଲ ଲଙ୍କାର ମଞ୍ଜି ପକାଇ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ସିଞ୍ଚନ କରନ୍ତି। ଏହାଦ୍ବାରା ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *