Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ରେ ଉଠିଯାଏ ଏହି ଜିନିଷ ତ ଲୁଚେଇକି ରଖିଦିଅନ୍ତୁ ମା ଲକ୍ଷ୍ମୀ ଙ୍କୁ ଆପଣଙ୍କ ଘରକୁ ଆସିବାକୁ ହିଁ ପଡିବ |

ସେୟାର୍ କରନ୍ତୁ

ଭରତ ବର୍ଷରେ ତୁଳସୀ ଗଛ ଅନେକ ବର୍ଷ ହେବ ଲାଗି ଆସୁଛି | ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ୱ ରହିଛି | ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଦେବୀଙ୍କ ପରି ପୂଜା କରାଯାଏ | ତୁଳସୀ ଗଛକୁ ପ୍ରତିଦିନ ଦେଖିବାରେ ଅନେକ ପାପ ମଧ୍ୟ ନଷ୍ଟ ହୋଇଯାଏ ବୋଲି ବିଶ୍ୱାସ କରାଯାଏ | ସେ ପୂଜା-ପାଠ ହେଉ କିମ୍ବା ଶ୍ରାଦ୍ଧ ସବୁଥିରେ ତୁଳସୀ ପତ୍ର ବ୍ୟବହୃତ ହୋଇଥାଏ | ତୁଳସୀ ପତ୍ର ଦ୍ୱାରା ପୂଜା କରିବା ଦ୍ୱାରା ସମସ୍ତ ପୂଜା, ଯଜ୍ଞ, ଆଦି ସମସ୍ତ ଶୁଭ କାର୍ଯ୍ୟ ସଫଳ ହୋଇଥାଏ ବୋଲି କୁହାଯାଏ | ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁ ଏବଂ ଶ୍ରୀକୃଷ୍ଣଙ୍କ ପୂଜାକୁ ଅଧୁରା ବୋଲି କୁହାଯାଇଥାଏ |

ତୁଳସୀ ଗଛ ଲଗେଇବା ଏବଂ ତୁଳସୀ ଗଛର ଭଲ ରେ ଯତ୍ନ ନେବା ଦ୍ୱାରା ମାତା ଲଷ୍ମୀ ଆମ ଉପରେ ଖୁସି ହୋଇ ଆମକୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି | ଏବଂ ତୁଳସୀକୁ ପୂଜା କରିବା ଦ୍ୱାରା ଘରେ ସବୁବେଳେ ସୁଖ ସମୃଦ୍ଧି ଭରି ହୋଇ ରହିଥାଏ | ଏମିତି ବିଶ୍ୱାସ କରାଯାଏ ଯେ ଯେଉଁ ଘରେ ମାତା ତୁଳସୀ ଗଛକୁ ପୂଜା କରାଯାଏ ସେହି ଘରେ ବସ୍ତୁ ଦୋଷ ରହିନଥାଏ | ଏବଂ ସବୁବେଳେ ତୁଳସୀ କୁ ଘରର ଉତ୍ତର-ପୂର୍ବ ଦିଗରେ ହି ଲଗେଇବା ଉଚିତ |

ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଦ୍ୱାରା କିଛି ବିଶେଷ ପ୍ରକାରର ଉପାୟ | ଯାହା କରିବା ଦ୍ୱାରା ଆପଣଙ୍କ ଜୀବନରେ କୋୖଣସି ପ୍ରକାରର ସମସ୍ୟା ରହିନଥାଏ | ଏହି ଉପାୟ ଗୁଡ଼ିକ ମଧ୍ୟରୁ କୋୖଣସି ବି ଉପାୟ ଆପଣଙ୍କ ଜୀବନର ସବୁ ଦୁଃଖ ଏବଂ କଷ୍ଟକୁ ଦୂର କରିଥାଏ |

ଯଦି କାହାରିକୁ ଅନ୍ୟ କାହାର ନଜର ଲାଗିଯାଇଥିବ ନଚେତ ଯଦି କେହି ଅନେକ ଦିନ ଧରି ବେମାର ଅଛନ୍ତି ତେବେ ଏମିତି ସମୟରେ ଆପଣ 7ଟି ତୁଳସୀ ପତ୍ର ଏବଂ 7ଟି କଳା ଲଙ୍କା ନେଇ ସେଇ ପଡିତଞ୍ଜ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ 21 ଧର ବୁଲେଇ ଆଣନ୍ତୁ | ଏହି କାର୍ଯ୍ୟ କରିବା ବେଳେ ଆପଣ ଭଗବାନ ବିଷ୍ଣୁଙ୍କର ଦ୍ୱାଦଶ ମନ୍ତ୍ର ନିଶ୍ଚିତ ପାଠ କରନ୍ତୁ | ଏହା ପରେ ସେହି ତୁଳସୀ ପତ୍ରକୁ ହାତରେ ମକଚିକୁ ତାଙ୍କୁ ଢ଼ୋକିଦେବାକୁ କୁହନ୍ତୁ | ଏମିତି କରିବା ଦ୍ୱାରା ସମସ୍ତ ଖରାପ ନଜର ଲଗଇନଥାଏ |

ଯଦି ଆପଣଙ୍କ ଜୀବନରେ ଅଶାନ୍ତି ଲାଗିରହିଥାଏ | ତେବେ ଆପଣ ବୁଧବାର ଦିନ ହଳଦୀ ରଙ୍ଗର ପୋଷକ ପିନ୍ଦି ହଳଦୀ ଚନ୍ଦନ ମୁଣ୍ଡରେ ଧାରଣ କରି ଘରକୁ ଗୋଟେ ତୁଳସୀ ଗଛ ନେଇ ଆସନ୍ତୁ | ମନେ ରଖିବେ ଘରେ ଯେତେ ମାତ୍ରାରେ ତୁଳସୀ ଗଛ ରହିବ ଘରେ ସେତେ ମାତ୍ରାରେ ସୁଖ ଏବଂ ଶାନ୍ତି ରହିବ |

ଯଦି ଆପଣଙ୍କ ଜୀବନରେ ଧନ ଜନିତ ସମସ୍ୟା ଅଛି ତେବେ ଆପଣ ଗୋଟେ ତୁଳସୀ ଗଛର ଚେର ନିଅନ୍ତୁ | ତାକୁ ଭଲରେ ସଫା କରି ଭଗବାନ ବିଷ୍ଣୁଙ୍କ ଆଗରେ ହଳଦିଆ କପଡାରେ ଗୁଡ଼ାଇ ପୂଜା କରନ୍ତୁ | ଏବଂ ଏହା ପରେ ତାକୁ ନେଇ ନିଜ ଧନ ରଖିବା ଜାଗାରେ ରଖିଦିଅନ୍ତୁ | ଏମିତି କରିବା ଦ୍ୱାରା କେବେ ବି ଆପଣଙ୍କ ଘରେ କିମ୍ଭା ଆପଣଙ୍କ ଜୀବନରେ ଧନର ସମସ୍ୟା ରହିବ ନାହିଁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *