Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ କିପରି ଉଠିବେ? ସବୁ କାର୍ଯ୍ୟ ସଠିକ ସମୟରେ କିପରି କରିବେ? ଗୋଟେ ହିଁ ମୂଳମନ୍ତ୍ର ଭଲଭାବରେ ବୁଝି ନିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ କାଳର ମୁନିଋଷି ମାନେ କହିଛନ୍ତି ଯେ, ଯଦି ସାଧାରଣ ମନୁଷ୍ୟ ବେଦରେ ଦିଆଯାଇଥିବା ମନ୍ତ୍ର ଗୁଡ଼ିକ ଦୈନନ୍ଦିନ ଜୀବନରେ ଉଚ୍ଚାରଣ କରିବେ ତାହେଲେ ଜୀବନ ସହଜ ଓ ସରଳ ହୋଇଯିବ। ଆଜି ଆମେ ଆପଣଙ୍କୁ ଦୈନନ୍ଦିନ ଜୀବନରେ କେଉଁ ଦୁଇଟି ମନ୍ତ୍ର ଉଚ୍ଚାରଣ କରିବା ଆବଶ୍ୟକ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆପଣ ନିଜ ଦୈନନ୍ଦିନ ଜୀବନରେ ଏହି ଦୁଇଟି ମନ୍ତ୍ରକୁ ପ୍ରୟୋଗ କରି ନିଜ ଜୀବନକୁ ସକାରାତ୍ମକ ରୂପରେ ବଦଳାଇ ପାରିବେ ଏବଂ ଏହି ମନ୍ତ୍ରର ଉଚ୍ଚାରଣ କରି ଭାଗ୍ୟ ଉଦୟ କରି ପାରିବେ। ଯେଉଁ ଲୋକଙ୍କ କୁଣ୍ଡଳୀରେ ଗ୍ରହ ଦୋଷ ରହିଥାଏ, ସେମାନଙ୍କ ଉପରେ ଦେବୀ ଓ ଦେବତାଙ୍କ କୃପା ଦୃଷ୍ଟି ରହି ନଥାଏ। ଯଦି ଘରେ ସର୍ବଦା ଅଶାନ୍ତିର ମାହୋଲ ରହିବା, ବିଘ୍ନ ଆପଣଙ୍କ ସହିତ ରହିଛି ତାହେଲେ ବୁଝି ଯାଆନ୍ତୁ କି ସମସ୍ୟା ଆପଣଙ୍କୁ ଘେରି ରଖିଛି।

ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଦୁଇଟି ଛୋଟ ଉପାୟ କରନ୍ତୁ। ଆମ ଶାସ୍ତ୍ରରେ ପ୍ରତ୍ୟେକ ଶୁଭ କାର୍ଯ୍ୟ କରିବା ପୂର୍ବରୁ ସ୍ନାନ କରିବା ବିଧି ରହିଛି। କିନ୍ତୁ ଏହି ଉପାୟ ଆପଣ ସ୍ନାନ ନକରି ମଧ୍ୟ କରି ପାରିବେ। କହିବାକୁ ଗଲେ ଆମ ଭାରତ ବର୍ଷରେ ପ୍ରତ୍ୟେକଦିନର ବ୍ରହ୍ମମୁହୁର୍ତ୍ତର ସମୟ ପରିବର୍ତ୍ତନ ହୋଇଥାଏ। ତେବେ ସକାଳୁ ଉଠି ଆପଣ ପ୍ରଥମେ ସୁଖାସନରେ ବସି ଏହି ମନ୍ତ୍ରର ଜପ କରନ୍ତୁ। ମନ୍ତ୍ରଟି ହେଉଛି – ଓଁ ବ୍ରହ୍ମା ମୁରାରୀ ତ୍ରିପୁରାନ୍ତକାରୀ ଭାନୁଃ ଶଶୀ ଭୂମିସୁତୋ ବୁଧଶ୍ଚ ।। ଗୁରୁସ୍ଚ ଶୁକ୍ରଃ ଶନି ରାହୁ କେତଵଃ କୁର୍ବତୁ ସର୍ବେ ମମ ସୁପ୍ରଭାତମ୍ ଓଁ।।

ଏହି ମନ୍ତ୍ରର ଅର୍ଥ ହେଉଛି ବ୍ରହ୍ମା, ବିଷ୍ଣୁ, ଶିବ, ମଙ୍ଗଳ, ବୁଧ, ଶୁକ୍ର, ଗୁରୁ, ରାହୁ, କେତୁ ଏହି ସମସ୍ତ ଦେବତା ମୋ ଉପରେ କୃପା କରନ୍ତୁ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଅଶାନ୍ତ ଗ୍ରହ ଶାନ୍ତ ହୋଇଥାଏ। ଜୀବନ ସୁଖମୟ ରହିବ।ନଅଟି ଫ୍ଟାୟ ସୁଦୃଢ ରହିଥାଏ। ଜୀବନର ଜଟିଳ ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ଏବଂ ଦୈନନ୍ଦିନ ଜୀବନ ସୁଖମୟ ରହିବା ପାଇଁ ଏହି ମନ୍ତ୍ର ଜପ କରନ୍ତୁ। ସେହି ମନ୍ତ୍ର ହେଉଛି – କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କରଦର୍ଶନମ୍।। ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ ଦୈନନ୍ଦିନ ଜୀବନରେ ସକାରାତ୍ମକ ଉର୍ଜା ଭରି ରହିବ। ସବୁ କାର୍ଯ୍ୟ ଆପଣ ସୁରୁଖୁରୁରେ କରି ପାରିବେ। ଦେବୀ ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *