Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ରଖନ୍ତୁ ଏହି ୭ ଗୋଟି ଜିନିଷ। ଖୁବ୍ ଶୀଘ୍ର ଆପଣଙ୍କର ଭାଗ୍ୟ ଉଦୟ ହେବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ବାଗତ ଜଣାଉଛୁ। ଯଦି ଆପଣ ବହୁତ ଅର୍ଥ ଆୟ କରୁଛନ୍ତି କିନ୍ତୁ ଟଙ୍କା ଆପଣଙ୍କ ପାଖରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହୁ ନାହିଁ। ଏହାସହିତ ଆପଣଙ୍କୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡୁଛି, ତାହେଲେ ଏହାର ବିଶେଷ ଉପାୟ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଉପାୟକୁ ପ୍ରୟୋଗ କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ କୁବେର ମହାରାଜ ପ୍ରସନ୍ନ ହୋଇଥାନ୍ତି। ଯାହାଫଳରେ ଘରେ ଆର୍ଥିକ ଅଭାବ ଦୂର ହୋଇଯିବ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣ ଅଧିକ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡୁଛି ଏବଂ ଅଧିକ ପ୍ରୟାସ ପରେ ମଧ୍ୟ ଅର୍ଥ ତିଷ୍ଠି ରହି ପାରୁ ନାହିଁ, ତାହେଲେ ଠାକୁର ଘରେ ଦେବୀ ଲକ୍ଷ୍ମୀ ଓ କେବେର ମହାରାଜଙ୍କ ମୂର୍ତ୍ତି ସ୍ଥାପିତ କରନ୍ତୁ। ଧନର ଦେବତା କୁବେର ମହାରାଜ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପ୍ରତ୍ୟେକଦିନ ପୂଜାର୍ଚ୍ଚନା କରନ୍ତୁ। ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଘରେ କେବେବି ଅର୍ଥର ଅଭାବ ରହିବ ନାହିଁ।

ଯଦି ଆପଣଙ୍କ ଶିକ୍ଷା କ୍ଷେତ୍ରରେ ବା ଚାକିରି କ୍ଷେତ୍ରରେ ବାରମ୍ବାର ସମସ୍ୟା ଦେଖା ଦେଉଛି, ତାହେଲେ ଠାକୁର ଘରେ ବାଉଁଶରେ ତିଆରି ବଇଁଶୀ ରଖନ୍ତୁ। ଏହାଦ୍ବାରା ଆପଣଙ୍କ କ୍ୟାରିୟରରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ଏବଂ ଆପଣ ଖୁବ୍ ସହଜରେ ଅଗ୍ରଗତି କରିବେ। ଯଦି ଆପଣ ଆର୍ଥିକ ସମସ୍ୟାରେ ଘେରି ରହିଛନ୍ତି, ତାହେଲେ ଠାକୁର ଘରେ ଦକ୍ଷିଣବର୍ତ୍ତୀ ଶଙ୍ଖ ରଖି ନିୟମିତ ରୂପରେ ପୂଜାର୍ଚ୍ଚନା କରନ୍ତୁ। ଏଭଳି କରିବା ଦ୍ଵାରା ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ଯଦି ଆପଣଙ୍କ ପାଖରେ ଅର୍ଥ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହୁ ନାହିଁ, ତାହେଲେ ପୂଜା ଘରେ ଏକାକ୍ଷୀ ନଡ଼ିଆ ରଖି ଏହାର ନିୟମିତ ରୂପରେ ପୂଜା କରନ୍ତୁ। ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବ ଏବଂ କେବେବି ଧନର ଅଭାବ ହେବ ନାହିଁ। ଘରକୁ ଧନଧାନ୍ୟରେ ପରିପୂର୍ଣ ରଖିବା ପାଇଁ ଘରର ପୂର୍ବ ଦିଗରେ ରୂପା, ପିତ୍ତଳ, ତମ୍ବାରେ ତିଆରି ପିରାମିଡକୁ ରଖନ୍ତୁ। ଏହି ଉପାୟକୁ କରିବା ଦ୍ଵାରା ଘରର ଆର୍ଥିକ ସ୍ଥିତି ସୁଦୃଢ ରହିବ।

ଯଦି ଆପଣଙ୍କ ପରିବାରରେ ବାରମ୍ବାର କୌଣସି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି,ତାହେଲେ କୌଣସି ଧାତୁରେ ତିଆରି ମାଛ ଓ କଇଁଛ ବନେଇ ଘରର ଡ୍ରଇଂରୁମରେ ରଖନ୍ତୁ। ଏଭଳି କରିବା ଦ୍ଵାରା ବେମାରୀରି ଖୁବ୍ ଶୀଘ୍ର ମୁକ୍ତି ମିଳିଥାଏ। ଯଦି ଆପଣ ନିଜ ପରିବାରରେ ସର୍ବଦା ସୁଖଶାନ୍ତି ରଖିବା ପାଇଁ ଏବଂ ପରିବାର ଲୋକଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ବଜାୟ ଏହିବା ପାଇଁ ଚାହୁଁଛନ୍ତି, ତାହେଲେ ମାଟି କଳସରେ ପାଣି ଭରି ଘରର ଉତ୍ତର ଦିଗରେ ରଖନ୍ତୁ। ଏହି ଉପାୟ କରିବା ଦ୍ୱାରା ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ସାମଞ୍ଜସ୍ୟ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *