ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଆଗାମୀ ବର୍ଷର ଆରମ୍ଭରେ ଶନି ଗ୍ରହ ଗୋଚର କରିବାକୁ ଯାଉଛନ୍ତି। ଜାଣନ୍ତୁ ବିସ୍ତାର ରୂପରେ
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଆଗାମୀ ବର୍ଷର ଆରମ୍ଭରେ ଅର୍ଥାତ୍ ଜାନୁଆରୀ ୧୭ ତାରିଖ ୨୦୨୩ କୁ ଶନି ଗ୍ରହ ଗୋଚର କରିବାକୁ ଯାଉଛନ୍ତି। ଏହିଦିନ ଶନି ଗ୍ରହ ରାଶି ପରିବର୍ତ୍ତନ କରି ମକର ରାଶିରୁ କୁମ୍ଭ ରାଶିକୁ ପ୍ରବେଶ କରିବେ। ଏହାସହିତ ଅନେକ ରାଶିରେ ଶନିଙ୍କ ସାଢ଼େ ସାତୀ ସମାପ୍ତ ହୋଇଯିବ। ଅଧିକାଂଶ ରାଶିର ଲୋକଙ୍କ ପାଇଁ ନୂଆ ବର୍ଷ ଶୁଭ ସାବ୍ୟସ୍ତ ହେବ ଏବଂ ଆଉକିଛି ଲୋକଙ୍କ ପାଇଁ ନୂଆବର୍ଷ ଅଶୁଭ ସାବ୍ୟସ୍ତ ହୋଇପାରେ।
ଶନି ଗ୍ରହର କୁମ୍ଭ ରାଶିରେ ପ୍ରବେଶ କରିବା ଧନୁ ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଆଗାମୀ ବର୍ଷର ଆରମ୍ଭରେ ଅର୍ଥାତ୍ ଜାନୁଆରୀ ୧୭ ତାରିଖ ୨୦୨୩ କୁ ଶନି ଗ୍ରହ ଗୋଚର କରିବାକୁ ଯାଉଛନ୍ତି।ଏହିଦିନ ଶନି ଗ୍ରହ ରାଶି ପରିବର୍ତ୍ତନ କରି ମକର ରାଶିରୁ କୁମ୍ଭ ରାଶିକୁ ପ୍ରବେଶ କରିବେ। ଏହାସହିତ ଅନେକ ରାଶିରେ ଶନିଙ୍କ ସାଢ଼େ ସାତୀ ସମାପ୍ତ ହୋଇଯିବ ଯାହାଦ୍ଵାରା ସେହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ। ଯାହାଦ୍ଵାରା କୁମ୍ଭ ଏବଂ ମକର ରାଶିର ଲୋକେ ପ୍ରଭାବିତ ହେବେ।
କୁମ୍ଭ ରାଶି ଉପରେ ଆରମ୍ଭ ହେବ ଶନିଙ୍କ ସାଢେ଼ ସାତୀର ଦ୍ୱିତୀୟ ଚରଣ :-
କୁମ୍ଭ ରାଶିର ଲୋକଙ୍କ ଉପରେ ଶନିଙ୍କ ସାଢ଼େ ସାତୀ କେବେଠାରୁ ଆରମ୍ଭ ହୋଇ ଗଲାଣି। କିନ୍ତୁ ଜାନୁଆରୀ ୧୭ ତାରିଖ ଦିନ ଏହାର ପ୍ରଥମ ଚରଣ ସମାପ୍ତ ହୋଇ ଦିତୀୟ ଚରଣ ଆରମ୍ଭ ହେବ। ଶନିଙ୍କ ସାଢ଼େ ସାତୀର ଦ୍ୱିତୀୟ ଚରଣ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ ବୋଲି ମାନା ଯାଇଥାଏ। ଯାହାଦ୍ଵାରା କୁମ୍ଭ ରାଶିର ଲୋକଙ୍କର କଷ୍ଟ ବଢ଼ି ଯିବ। କହିବାକୁ ଗଲେ କୁମ୍ଭ ରାଶିର ଅଧିପତି ହେଉଛନ୍ତି ସ୍ଵୟଂ ଶନିଦେବ। ତେଣୁ କିଛି କ୍ଷେତ୍ରରେ ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ମଧ୍ୟ ପ୍ରାପ୍ତ ହେବ।
ସ୍ବାସ୍ଥ୍ୟ ମାମଲାରେ ରହିବ ଉତ୍ତମ :-
ଶନି ଗ୍ରହର ଗୋଚର କୁମ୍ଭ ରାଶିର ଲୋକଙ୍କର ସ୍ବାସ୍ଥ୍ୟକୁ ନେଇ ଉତ୍ତମ ରହିଛି। ସ୍ୱାସ୍ଥ୍ୟରେ ସୁଧାର ଆସିବ। ବେମାରୀ କାରଣରୁ ହେଉଥିବା ଖର୍ଚ୍ଚରେ ଲଗାମ ରହିବ। ଏହାପରେ ସମୟ ଅତ୍ୟନ୍ତ ଅନୁକୂଳ ରହିବ।
ବିଦ୍ୟାର୍ଥୀ ମାନଙ୍କୁ ମିଳିବ ଖୁସିର ଖବର :-
ଶନି ଗ୍ରହର ରାଶି ପରିବର୍ତ୍ତନ କୁମ୍ଭ ରାଶିର ବିଦ୍ୟାର୍ଥୀ ମାନଙ୍କ ପାଇଁ କଷ୍ଟଦାୟକ ସାବ୍ୟସ୍ତ ହୋଇପାରେ। ପାଠପଢା ସମୟରେ ସେମାନଙ୍କର ଏକାଗ୍ରତା ଭଙ୍ଗ ହୋଇପାରେ। ଯଦି ସେମାନେ ଏକାଗ୍ର ହୋଇ ନିଜ ପାଠପଢା ଉପରେ ଧ୍ୟାନ ଦେବେ, ତାହେଲେ ନିଶ୍ଚିତ ରୂପରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।
ଦାମ୍ପତ୍ୟ ଜୀବନରେ ଆସିବ ସଫଳତା :-
କୁମ୍ଭ ରାଶିର ଲୋକଙ୍କର ଆସୁଥିବା ସମୟରେ ବୈବାହିକ ଜୀବନରେ ଅନେକ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ସହିତ ସାମାନ୍ୟ କଥାରେ ମତଭେଦ ହୋଇପାରେ।ଅବିବାହିତ ଲୋକଙ୍କର ବିବାହରେ ଡେରି ହୋଇପାରେ।
ଏହି ଉପାୟ ଗୁଡ଼ିକୁ ପ୍ରୟୋଗ କରିବା ଦ୍ୱାରା ଶନିଙ୍କ ସାଢେ଼ ସାତୀରୁ ମିଳିବ ମୁକ୍ତି :-
ଶନିଙ୍କ ସାଢ଼େ ସାତୀ କୁମ୍ଭ ରାଶିର ଲୋକଙ୍କ ପାଇଁ ସାମାନ୍ୟ ରହିବ। କର୍ମ ଅନୁସାରେ ଉଚିତ ଫଳ ପ୍ରାପ୍ତି ହେବ। ଆପଣ ଅଧିକ ହେବାକୁ ଯାଉଥିବା କ୍ଷତିକୁ ରୋକିବା ପାଇଁ ଖାସ ଉପାୟ ଗୁଡ଼ିକୁ ପ୍ରୟୋଗ କରି ପାରିବେ। ସେହି ଉପାୟ ଗୁଡ଼ିକ ହେଉଛି –
– ପ୍ରତ୍ୟେକଦିନ ଶିବ ମନ୍ଦିର ଯାଇ ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ।
– ପ୍ରତ୍ୟେକ ଶନିବାର ଦିନ ବ୍ରତ କରନ୍ତୁ ଏବଂ ପ୍ରଭୁ ହନୁମାନଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତୁ।
– ପ୍ରତ୍ୟେକ ଶନିବାର ଦିନ ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ। ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ଓ ଦାନା ଆଦି ଖାଇବାକୁ ଦିଅନ୍ତୁ। ଦେଖିବେ ପୁଣ୍ୟ ପ୍ରାପ୍ତି କରିବେ।