Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷରେ ନୋଟରେ ଏହି ଗୋଟେ ଜିନିଷ ଲଗାଇ ଦିଅନ୍ତୁ, ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନୂଆବର୍ଷର ଆପଣଙ୍କୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ। ପ୍ରାୟତଃ ସମସ୍ତେ ସୁଖ ସୁବିଧାରେ ରହିବାକୁ ପସନ୍ଦ କରିଥାନ୍ତି। ଅର୍ଥ ସମସ୍ତଙ୍କର ସୁଖର କାରଣ ହେବା ସହିତ ବିନାଶର କାରଣ ମଧ୍ୟ ହୋଇଥାଏ। ଅଧିକାଂଶ ଲୋକଙ୍କ ପାଖରେ ଅର୍ଥ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରେ ନାହିଁ। ଯାହାଫଳରେ ଅର୍ଥର ଅଭାବ ଦେଖା ଦେଇଥାଏ। ଆଜି ଆମେ ଆପଣଙ୍କୁ ଅର୍ଥ ସଞ୍ଚିତ ରହିବା ପାଇଁ ଏକ ବିଶେଷ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ଲାଭବାନ ହୋଇପାରିବେ।

ପ୍ରଥମେ ଆପଣ ଜାଣି ରଖନ୍ତୁ କି, କୁଣ୍ଡଳୀରେ ବୁଧ ଗ୍ରହ ଦୁର୍ବଳ ରହିଲେ, ଅର୍ଥ ଅଧିକ ସମୟ ତିଷ୍ଠି ରହି ନଥାଏ। ସେହିପରି ଶୁକ୍ର ଗ୍ରହ ଅଶୁଭ ସ୍ଥିତିରେ ରହିଲେ, ଆର୍ଥିକ ଅଭାବ ଅନଟନ ଦେଖା ଦେଇଥାଏ। ତେଣୁ କିଛି ଖାସ କାର୍ଯ୍ୟ ଅଛି, କାହାକୁ ଆପଣ ଧ୍ୟାନ ଦେବା ଆବଶ୍ୟକ। ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ। ଯାହାଦ୍ଵାରା ଆପଣଙ୍କ ପାଖରେ ଧନ ତିଷ୍ଠି ରହିବ।

ସେହିପରି ଘରେ କେବେବି ଅଳିଆ ଆବର୍ଜନା ରଖିବା ଉଚିତ ନୁହେଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ରାତିରେ ଶୋଇବା ପୁର୍ବରୁ ଅଇଁଠା ବାସନ ରଖି ଶୋଇବା ଉଚିତ ନୁହେଁ। କାରଣ ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଇଥାନ୍ତି।

ଘରକୁ ଦେବୀ ଲକ୍ଷ୍ମୀଙ୍କ ଆଗମନ ପାଇଁ କଞ୍ଚା ହଳଦୀ ଗୋଟେ ଲାଲ କପଡ଼ାରେ ବାନ୍ଧି ଘରର ମୁଖ୍ୟ ଫାଟକ ସାମ୍ନାରେ ବାନ୍ଧି ଦିଅନ୍ତୁ। ଏହାସହିତ ଘରର ଅଗଣାରେ ଥିବା ତୁଳସୀ ଚଉରା ମୂଳରେ ସକାଳ ଓ ସଞ୍ଜରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଦେଖିବେ ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ ଧନ ବୃଦ୍ଧି ହେବା ସହିତ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *