Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ପୂର୍ବରୁ ଗୋଟିଏ ଢାଳ ପାଣି ଏହି ଜାଗାରେ ରଖି ଦିଅନ୍ତୁ ପୁରା ଦୁନିଆ ଆପଣଙ୍କ ଚରଣ କୁ ଆସିଯିବ |

ସେୟାର୍ କରନ୍ତୁ

ଧନର ଆବଶ୍ୟକତା କାହାକୁ ବା ରହି ନଥାଏ,ତେବେ ଉନ୍ନତି ପାଇଁ ଆମେ ବହୁତ ସାରା ଉପାୟ କରିଥାଉ | କିନ୍ତୁ ଆଜି ଆମେ ଆପଣ ଙ୍କୁ ଗୋଟିଏ ଢାଳ ପାଣି ର ଉପାୟ ବିଷୟରେ କହିବୁ | ଯାହା ଦ୍ୱାରା ଆପଣ ନିଜର ଭାଗ୍ୟ କୁ ବଦଳେଇ ପାରିବେ | ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରର ବାସ୍ତୁ ଭଲ ରହିଥାଏ ତେବେ ସମସ୍ତ କାର୍ଯ୍ୟ ଶୁଭ ହୋଇଥାଏ | ତେବେ ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ଦ୍ୱାରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇଥାଏ |

ସେଥିପାଇଁ ସର୍ବଦା ଘରର ମୁଖ୍ୟ ଦ୍ୱାର ରେ ଶୁଭ ମଙ୍ଗଳ ଚି଼ହ୍ନ ବି କରନ୍ତି ଏବଂ ସଜେଇକି ରଖିଥାନ୍ତି | ଏମିତି ରେ ତ ମୁଖ୍ୟ କବାଟ ବିଷୟରେ ବହୁତ ସାରା ପ୍ରୟୋଗ ରହିଛି | ଯେମିତି କି ମୁଖ୍ୟ ଦ୍ୱାର ସବୁବେଳେ ଅନ୍ୟ କବାଟ ଠାରୁ ସୁନ୍ଦର ଏବଂ ବଡ ହେବା ଉଚିତ | ମୁଖ୍ୟ ଦ୍ୱାର ସର୍ବଦା ସଫା ସୁତର ଏବଂ କଲର କରିକି ରଖନ୍ତୁ | ଯେଉଁ ବ୍ୟକ୍ତି ର ମୁଖ୍ୟ ଦ୍ୱାର ସଫା ସୁନ୍ଦର ଥିବା ସେହି ଘରେ ମା ଲକ୍ଷ୍ମୀ ଙ୍କ ବାସ ସର୍ବଦା ହୋଇଥାଏ | ତେବେ ଆସନ୍ତୁ ଜାଣିବା ମୁଖ୍ୟ ଦ୍ୱାର ର କିଛି ପ୍ରୟୋଗ ବିଷୟରେ ଯାହା ଆପଣଙ୍କ ଭାଗ୍ୟ କୁ ବଦଳେଇଦେବ ;

ଏହି ଉପାୟ କୁ ପୁରୁଷ ଏବଂ ମହିଳା ଉଭୟ କରିପାରିବେ, ତେବେ ଏହାକୁ ଆପଣ କିଛି ଦିନ କରିବା ପରେ ଯେତେବେଳେ ଆପଣଙ୍କୁ ଏହାର ଲାଭ ମିଳିବ ଆପଣ ନିଜେ ଏହାକୁ ବିଶ୍ୱାସ କରିବେ ଏବଂ ସମସ୍ତ ନିୟମ କୁ ପାଳନ କରିବାକୁ ଲାଗିବେ | ତେବେ ବନ୍ଧୁଗଣ ରାତିରେ ଶୋଇବା ସମୟ ରେ ଗୋଟିଏ ଢାଳ ପାଣି ଘରର ମୁଖ୍ୟ ଦ୍ୱାର ପାଖ ରେ ରଖିଦିଅନ୍ତୁ | ଏହା ସକାଳୁ ଉଠିବା ମାତ୍ରେ ପ୍ରଥମେ ନିଜର ନିଶ୍ୱାସ ଦେଖନ୍ତୁ ଯେଉଁ ନାକ ରେ ନିଶ୍ୱାସ ଚାଲିଥିବା ସେଇ ପାଦ ଦେଇ ଉଠାନ୍ତୁ ଏବଂ ସେହି ଢାଳ ପାଣି ରୁ ମୁଖ୍ୟ ଦ୍ୱାର ରେ କିଛି ଛିଞ୍ଚି ଦିଅନ୍ତୁ |

ଏହି ପରି କରିବା ଦ୍ୱାର ନକାରାତ୍ମକ ଉର୍ଜା ଘରେ ପ୍ରବେଶ କରିପାରେ ନାହିଁ | ଘରେ ଲୁଣ କିମ୍ବା ଫିଟିକିରି ମିଶ୍ରିତ ଜଳ ରେ ପୋଛା ଲଗେଇବା ଦ୍ୱାରା ଭୁତ ପ୍ରେତ ନକାରାତ୍ମକ ଉର୍ଜା ପ୍ରବେଶ କରିନଥାଏ | ଗୁରୁବାର ଦିନ ଘରେ ପୋଛା ଲଗେଇବା ଉଚିତ ନୁହେଁ ଯଦି ଅତ୍ୟନ୍ତ ଜରୁରୀ ଥାଏ ତେବେ ହଳଦୀ ମିଶା ପାଣି ରେ ପୋଛା ଲଗେଇବା ଉଚିତ ହୋଇଥାଏ |

ଘରେ ହଳଦୀ ମିଶା ଜଳ ଛିଞ୍ଚନ କରନ୍ତୁ | ଏହା ସହିତ କରଜ ନେବା କି ଦେବା କରନ୍ତୁ ନାହିଁ ଏହା ଯୋଗୁ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି | ତେବେ ବନ୍ଧୁଗଣ ନିତ୍ୟ ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଏହା ସହିତ ଘରେ ପୂଜା ପାଠ କରନ୍ତୁ ଭଜନ କୀର୍ତନ କରନ୍ତୁ | ଏହି ପରି ସୂର୍ଯ୍ୟ ଭଗବାନ ଙ୍କୁ ଜଳ ଅର୍ପଣ କରିବା ଦ୍ୱାର ଜୀବନ ର ସବୁ କଷ୍ଟ ଦୂର ହୋଇଯାଏ |

ଏହା ସହିତ ପ୍ରତିଦିନ ତୁଳସୀ କୁ ଜଳ ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଜୀବନ ରେ ସୁଖ ଶାନ୍ତି ଭରି ରହିଥାଏ | ଏହା ସହିତ ତୁଳସୀ କୁ ଜଳ ଦେବା ସମୟ ରେ ଜଳ ରେ କ୍ଷୀର ମିଶେଇ ଅର୍ପଣ କରିବା ଦ୍ୱାରା ଜୀବନ ରେ କୌଣସି ଧନର ଅଭାବ ରୁହେ ନାହିଁ | ଅତର ର ବ୍ୟବହାର ନିଶ୍ଚିନ୍ତ କରନ୍ତୁ ଏବଂ ଏହା ସହ ନିଜେ ମଧ୍ୟ ସଦା ସର୍ବଦା ସଫା ସୁତର ଏବେ ସୁନ୍ଦର ରୁହନ୍ତୁ | ଏହା ଦ୍ୱାର ମା ଲକ୍ଷ୍ମୀ ଆକର୍ଷିତ ହୋଇଥାନ୍ତି |

ଯଦି ଆପଣଙ୍କ ଘରେ କଳି ଝଗଡା ଏବଂ କଳହ କ୍ଳେଶ ଅଧିକ ହେଉଛି ତେବେ ଆପଣ ଏହି ଉପାୟ ପ୍ରୟୋଗ କରିପାରିବେ | ତେବେ ବନ୍ଧୁଗଣ ଘରର ଦକ୍ଷିଣ ପୂର୍ବ ଦିଗ ରେ ଗୋଟିଏ ପାଣି ପାତ୍ର ରେ ଟିକିଏ ଲୁଣ ମିଶେଇ ଏବଂ ନାଲି ରଙ୍ଗ ବୋଳିଦେଇ ଥୋଇଦିଅନ୍ତୁ | ଏହିପରି କରିବା ଦ୍ୱାରା ଆପଣଙ୍କ ଘରୁ ସମସ୍ତ ପ୍ରକାରର ନକାରାତ୍ମକ ଉର୍ଜା ଦୂର ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବଢିଥାଏ |

ଧ୍ୟାନ ରଖନ୍ତୁ ପ୍ରତ୍ୟେକ ମାସ ରେ ଏହି ପାଣି କୁ ବଦଳେଇ ନୂଆ ଜଳ ରଖନ୍ତୁ | ବନ୍ଧୁଗଣ ଘଣ୍ଟି, ଘଣ୍ଟ, ଶଙ୍ଖ ଏସବୁ କେବଳ ଆଳତି ସମୟରେ ହିଁ ବଜେଇବା ଉଚିତ | ବନ୍ଧୁଗଣ ଆମ ଶାସ୍ତ୍ର ରେ କଳସ କୁ ବହୁତ ପବିତ୍ର ବୋଲି କୁହାଯାଇଛି, ତେବେ କୌଣସି ବି ପୂଜା ପର୍ବ ହେଉ କିମ୍ବା ମଙ୍ଗଲିକ କାର୍ଯ୍ୟ କଳସ କୁ ସବୁଥିରେ ବ୍ୟବହାର କରାଯାଇଥାଏ |ତମ୍ଭାର କଳସ ବହୁତ ଶୁଭ ହୋଇଥାଏ, ତେବେ କଳସ ସ୍ଥାପନ ବିନା ସବୁ ପୂଜା ଏବଂ ମଙ୍ଗଲିକ କାର୍ଯ୍ୟ କୁ ଅଧୁରା ବୋଲି କୁହାଯାଏ |

ତେବେ ଯଦି ନିତ୍ୟ ପୂଜା ରେ କଳସ ସ୍ଥାପନ କରି ଭଗବାନ ଙ୍କ ସହ ପୂଜା କରାଯାଏ ତେବେ ବହୁତ ଶୁଭ ହୋଇଥାଏ | ତେବେ ଗୋଟିଏ ତମ୍ଭା ର କଳସ ନିଅନ୍ତୁ ସେଥିରେ ସିନ୍ଦୁରରେ ସ୍ୱସ୍ତିକ ଚି଼ହ୍ନ କରନ୍ତୁ ସେଥିରେ ଚାଉଳ ଲଗାନ୍ତୁ ଏବଂ କଳସ ରେ ସ୍ଵଛ ଜଳ ସହ ଟିକିଏ ଗଙ୍ଗାଜଳ ପକେଇ ଭଗବାନ ଡାହାଣ ପାର୍ଶ୍ଵ ରେ ରଖନ୍ତୁ ଏବଂ ପୂଜା କରନ୍ତୁ | ଏହା ଅନେକ ସକାରାତ୍ମକ ଫାଇଦା ମିଳିଥାଏ | ସର୍ବ ପ୍ରଥମେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ପ୍ରତ୍ୟେକ ଦିନ ଆପଣ ଙ୍କୁ ଘରର ମନ୍ଦିରରେ ଦୀପ ଜଳେଇବା ଦରକାର |

କେବେ ବି ଦୀପ ଜଳେଇବା ବନ୍ଦ କରନ୍ତୁ ନାହିଁ,କାରଣ ଏହା ଦ୍ୱାରା ହିଁ ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଉର୍ଜା ବାହାରିଯାଇ ଥାଏ | ଯଦି ଆପଣ ଘରର ମନ୍ଦିର ରେ କିମ୍ବା ସନ୍ଧ୍ୟା ରେ ଦୀପ ଜଳାନ୍ତି ନାହିଁ ତେବେ ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ବଢିବା ସହ ଘରର ସମସ୍ୟା ବି ବଢିଥାଏ ଏବଂ ଘରର ମୁଖିଆ ଙ୍କ ଉପରେ ଏହାର କୁପ୍ରଭାବ ପଡିଥାଏ | ଏହା ଦ୍ୱାରା ଘରର ମୁଖିଆକୁ ବହୁତ ସମସ୍ୟା ମିଳିଥାଏ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *