Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ତକିଆ ତଳେ ରଖି ଦିଅନ୍ତୁ ତୁଳସୀ ପତ୍ର । ମିଳିଥାଏ ଏକାଧିକ ଲାଭ :-

ସେୟାର୍ କରନ୍ତୁ

ତୁଳସୀ ପତ୍ରକୁ ଯଦି ଆପଣ ତକିଆ ତଳେ ପ୍ରତ୍ୟେକ ଦିନ ରଖି ଶୁଅନ୍ତି ତେବେ ଆପଣ ମାଲାମାଲ ହୋଇ ପାରିବେ । ହିନ୍ଦୁ ଧର୍ମରେ ଏମିତିରେ ତ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ପୁଣି ତୁଳସୀ ଗଛରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ଯେଉଁ କାରଣରୁ ଅନେକ ଦେଶର ଲୋକେ ମଧ୍ୟ ଏହାକୁ ନେଇ ଘରେ ରହିବା ଆରମ୍ଭ କରିଛନ୍ତି । ଏହାବ୍ୟତୀତ ତୁଳସୀ ଗଛ ମନୁଷ୍ୟର ଜୀବନକୁ ମଧ୍ୟ ବଦଳାଇ ପାରେ ।

ସାଧରଣତଃ ମଧୁମେହ ରୋଗ , କ୍ୟାନ୍ସର , ମହାମାରୀ ସମୟରେ ସମସ୍ୟା ଏବଂ ତ୍ୱଚା ସମ୍ବନ୍ଧୀୟ କୌଣସିବି ସମସ୍ୟା ତୁଳସୀ ଦ୍ୱାରା ଠିକ ହୋଇଥାଏ । ତୁଳସୀ ଗଛ ମନୁଷ୍ୟ ଜୀବନରୁ ଅନେକ ବାଧା ବିପତ୍ତି ମଧ୍ୟ ଦୂର କରିଥାଏ । ତେଣୁ ପ୍ରତ୍ୟେକ ଦିନ ସକାଳୁ ତୁଳସୀ ଗଛ ମୂଳରେ ଏକ ଲୋଟା ପାଣି ଦେବା ନିତାନ୍ତ ଆବଶ୍ୟକ ଅଟେ ।

ଏହାପରେ ତୁଳସୀ ଗଛ ପାଖରେ ମନ୍ତ୍ର ଜପ କରନ୍ତୁ । ମନୁଷ୍ୟ କୌଣସିବି ଘରେ ରହୁ ଛୋଟ କିମ୍ବା ବଡ଼ , ଘର ସାମ୍ନାରେ ଏକ ତୁଳସୀ ଗଛ ରଖିବା ଉଚିତ । ଏହାଦ୍ବାରା ସକାରାତ୍ମକ ଶକ୍ତି ଉପଲବ୍ଧ ରହିଥାଏ ଏବଂ ଘରକୁ ମଧ୍ୟ ସକାରାତ୍ମକତା ପ୍ରବେଶ କରିଥାଏ । ପ୍ରତ୍ୟେକ ଦିନ ତୁଳସୀ ଗଛ ପାଖରେ ବସି କୌଣସିବି ମନ୍ତ୍ର ଜପ କରିବା ଉଚିତ । ତେବେ ତାହା ‘ ଓଁ ନମଃ ଭଗବତେ ବାସୁଦେବାୟ ‘ ହେଉ କିମ୍ବା ‘ ତୁଳସୀ ମାତା ନମଃ ‘ ଜପ କରନ୍ତୁ ।

ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହାବ୍ୟତୀତ ୧୦୮ ଥର ତୁଳସୀର ପରିକ୍ରମା ମଧ୍ୟ କରନ୍ତୁ । ଏହା ଅତ୍ୟନ୍ତ ଲାଭଦାୟକ ଏବଂ ରାମବାଣ ସଦୃଶ୍ୟ ହୋଇଥାଏ । ତୁଳସୀ ଗଛକୁ ଖୁବ ଯତ୍ନରେ ରଖିବା ସତ୍ତ୍ୱେବି ଯଦି ତୁଳସୀ ଗଛ ମରି ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ଘରକୁ ଆସୁଥିବା ବଡ଼ ବିପଦ ତୁଳସୀ ଗଛ ନିଜ ଉପରକୁ ନେଇ ଯାଏ ।

ତେଣୁ ବୁଝିଯିବା ଉଚିତ ଯେ ଘରେ କୌଣସି ସଦସ୍ୟ ଉପରେ ବୁଧ ମହା ଦୋଷା ଚାଲିଛି । ତେଣୁ ଯଦି ଘରେ ତୁଳସୀ ଗଛ ଶୁଖି ଯାଉଛି ତେବେ ତାହାକୁ ବାହାର କରି ନୂଆ ତୁଳସୀ ଗଛ ଲଗାଇ ଦିଅନ୍ତୁ । ଏହାବ୍ୟତୀତ ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ତୁଳସୀ ପତ୍ର ରଖିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଚାରୋଟି ତୁଳସୀ ପତ୍ର ତକିଆ ତଳେ ରଖି ଶୋଇ ଯାଆନ୍ତୁ । ଆଗାମୀ ଦିନ ଉଠି ସେଥିରୁ ଦୁଇଟି ସେବନ କରି ଅନ୍ୟ ଦୁଇଟିକୁ ସଞ୍ଚୟ କରି ରଖନ୍ତୁ । ଏହିଭଳି ୪୩ ଦିନ ପର୍ଯ୍ୟନ୍ତ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ମସ୍ତିଷ୍କ ଠିକ ରହେ ଏବଂ ମାନସିକ ଚିନ୍ତା ଦୂର ହୁଏ । କାରଣ ତୁଳସୀ ପତ୍ରରୁ ବାହାରୁଥିବା ସକାରାତ୍ମକ ତରଙ୍ଗ ସଂସ୍ପର୍ଶରେ ଆସିଲେ ବ୍ୟକ୍ତିର ମାନସିକତା ଭଲ ରହେ ଏବଂ ଚିନ୍ତା ମଧ୍ୟ ଦୂର ହୋଇଥାଏ ।

ଯଦି ଆପଣଙ୍କୁ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ତୁଳସୀ ଗଛର ମୂଳକୁ ଆମନ୍ତ୍ରଣ ଦେଇ ଘରକୁ ନେଇ ଆସନ୍ତୁ ଏବଂ ତାହାକୁ ଆଣି ଗଙ୍ଗା ଜଳରେ ଧୋଇ , ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ କରି ଗୁରୁବାର ଦିନ ହଳଦିଆ କପଡ଼ାରେ ବାନ୍ଧି ନିଜର ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ଏହାବ୍ୟତୀତ ଯଦି ଚାକିରୀ ସମ୍ବନ୍ଧୀୟ , ନଜର ସମ୍ବନ୍ଧୀୟ କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ରହିଛି

ତେବେ ସାତୋଟି ତୁଳସୀ ପତ୍ର ଏବଂ ସାତୋଟି ଗୋଲମରିଚ ନେଇ ପୀଡ଼ିତ ବ୍ୟକ୍ତି ଉପର ଦେଇ ୨୧ ଥର ଓଁ କହି ସାତ ଥର ବୁଲାଇ ଦିଅନ୍ତୁ ଏବଂ ସେସବୁକୁ ଚୋବାଇ ଖାଇବାକୁ କୁହନ୍ତୁ । ଏହାପରେ ତାକୁ ଶୁଆଇ କପଡ଼ାରେ ପାଦ ତଳକୁ ପୋଛି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଚାକିରୀ ସମ୍ବନ୍ଧୀୟ କିମ୍ବା ନଜର ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ମାଲାମାଲ ହେବା ପାଇଁ ଘରର ଦୁଇ ପାର୍ଶ୍ଵରେ ତୁଳସୀ ଗଛ ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ଘରକୁ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।

ସକାଳ ସମୟରେ ଘରର ପ୍ରତ୍ୟେକ ସଦସ୍ୟ ଗୋଟିଏ ଲୋଟା ଲେଖାଏଁ ପାଣି ତୁଳସୀ ଗଛରେ ନିଶ୍ଚୟ ଅର୍ପିତ କରିବା ଉଚିତ । ଏହାବ୍ୟତୀତ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଗୋଟିଏ ଦୀପ ନିଶ୍ଚୟ ଜାଳି ଦିଅନ୍ତୁ । ଏକ ଲୋଟା ଜଳ ଏକଥରେ ତୁଳସୀ ଗଛ ମୂଳରେ ଦିଅନ୍ତୁ ନାହିଁ ବରଂ ଅଳ୍ପ ଅଳ୍ପ ଦିଅନ୍ତୁ । ଚାରୋଟି ତୁଳସୀ ପତ୍ର ଛିଡ଼ାଇ ନଚୋବାଇ ପାଣି ସହିତ ଖାଇ ଦିଅନ୍ତୁ ନଚେତ ସକାଳୁ ସକାଳୁ ଦହି ସହିତ ସେବନ କରନ୍ତୁ ।

ଏହାଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ । ପିଲାଙ୍କ ବୁଦ୍ଧି ପ୍ରଖର ହୋଇଥାଏ ଏବଂ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯାଏ । ପିଲାଙ୍କୁ ସବୁବେଳେ ତୁଳସୀ ଛାୟାରେ ରଖିବା ଉଚିତ । ଏହାଦ୍ୱାରା ପିଲାଙ୍କ ବୁଦ୍ଧି ପ୍ରଖର ହୋଇଥାଏ । ଏହାବ୍ୟତୀତ ଦେବଦେବୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *