Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀ ନିଜ ତକିଆ ତଳେ ଏହି ଜିନିଷ ରଖି ଶୋଇଥାଏ , ସେହି ଘରେ ହୋଇ ନଥାଏ ଧନର ଅଭାବ

ସେୟାର୍ କରନ୍ତୁ

ମନୁଷ୍ୟ ଶୋଇବା ସମୟରେ ବ୍ୟବହାର କରୁଥିବା ତକିଆ ମଧ୍ୟ ତାକୁ ମାଲାମାଲ କରିପାରେ । ରାତିରେ ଶୋଇବା ସମୟରେ ମନୁଷ୍ୟ ତକିଆ ଆବଶ୍ୟକ କରିଥାଏ । ହୁଏତ ତାହା ସାଧାରଣ ଜିନିଷ ଅଟେ । ମାତ୍ର ଯିଏ ଯେତେ ଧନୀ ହୁଅନ୍ତୁ କିମ୍ବା ବଡ଼ ଲୋକ ହୁଅନ୍ତୁ ସମସ୍ତେ ଶୋଇବା ସମୟରେ ସୁନାର ତକିଆ ନୁହେଁ ବରଂ ସେହି ସାଧାରଣ ତକିଆ ହିଁ ବ୍ୟବହାର କରିଥାନ୍ତି ।

ହୁଏତ ତକିଆ ଦେଖିବାକୁ ସାଧାରଣ ହୋଇଥାଏ ମାତ୍ର ତାହାର ଉପଯୁକ୍ତ ଉପଯୋଗ ଦ୍ୱାରା ମନୁଷ୍ୟ ରାତାରାତି ମାଲାମାଲ ହୋଇଯାଏ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହି ଗୋଟିଏ ଜିନିଷ ବିଷୟରେ କହିବୁ ଯାହାକୁ ତକିଆ ତଳେ ରଖି ଶୋଇବା ଦ୍ୱାରା ଭାଗ୍ୟ ବଦଳି ଯାଏ ।

୧ . ସକାରାତ୍ମକ ଶକ୍ତିରେ ପୂର୍ଣ୍ଣ ମୟୁର ପର :-

ସକାରାତ୍ମକ ଶକ୍ତିକୁ ସକ୍ରିୟ କରିବା ପାଇଁ ଏବଂ ନିଜ ଜୀବନରେ ସବୁ କାର୍ଯ୍ୟରେ ସଫଳ ହେବା ପାଇଁ ନିଜ ତକିଆ ତଳେ ମୟୁର ପର ନିଶ୍ଚିତ ରଖିବା ଉଚିତ । ଏହାର ପ୍ରଭାବ ଅତ୍ୟନ୍ତ ଲାଭକାରୀ ସିଦ୍ଧ ହୋଇଥାଏ । ତକିଆ ତଳେ ମୟୁର ପର ରଖି ଶୋଇବା ଦ୍ୱାରା ବ୍ୟକ୍ତିର ଜାତକରେ ଲାଗିଥିବା ଦୋଷ ଧୀରେ ଧୀରେ ଶେଷ ହୋଇଯାଏ । ଏହି କାରଣରୁ ବ୍ୟକ୍ତିର ଭାଗ୍ୟ ସର୍ବଦା ତାର ସପକ୍ଷରେ ଥାଏ । ଦୁର୍ଘଟଣାରୁ ମୁକ୍ତି ମିଳିଥାଏ । ଏହାପରେ ସକାଳୁ ନିଦରୁ ଉଠି ତକିଆ ତଳେ ରଖିଥିବା ମୟୁର ପରର ଦର୍ଶନ କରନ୍ତୁ ।

୨ . ତୁଳସୀ ପତ୍ର :-

ରାତିରେ ଶୋଇବା ସମୟରେ ତକିଆ ତଳେ ଚାରି ପାଞ୍ଚଟି ତୁଳସୀ ପତ୍ର ରଖି ଶୋଇବା ଦ୍ୱାରା ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ସକାଳୁ ଉଠି ସେହି ତୁଳସୀ ପତ୍ରକୁ ସେବନ କରନ୍ତୁ । ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ଠାରୁ ମୁକ୍ତି ମିଳିଥାଏ ଏବଂ ରୋଗରୁ ମୁକ୍ତି ମିଳିଥାଏ । ମାତ୍ର ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ । ତାହାକୁ ସନ୍ଧ୍ୟା ପୂର୍ବରୁ ହିଁ ଛିଡାଇ ରଖନ୍ତୁ । କାରଣ ତୁଳସୀ ପତ୍ର କେବେବି ବାସୀ ହୋଇ ନଥାଏ । ମାତ୍ର ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡାଇଲେ ମାତା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାନ୍ତି ।

୩ . ମୁଦ୍ରା :-

ରାତିରେ ଶୋଇବା ସମୟରେ ତକିଆ ତଳେ ଟଙ୍କିକିଆ କୋଏନ ରଖି ଦିଅନ୍ତୁ । ସକାଳୁ ଉଠି ତାହାକୁ କୌଣସି ଗରିବ ବ୍ୟକ୍ତିକୁ ଦାନ କରି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟାର ଅନ୍ତ ହୋଇଯିବ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଯିବ । ଏହାଦ୍ବାରା ବ୍ୟକ୍ତିର ଦୋଷ ଧୀରେ ଧୀରେ କମ ହୋଇଥାଏ ଏବଂ ତା ଉପରେ ସକାରାତ୍ମକ ଶକ୍ତିର ସଞ୍ଚାର ବଢ଼ିଥାଏ ।

୪ . ଯଦି ଆପଣଙ୍କ ଜାତକରେ ଚନ୍ଦ୍ରମା ଠିକ ସ୍ଥିତିରେ ନାହାଁନ୍ତି ତେବେ ତକିଆ ତଳେ ରୁପା ମୁଦ୍ରା ନିଶ୍ଚୟ ରଖନ୍ତୁ । ଯଦି ଆପଣଙ୍କ ଜାତକରେ ବୁଧ ଗ୍ରହ ଦୋଷ ରହିଛି ତେବେ ତକିଆ ତଳେ ସୁନାର ଆଭୂଷଣ ରଖି ଦିଅନ୍ତୁ । ଧୀରେ ଧୀରେ ଦୋଷ ଠିକ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *