Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଦାରିଦ୍ର୍ୟତା ଆସିଲେ ମିଳିଥାଏ ଏହି ସଙ୍କେତ , ଆଜିହିଁ ନିଜ ଘରେ ଚେକ କରି ନିଅନ୍ତୁ :-

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଦାରିଦ୍ର୍ୟତା ବଢ଼ିବାର ସମ୍ଭାବନା ଥାଏ ସେତେବେଳେ ଘରେ ଛୋଟ ଛୋଟ କଥା ଇସାରା କରିଥାଏ । ଯେଉଁ ଘରେ କ୍ଷୀର ଉତୁରି ପଡ଼ିଥାଏ ସେହି ଘରେ ହଠାତ ଖର୍ଚ୍ଚ ବଢ଼ିଯାଏ । ଘରର ସଦସ୍ୟ ରୋଗରେ ପଡ଼ନ୍ତି । ଘରେ ବିବାଦ ସୃଷ୍ଟି ହୋଇଥାଏ । ଘରର ସାଜସଜ୍ଜା ପାଇଁ କେବେବି ନକଲି ଫୁଲର ବ୍ୟବହାର କରିବା ଉଚିତ ନୁହେଁ । ସର୍ବଦା ପ୍ରାକୃତିକ ଫୁଲ ହିଁ ଘରେ ରଖନ୍ତୁ । ଯେଉଁ ଘରକୁ ବିରାଡ଼ି ବାରମ୍ବାର ଆସିଥାଏ ଏବଂ ଯେଉଁ ଘରେ ବିରାଡ଼ି କାନ୍ଦିଥାଏ

ସେହି ଘରେ ସମସ୍ୟା ବଢ଼ିଥାଏ ଏବଂ ଦାରିଦ୍ର୍ୟତା ଆସିଥାଏ । ଜଦି ଆପଣଙ୍କ ଘରେ ଲାଗିଥିବା ଗଛର ପତ୍ର ଶୁଖି ଯାଉଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ଗଛରେ ପତ୍ର ଶୁଖିଲା ରହିଲେ ବୁଧ ଗ୍ରହ ଖରାପ ହୋଇଥାଏ ଏବଂ କରଜ ବୃଦ୍ଧି ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ଗଛର ଯତ୍ନ ନିଅନ୍ତୁ ଏବଂ ପାଣି ଦିଅନ୍ତୁ । ଘରେ ଝାଡ଼ୁ ପୋଛାର ଅନେକ ମହତ୍ତ୍ୱ ରହିଛି । ଝାଡୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଏ । ଏହା ବାସ୍ତୁ ଦୋଷ ମଧ୍ୟ ଦୂର କରିଥାଏ ।

ଝାଡୁ ଉପରେ ଗୋଡ଼ ରଖିବା ଉଚିତ ନୁହେଁ କାରଣ ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ନିରାଦର ହୋଇଥାଏ । ଘରର ଯଦି କେହି ଛୋଟ ପିଲା ହଠାତ ଝାଡୁ ମାରୁଥିବାର ଦେଖାଯାଏ ତେବେ ଘରକୁ କେହି ଅତିଥିଙ୍କ ଆଗମନର ସୂଚନା ମିଳିଥାଏ । ସୂର୍ଯ୍ୟାସ୍ତ ପରେ ଘରେ ଝାଡ଼ୁ ଲଗାଇବା ଉଚିତ ନୁହେଁ । ଏହା ବ୍ୟକ୍ତିର ଦୁର୍ଭାଗ୍ୟ ଆଣିଥାଏ । ଝାଡୁକୁ ସର୍ବଦା ତଳେ ପକାଇ ଏବଂ ସମସ୍ତଙ୍କ ନଜର ଠାରୁ ଦୂରରେ ରଖିବା ଉଚିତ । ଝାଡୁକୁ ଛିଡ଼ା କରି ରଖିଲେ କଳହ ହୋଇଥାଏ ।

ଘରର କେହି ସଦସ୍ୟ ବାହାରକୁ ଯିବାର ତୁରନ୍ତ ପରେ ଝାଡ଼ୁ ଲଗାଇବା ଉଚିତ ନୁହେଁ । ସେହି ବ୍ୟକ୍ତିକୁ ଅସଫଳତା ମିଳିଥାଏ । ଝାଡୁକୁ ଘରର ଛାତରେ ରଖନ୍ତୁ ନାହିଁ । ଝାଡୁକୁ ରଖିବାକୁ ଏକ ନିର୍ଦିଷ୍ଟ ସ୍ଥାନ କରନ୍ତୁ । ଗାଈ କିମ୍ବା ଅନ୍ୟ କୌଣସି ଜୀବକୁ ଝାଡୁରେ ମାରି ଘଉଡ଼ାଇ ଦିଅନ୍ତୁ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘର ଛାଡ଼ି ଦିଅନ୍ତି ।

କିଛି ସ୍ୱପ୍ନ ଶୁଭ ହୋଇଥିବା ବେଳେ ଆଉକିଛି ଅଶୁଭ ହୋଇଥାଏ । ତେବେ କିଛି ସ୍ୱପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ । ସ୍ୱପ୍ନରେ ସାପ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ସରକାରୀ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ଧନ ଏବଂ ସନ୍ତାନ ପ୍ରାପ୍ତି ମଧ୍ୟ ହେବ । ସ୍ୱପ୍ନରେ ଝିଟିପିଟି ଦେଖିବା ଶୁଭ ସଙ୍କେତ ଅଟେ । ଏହାଦ୍ବାରା ଜୀବନରେ ଧନ ପ୍ରାପ୍ତି ହୋଇଥାଏ । ଯଦି ଆପଣ ସ୍ୱପ୍ନରେ ଶୁଆ ଦେଖୁଛନ୍ତି ତେବେ ବହୁତ ଜଲଦି ଧନ ପ୍ରାପ୍ତି ହେବାକୁ ଯାଉଛି ।

ଯଦି ଆପଣ ସ୍ୱପ୍ନରେ ନିଜକୁ କବରସ୍ଥାନରେ ଦେଖୁଛନ୍ତି ତେବେ ବହୁତ ଜଲଦି ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବାକୁ ଯାଉଛି । ଏହାବ୍ୟତୀତ ଆପଣ ଦେଇଥିବା କରଜ ମଧ୍ୟ ଫେରି ଆସିବ । ଯଦି ଆପଣ ସ୍ୱପ୍ନରେ ତାରା ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ ଏବଂ ଆପଣଙ୍କ ଘରର କୌଣସି ସଦସ୍ୟଙ୍କୁ ବ୍ୟବସାୟରେ ଲାଭ ମିଳିବାକୁ ଯାଉଛି ।

ଆମ ଚତୁରପର୍ଶ୍ୱରେ ଯେତେ ସକାରାତ୍ମକ ଶକ୍ତି ରହିବ ମନ ସେତିକି ଶାନ୍ତ ରହିବ । ଘରେ ଲଗା ଯାଉଥିବା ପ୍ରତ୍ୟେକ ଫଟୋର ଅନେକ ମହତ୍ତ୍ୱ ରହିଥାଏ । ଯଦି ଆପଣ ବ୍ୟବସାୟରେ କ୍ଷତି ସହୁଛନ୍ତି ତେବେ ଦୋକାନରେ କିମ୍ବା କାର୍ଯ୍ୟ କ୍ଷେତ୍ରରେ ପୂର୍ବରୁ ଦିଗରେ ସାତୋଟି ଧଳା ଘୋଡ଼ାର ଫୋଟ ଲଗାଇ ଦିଅନ୍ତୁ ।

ଏହା ମନୁଷ୍ୟର ଇନ୍ଦ୍ରିୟକୁ ଦର୍ଶାଇ ଥାଏ ଏବଂ ମନୁଷ୍ୟର ଇନ୍ଦ୍ରିୟ ନିୟନ୍ତ୍ରଣ ରହିଥାଏ । ଗର୍ଭବତୀ ମହିଳା ମାନେ ଶୋଇବା କକ୍ଷରେ ଯଶୋଦା ଏବଂ ଶ୍ରୀକୃଷ୍ଣଙ୍କ ଫୋଟ ରଖିବା ଉଚିତ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପରିବାର ଖୁସିରେ ସମୟ ଅତିବାହିତ କରୁ ତେବେ ରାମ ଦରବାରର ଫୋଟ ଲଗାଇ ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *