Excuse Me Odisha

ଯାହା କହିବୁ ସତ କହିବୁ

ତିନିଦିନ ଲଗାତାର ଖାଲି ପେଟରେ ପିଜୁଳି ପତ୍ର ଖାଇଲେ କଣ ସୁଫଳ ମିଳିଥାଏ? ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜିକାଲି ବାର ମାସରେ ଆମେ ପିଜୁଳି ଦେଖିବାକୁ ପାଉଛୁ।ପିଜୁଳି ତ ଆମେ ସମସ୍ତେ ଖାଇଥାଉ। କିନ୍ତୁ କହିବାକୁ ଗଲେ, ସାଧାରଣତଃ ଦେଖା ଯାଉଥିବା ଏହି ପିଜୁଳି ଗଛର ପତ୍ରରେ ଥିବା ଔଷଧୀୟ ଗୁଣ ବିଷୟରେ ପ୍ରାୟତଃ ଅଧିକାଂଶ ଲୋକେ ଜାଣି ନଥିବେ। ପିଜୁଳି ଗଛର ପତ୍ରରେ ଭିଟାମିନ C ବହୁଳ ପରିମାଣରେ ଭରି ରହିଥାଏ। ଏହା ସହିତ ଆହୁରି ଅନେକ ପ୍ରକାର ଭିଟାମିନ ଓ ମିନେରାଲ ମଧ୍ୟ ଏଥିରେ ଭରି ରହିଥାଏ, ଯାହାଫଳରେ ଏହି ପିଜୁଳି ପତ୍ର ଆମ ଶରୀର ପାଇଁ ଲାଭକାରୀ ହୋଇଥାଏ।

ଯଦି କୌଣସି ବ୍ୟକ୍ତିଙ୍କୁ ଡେଙ୍ଗୁ ରୋଗ, ଥଣ୍ଡା, ସର୍ଦ୍ଦି ବା କାଶ ଭଳି ସମସ୍ୟା ହୋଇଥାଏ, ତେବେ ଯଦି ସେହି ବ୍ୟକ୍ତି ପ୍ରତ୍ୟେକଦିନ ସକାଳେ ଉଠି ଖାଲି ପେଟରେ ମାତ୍ର ତିନୋଟି ପିଜୁଳି ପତ୍ରକୁ ଚୋବାଇ ଖାଆନ୍ତି, ତାହେଲେ ସେହି ବ୍ୟକ୍ତିଙ୍କ ଶରୀରରେ କମି ଯାଇଥିବା ରକ୍ତ କୋଷିକା ଗୁଡିକ ଖୁବ ଶୀଘ୍ର ପୁଣିଥରେ ତିଆରି ହୋଇଯାଏ।

ଡେଙ୍ଗୁ ହୋଇଥିବା ବ୍ୟକ୍ତିଙ୍କୁ ୫ କପ ପାଣିରେ ୧୦ ଗୋଟି ପିଜୁଳି ପତ୍ରକୁ ପକାଇ ସେହି ପାଣିକୁ ଭଲଭାବରେ ଫୁଟାଇ ପିଆଇବା ଆବଶ୍ୟକ। ଏହାଦ୍ବାରା ସେ ଖୁବ୍ ଶୀଘ୍ର ଡେଙ୍ଗୁ ରୋଗରୁ ମୁକ୍ତି ପାଇ ଯିବେ। କିନ୍ତୁ ଧ୍ୟାନ ରଖିବେ କି, ପାଣି ଫୁଟାଇବା ସମୟରେ ଯେପରି ସେହି ୫ କପ ପାଣି ଫୁଟି ଫୁଟି ୨ କପ ହୋଇଯିବ। ତାପରେ ଆପଣ ଏହି ପାଣିକୁ ଡେଙ୍ଗୁ ହୋଇଥିବା ବ୍ୟକ୍ତିଙ୍କୁ ଦେଇ ପାରିବେ।

ଆଜିର ଆଧୁନିକ ଯୁଗରେ ଲୋକେ ନିଜ ବ୍ୟସ୍ତବହୁଳ ଜୀବନରେ ନିଜ ଶରୀର ପ୍ରତି କଦାପି ଧ୍ୟାନ ଦେଉ ନାହାନ୍ତି। ଯାହାଫଳରେ ମେଦବହୁଳତା ଦେଖା ଦେଉଛି। ମୋଟାପା, ମଧୁମେହ, ରକ୍ତଚାପ ଭଳି ଗମ୍ଭୀର ରୋଗ ମନୁଷ୍ୟ ମାନଙ୍କର ଜୀବନଶୈଳୀ ବିଗିଡି ଯାଉଥିବାରୁ ସୃଷ୍ଟି ହେଉଛି। ମେଦବହୁଳତା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ନିଜର ବିଗିଡି ଯାଇଥିବା ଜୀବନଶୈଳୀକୁ ସଜାଡ଼ିବା ଆବଶ୍ୟକ।

ଏହାର ଅର୍ଥ ଠିକ୍ ସମୟରେ ଶୋଇବେ ଏବଂ ଠିକ୍ ସମୟରେ ଖାଇବେ, ବ୍ୟାୟାମ କରିବେ, ସକାରାତ୍ମକ ଭାବନା ରଖିବେ। ଏହାସହିତ ପ୍ରତ୍ୟେକଦିନ ସକାଳୁ ତିନୋଟି ପିଜୁଳି ପତ୍ରକୁ ଚୋବାଇ ଖାଇବା ଆବଶ୍ୟକ। ଏହାଦ୍ବାରା ଶରୀରର ମେଟାବୋଲିଜିମ ସତେଜ ହୋଇ ଯାଇଥାଏ, ଯାହାଫଳରେ ଶରୀର ସୁସ୍ଥ ରହିଥାଏ।

ପିଜୁଳି ପତ୍ରରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଯାହାଫଳରେ ଏହା ଆମ ଶରୀରରେ ଖାଦ୍ୟ ହଜମ ପ୍ରକ୍ରିୟାକୁ ସୁଦୃଢ ରଖିଥାଏ।ଏହାସହିତ ଏହା ଶରୀରର ଓଜନକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ। ଏହା ମଧୁମେହ ରୋଗକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। କୌଣସି ମଧୁମେହ ରୋଗୀ ଯଦି ପ୍ରତିଦିନ ଖାଲି ପେଟରେ ପିଜୁଳି ପତ୍ରର ସେବନ କରନ୍ତି, ତାହେଲେ ଏହାଦ୍ଵାରା ତାଙ୍କର ସୁଗାର ନିୟନ୍ତ୍ରଣ ହୋଇ ରହେ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗିଛି, ତାହେଲେ ଏହାକୁ ଅନ୍ୟମାନଙ୍କ ସହିତ ନିଶ୍ଚିତ ଭାବରେ ସେୟାର କରନ୍ତୁ ଏବଂ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାସହିତ ଏହି ପୋଷ୍ଟକୁ ଲାଇକ ମଧ୍ୟ କରନ୍ତୁ । ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *