Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଘରକୁ ଆସନ୍ତି ଏହି ପକ୍ଷୀ ତେବେ ମାଲାମାଲ ହୋଇଯିବେ ଆପଣ, ଏମିତି ଭାଗ୍ୟ ଖୋଜିଲେ ବି ମିଳେନି…

ସେୟାର୍ କରନ୍ତୁ

ମନୁଷ୍ୟର ଜୀବନରେ ଆଖପାଖ ବାତାବରଣର ପୂର୍ଣ ପ୍ରଭାବ ହୋଇଥାଏ । ଆଖପାଖର ପଶୁ ପକ୍ଷୀ ଆମ ଜୀବନର ଅଭିନ୍ନ ଅଙ୍ଗ ଅଟନ୍ତି । ଆମ ଋଷିମୁନିମାନେ ପଶୁପକ୍ଷୀ ମାନଙ୍କୁ ଜ୍ୟୋତିଷ ତଥା ମନୁଷ୍ୟଙ୍କ ଭାଗ୍ୟ ସହ ଯୋଡିଛନ୍ତି । ଜ୍ୟୋତିଷ ରେ ପଶୁପକ୍ଷୀ ମାନଙ୍କ ଠୁ ମିଳୁଥିବା ସଂକେତରୁ ଶୁଭ ଅଶୁଭ ଜାଣିବାର ପରମ୍ପରା ରହିଛି । ବାସ୍ତୁ ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କୁ ନେଇକି କିଟ ପତଙ୍ଗ ପର୍ଯ୍ୟନ୍ତ ଘରେ ପଶିବାକୁ ନେଇକି ମଧ୍ୟ ଶୁଭ ଅଶୁଭ କଥା କୁହାଯାଇଛି ।

ତେବେ ଘରକୁ ପଶୁପକ୍ଷୀ କିମ୍ବା ଜୀବଜନ୍ତୁଙ୍କର ଆସିବା ସାଧାରଣ କଥା ହୋଇଥାଏ । ପକ୍ଷୀ ପରିବେଶ ସନ୍ତୁଳନ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପରିଚାଳନା କରନ୍ତି ,ଏମାନଙ୍କ ରାବ ରେ ସକାଳ ଆହୁରି ସୁନ୍ଦର ହୋଇଯାଏ । ଅନେକ ସମୟ ରେ ଚଢେଇ,ପାରା ଘରେ ବସା ବନେଇ ନିଅନ୍ତି । ମହୁମାଛି ମଧ୍ୟ ପ୍ରାୟତଃ ଘରେ ତାର ଫେଣା ତିଆରି କରିଥାଏ । କଣ ଆପଣ କେବେ ଭାବିଛନ୍ତି ଏହା ଆପଣଙ୍କ ଜୀବନରେ କିମ୍ବା ଘର ଉପରେ କଣ ପ୍ରଭାବ ପକାଇପାରେ ? ତେବେ ଚାଲନ୍ତୁ ଆପଣଙ୍କୁ ଏହି ଆର୍ଟିକିଲ ରେ ଏହିପରି କିଛି ପକ୍ଷୀ ବିଷୟରେ କହିବୁ ଯାହାର ଆସିବା ଦ୍ୱାରା ଘରେ ଅଶୁଭ ହୋଇଥାଏ

ତେବେ ପକ୍ଷୀ ମାନଙ୍କୁ ନେଇ ଅନେକ ଶୁଭ ଅଶୁଭର ମାନ୍ୟତା ଅଛି,ବହୁତ କମ ଲୋକ ଏମିତି ଅଛନ୍ତି ଯାହାଙ୍କ ଜୀବନ ରେ କୌଣସି ପକ୍ଷୀ ବିଟ କରିନଥିବ । ତେବେ କାହାକୁ ପସନ୍ଦ ଆସୁ କିମ୍ବା ନଆସୁ କିନ୍ତୁ ଏହାକୁ ଶୁଭ ବୋଲି ବିଶ୍ୱାସ କରାଯାଏ । ପ୍ରାୟତଃ ଆଖପାଖ ରେ ଥିବା ବସ୍ତିମାଙ୍କର ଘରେ ଘରର ଛାତରେ ଦେଖାଯାଉଥିବା ଘର ଚଟିଆ ଚଢେଇ ଯଦି ଘରେ ପଶିଯାଏ କିମ୍ୱା ଘରେ ବସା ବନେଇ ଦିଏ ତେବେ ଏହାକୁ ଶୁଭ ବୋଲି ବିଶ୍ୱାସ କରାଯାଏ ।

ଏହି ଚଢେଇ ଆସିବାକୁ ଶୁଭ ସଂକେତ ବୋଲି କୁହାଯାଏ ତେବେ ଯଦି ଏହି ଚଢେଇ ଘରେ ମରିଯାଏ କିମ୍ବା ତା ନିଜ ବସାରେ ମରିଯାଏ ତେବେ ଏହାକୁ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ । ଏହି ଚଢେଇ ଯଦି ଘରେ ମୃତ ଅବସ୍ଥା ରେ ମିଳେ ତେବେ ବହୁତ ଖରାପ ସଂକେତ ବୋଲି ବିଶ୍ୱାସ କରାଯାଏ । ତେବେ କୁକୁଡ଼ା କିମ୍ବା କୋଇଲି କୁ ଛାଡ଼ିଦେଇ ଯଦି କୌଣସି ଚଢେଇ ଆପଣଙ୍କ ଘର ର ଛାତରେ କିମ୍ବା ଆଖ ପାଖରେ ରାଵ କରନ୍ତି ତେବେ ଏହାକୁ ମଧ୍ୟ ଅଶୁଭ ବୋଲି ବିଶ୍ୱାସ କରାଯାଏ । ଏହା ଘରେ ନକାରାତ୍ମକ ଉର୍ଜା ବଢିବାର ସଂକେତ ହୋଇଥାଏ ।

ଘରର ଛାତ ଉପରେ କିମ୍ବା ଘରେ ଉପରେ କୌଣସି କୋଇଲି ରାବ କରେ ତେବେ ଏହା ଆର୍ଥିକ ଉନ୍ନତିର ସଂକେତ ହୋଇଥାଏ । ତେବେ ଝିଙ୍ଗୁର ର ସ୍ୱର ସୁଭିବା କିମ୍ବା ଏହାର ରାବ ଶୁଭିବା ଖରାପ ଦିନର ଶେଷ ହେବାର ପୂର୍ବ ସୂଚନା ହୋଇଥାଏ । ତେବେ ପାରା ଗୋଟିଏ ଶାନ୍ତ ପକ୍ଷୀ ଏହାକୁ ଲକ୍ଷ୍ମୀଙ୍କ ଭକ୍ତ ବୋଲି କୁହାଯାଏ ।

ପ୍ରାୟତଃ ଘରକୁ ପାରା ଯାଅ ଆସ କରନ୍ତି ତେବେ ଏହାକୁ ଦାନା ମଧ୍ୟ କେହି କେହି ଦିଅନ୍ତି ଖାଇବାକୁ ଯାହା କି ବହୁତ ଭଲ କଥା ହୋଇଥାଏ । କିନ୍ତୁ ଯଦି ପାରା ଘରେ ବସା ବନେଇ ଦିଏ ତେବେ ଅଶୁଭ ହୋଇଯାଏ କାରଣ ପାରା ରାହୁ ସହ ସମ୍ପର୍କ ଥାଏ ଏବଂ ଏହି ପକ୍ଷୀ ନିଜ ମଳ ରେ ଛାତକୁ ନଷ୍ଟ କରିଦିଅନ୍ତି । ସେଥିପାଇଁ ରାହୁ ଦୋଷ ଉତ୍ପନ ହୁଏ ଏବଂ ନକାରାତ୍ମକ ଉର୍ଜା ବାସ ହୋଇଯାଏ । ଏଥିପାଇଁ ଲୋକଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ ।

ପେଚାକୁ ଲକ୍ଷ୍ମୀଙ୍କ ବାହାନ ବୋଲି ବିଶ୍ୱାସ କରାଯାଏ । ତେବେ ଏହାକୁ ଦୀପାବଳୀ,ହୋଲି,ନବରାତ୍ରୀ ଏହିପରି ପର୍ବରେ ଦେଖିବା ବହୁତ କଲ୍ୟାଣକାରୀ ବୋଲି କୁହାଯାଏ । ମା ଲକ୍ଷ୍ମୀଙ୍କର ଆଗମନର ଏହି ସଂକେତ ବୋଲି କୁହାଯାଏ କିନ୍ତୁ ପେଚାର ବାରମ୍ବାର ରାବ ଶୁଣିବା କିମ୍ବା ଦେଖିବା କଦାପି ଭଲ ସଂକେତ ହୋଇନଥାଏ । ଏହା କୌଣସି ବିପଦର ସଂକେତ ଦେଇଥାଏ ଆସୁଥିବା ଅଶୁଭତା ପାଇଁ ଏହା ସଂକେତ ଦେଇଥାଏ ।

ଯଦି ପେଚା ବାରମ୍ବାର ଉଚ୍ଚ ସ୍ୱରରେ ଚିଲାଏ ତେବେ ଧନ ହାନିର ସମ୍ଭାବନା ହୋଇଥାଏ । ଯଦି ଆପଣ ରାତିରେ କୁଆଡେ ଯାଉଛନ୍ତି ଏବଂ ପେଚା ପ୍ରଶଂନତା ସହଁ ମଧ୍ୟମ ସ୍ୱରରେ କୁହେ ତେବେ ଏହା ଶୁଭ ସଂକେତ ହୋଇଥାଏ । ପେଚାର ଘର ଉପରେ ବସିବାକୁ ଅଶୁଭ ମନାଯାଏ ସେହି ଘର ଉପରେ ବିପଦ ଆସିବାର ସଂକେତ ଦେଇଥାଏ । ପରିବାରଜନଙ୍କ ଉପରେ ବିପଦ ଆସିପାରେ ।

ବାଲି ଟେଣ୍ଟେଇ ଚଢେଇ ଯଦି କେବେ କୌଣସି ଗଛ ରେ କିମ୍ବା ଘରେ ବସେ ତେବେ ଭୂମିକମ୍ପ ଆସିବାର ସଂକେତ ହୋଇଥାଏ ।କାରଣ ଏହି ଚଢେଇ ସର୍ବଦା ମାଟିରେ ହିଁ ରହିଥାଏ ଆଉ ମାଟିରେ ହିଁ ନିଜର ଅଣ୍ଡା ଦେଇଥାଏ । ଏମାନଙ୍କର ଘର ଉପରେ ବସିବା ବିପଦର ସଙ୍କେତ ହୋଇଥାଏ ।

ମହୁମାଛି ମଧ୍ୟ କେବେ କେବେ ଘରେ ନିଜର ବସା ବନେଇନିଅନ୍ତି କିଛି ଲୋକ ଏହାର ତାଜା ଆଉ ମିଠା ମହୁ ଖାଇବାର ଲାଳସା ରେ ଏହାକୁ ବାହାର କରନ୍ତି ନାହିଁ । କିନ୍ତୁ ଘରେ ମହୁମାଚିର ବସା ରହିବା ଭଲ ନୁହେଁ । ଏହା ଦ୍ୱାରା ବଡ଼ ଦୁର୍ଘଟଣା ଆସିବାର ସଙ୍କେତ ହୋଇଥାଏ । ତେବେ ଯଦି ମହୁମାଛି ଘରେ ବସା କରନ୍ତି ତେବେ ଏହାକୁ ସବଧାନୀର ସହ ହଟେଇ ଦେବା ଉଚିତ । ଏହି ପ୍ରକାରରେ ଭୀରୁଡ଼ି ମଧ୍ୟ ଘରେ ନିଜର ବସା ବନେଇ ନିଅନ୍ତି । ତେବେ ଏହା ରହିବା ମଧ୍ୟ ଘର ଭଲ ହୋଇନଥାଏ । ଏହାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ । ତେବେ ଏହାକୁ ସାବଧାନିର ସହ ହଟେଇବା ଉଚିତ ହୋଇଥାଏ

ଚିଲ ମୃତ ଶରୀରକୁ ଖାଉଥିବା ଏକ ଅଶୁଭ ପକ୍ଷୀ ଯାହା ଘର ପାଇଁ ଅଶୁଭ ହୋଇଥାଏ ତେବେ ଏହା ଯଦି ଆପଣଙ୍କ ଘରେ କି ଘରର ଛାତ ରେ ବସିଯାଏ ତେବେ ଏହା ମହା ଅଶୁଭ ବୋଲି ବିଶ୍ୱାସ କରାଯାଏ । ତେବେ ଯଦି ଏହିପରି ହୁଏ ଆପଣଙ୍କ ଏହି ପକ୍ଷୀ କୁ ବାହାର କରି ଘରେ ଶାନ୍ତି ପାଠ କରିବା ଉଚିତ ହୋଇଥାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *