Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ଶୁକ୍ରବାର ଦିନ ଘରୁ ବାହାରକୁ ଫିଙ୍ଗି ଦିଅନ୍ତୁ ଏହି ଖାସ ଜିନିଷ, ଦାରିଦ୍ର୍ୟତା ଆପଣଙ୍କ ପାଖ ମାଡିବ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହି ଦୁନିଆରେ ପ୍ରାୟତଃ ସମସ୍ତ ଲୋକଙ୍କୁ ଅର୍ଥର ଆବଶ୍ୟକତା ରହିଛି। ସମସ୍ତେ ସୁଖ ସୁବିଧାରେ ରହିବାକୁ ପସନ୍ଦ କରିଥାନ୍ତି। ଧନ ପ୍ରାପ୍ତ କରିବା ପାଇଁ କିଛି ଲୋକ ସତ୍ ମାର୍ଗ ଆପଣେଇ ଥାଆନ୍ତି ଏବଂ ଆଉ କିଛି ଲୋକେ ଖରାପ ମାର୍ଗ ଆପଣେଇ ଛଳ କପଟକୁ ସାହାରା କରି ଖୁବ୍ ଶୀଘ୍ର ଧନ ଆୟ କରିବା ପାଇଁ କାମନା କରିଥାନ୍ତି।

ଆଉକିଛି ଲୋକେ ଏଭଳି ରହିଛନ୍ତି, ଯେଉଁମାନଙ୍କ ପାଖରେ କେବେବି ଅର୍ଥ ତିଷ୍ଠି ରହି ପାରେ ନାହିଁ। କିନ୍ତୁ ଜାଣତରେ ହେଉ ଅବା ଅଜାଣତରେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାର ଖରାପ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଧନର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ। ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ବିବାହ କରିଥିଲେ। ଦେବୀ ଲକ୍ଷ୍ମୀଙ୍କୁ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବୀ ଲକ୍ଷ୍ମୀଙ୍କୁ ଶୁକ୍ର ଗ୍ରହ ସହିତ ଯୋଡା ଯାଇଥାଏ। ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ରହିଲେ, ଯେତେ କଠିନ ପରିଶ୍ରମ କଲେ ମଧ୍ୟ ପାଖରେ ଅର୍ଥ ତିଷ୍ଠି ରହି ନଥାଏ।

ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ରରେ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ସେହି ଉପାୟ ବିଷୟରେ ବିସ୍ତାର ରୂପରେ ଜାଣିବା। ଯାହାକୁ ପ୍ରୟୋଗ କରି ଆପଣ ଆର୍ଥିକ ସଙ୍କଟରୁ ମୁକ୍ତି ପାଇ ପାରିବେ।

ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ସକାଳୁ ଉଠି ପ୍ରଥମେ ନିଜ ଘରକୁ ସଫାସଫି କରନ୍ତୁ। ତାପରେ ସ୍ନାନ ଆଦି କରି ନିଜ ନିତ୍ୟକର୍ମ ସାରନ୍ତୁ। ଠାକୁର ଘରେ ସବୁ ଦେବୀ ଓ ଦେବତାଙ୍କ ମୂର୍ତ୍ତିକୁ ସ୍ନାନ କରାନ୍ତୁ। ତାପରେ ପୂଜା କର୍ମ ସବୁ ଆରମ୍ଭ କରନ୍ତୁ। ଦେବୀ ଲକ୍ଷ୍ମୀଙ୍କୁ କୁଙ୍କୁମ, ଫୁଲ, ଧୂପ, ଝୁଣା, ସିନ୍ଦୂର ଦେଇ ଆବାହନ କରନ୍ତୁ ଏବଂ ନିଜ ଅଭିଳାଷା ପ୍ରକାଶ କରନ୍ତୁ। ଆଉ ଏକ ଉପାୟ ଆପଣ କରି ପାରିବେ।

ଘରର ଦୁଆର ମୁହଁରେ ପ୍ରତ୍ୟେକଦିନ ଗୋଟେ ଲୋଟାରେ ଜଳ ଭରି ଓ ସେଥିରେ ଫୁଲ ପକାଇ ରଖି ଦିଅନ୍ତୁ।ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।ଠାକୁର ଘରେ ଦୀପ ଜଳାଇବା ସମୟରେ ଧ୍ୟାନ ରଖନ୍ତୁ କି, ଖାଲିରେ ରଖନ୍ତୁ ନାହିଁ। ଦୀପକୁ ଚାଉଳ ବା କୌଣସି ତମ୍ବା ପାତ୍ର ଉପରେ ରଖନ୍ତୁ। ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ଦେବୀ ଲକ୍ଷ୍ମୀଙ୍କର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଏଭଳି କରିବା ଦ୍ଵାରା ଘରକୁ କୌଣସି ଦାରିଦ୍ର୍ୟତା ଗ୍ରାସ କରିବ ନାହିଁ ଏବଂ ସୁଖଶାନ୍ତି ବିଦ୍ୟମାନ ହେବ।

ଠାକୁର ଘରେ ରଖିଥିବା ଲୋଟାରେ ଜଳ ଭରି ସେଥିରେ ଅଳ୍ପ ଗଙ୍ଗା ମିଶାଇ ପୂଜା କରନ୍ତୁ। ଏହି ଜଳରେ ହାତ ଲଗାଇ ନିଜ ଆଖିରେ ଲଗାନ୍ତୁ। ତାପରେ ଏହି ଜଳକୁ ଆପଣ ତୁଳସୀ ଚଉରାରେ ଅର୍ପଣ କରି ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *