Excuse Me Odisha

ଯାହା କହିବୁ ସତ କହିବୁ

ଏଭଳି ପୋଷାକ ପିନ୍ଧୁଥିବା ଲୋକେ ସାରା ଜୀବନ ରହିଥାନ୍ତି ଦରିଦ୍ର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ରରେ ମନୁଷ୍ୟର ଜୀବନକୁ ନେଇ ଅନେକ ବିଶେଷ ତଥ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ରଙ୍ଗର ପୋଷାକ ପିନ୍ଧିବା ଦ୍ଵାରା ଦାରିଦ୍ର୍ୟତା ଗ୍ରାସ କରିଥାଏ ଏବଂ କେଉଁ ବସ୍ତ୍ର ଆପଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ପୋଷାକ ସମସ୍ତେ ପିନ୍ଧିଥାନ୍ତି। କିନ୍ତୁ ପ୍ରତ୍ୟେକ କପଡ଼ା ସମସ୍ତଙ୍କ ପାଇଁ ଶୁଭ ହୋଇ ନଥାଏ। ବ୍ୟକ୍ତିର ରହଣି ଓ ପୋଷାକ ବ୍ୟବହାରକୁ ନେଇ ବ୍ୟକ୍ତିର ଭବିଷ୍ୟତ ସ୍ଥିର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ବସ୍ତ୍ରର କିପରି ପ୍ରଭାବ ବ୍ୟକ୍ତି ଉପରେ ପଡ଼ିଥାଏ।

ପ୍ରଥମ କଥା ହେଉଛି ପୁରୁଣା ଓ ଚିରି ଯାଇଥିବା ଲୁଗା କେବେବି ବ୍ୟବହାର କରନ୍ତୁ ନାହିଁ। ଅଧିକାଂଶ ଲୋକେ ନିଜ ପୁରୁଣା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଆଉକିଛି ଲୋକେ ଚିରି ଯାଇଥିବା ଲୁଗାକୁ ଫିଙ୍ଗି ନଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଚିରାଫଟା ଲୁଗା ପିନ୍ଧି ଥାଆନ୍ତି, ସେ ଶାରୀରିକ ଓ ମାନସିକ ରୂପରେ ଅସୁସ୍ଥ ହୋଇ ଯାଇଥାନ୍ତି। ଏହାସହିତ ଦେବୀ ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି। ତେଣୁ କେବେ ମଧ୍ୟ ଚିରି ଯାଇଥିବା ଲୁଗା ବ୍ୟବହାର କରନ୍ତୁ ନାହିଁ, ଏହାକୁ ତୁରନ୍ତ ଘରୁ ହଟାଇ ଦିଅନ୍ତୁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗାଧୋଇ ସାରିବାର ତୁରନ୍ତ ପରେ ନୂଆ ପୋଷାକ ପିନ୍ଧିବା ଉଚିତ ନୁହେଁ। ମାନ୍ୟତା ଅନୁସାରେ ସେହି ବ୍ୟକ୍ତି ନୂଆ ପୋଷାକ ପିନ୍ଧି ଥାଆନ୍ତି, ଯେଉଁମାନେ କୌଣସି ବ୍ୟକ୍ତିର ଅନ୍ତିମ ସସ୍କାରରୁ ଫେରି ଥାଆନ୍ତି। ଶନିବାର ଦିନକୁ ଛାଡ଼ି ଅନ୍ୟ କୌଣସି ଦିନରେ କେବେବି କଳା ବସ୍ତ୍ର ଧାରଣ କରନ୍ତୁ ନାହିଁ। କଳା ରଙ୍ଗ ନକାରାତ୍ମକ ଶକ୍ତିର ପ୍ରତୀକ ହୋଇଥାଏ। ଆପଣ ଅନ୍ୟମାନଙ୍କୁ ମଧ୍ୟ କଳା ରଙ୍ଗର ବସ୍ତ୍ର ଉପହାରରେ ଦେବା ଉଚିତ ନୁହେଁ।

କେବେବି ଅନ୍ୟମାନଙ୍କର ପୋଷାକ ପିନ୍ଧିବା ଉଚିତ ନୁହେଁ। ଅନ୍ୟମାନଙ୍କ ପୋଷାକ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ହୋଇଥିଲେ ମଧ୍ୟ ତାହା ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ବାରା ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମଇଳା ହୋଇ ଯାଇଥିବା ପୋଷାକକୁ କେବେବି ବ୍ୟବହାର କରନ୍ତୁ ନାହିଁ। ଏହାସହିତ ପୁରୁଣା ଭଲ ଥିବା ପୋଷାକକୁ ଅସହାୟ ଲୋକଙ୍କୁ ଦାନ କରନ୍ତୁ। ଯଦି ପାରିବେ ନିଜ ପୁରୁଣା ଲୁଗାକୁ ଧୋଇ ଭଲଭାବରେ ଇସ୍ତ୍ରି କରି ଦାନ କରନ୍ତୁ। କିନ୍ତୁ ମଇଳା ଲୁଗା ଦାନ କରନ୍ତୁ ନାହିଁ, ଏହା ଅଶୁଭ ଫଳ ପ୍ରଦାନ କରିଥାଏ।

ଯଦି କୌଣସି ବ୍ୟକ୍ତିଙ୍କୁ ସାମାନ୍ୟ କଥାରେ କ୍ରୋଧ ଆସୁଛି, ତାହେଲେ ଲାଲ ବା ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଦେଖିବେ ଆପଣଙ୍କ ମନରୁ ସବୁ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ବିଦ୍ୟାର୍ଥୀ ମାନେ ସପ୍ତାହକୁ ଦୁଇ ବା ତିନିଥର ସବୁଜ ରଙ୍ଗର ପୋଷାକ ପରିଧାନ କରନ୍ତୁ। ସବୁଜ ରଙ୍ଗ ବୁଧ ଗ୍ରହ ସହିତ ଯୋଡ଼ିତ ଅଟେ। ଏହାଦ୍ବାରା ଆପଣଙ୍କ ମନରେ ସର୍ବଦା ପାଠପଢ଼ାକୁ ନେଇ ଉତ୍ସାହ ଭରି ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *