Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ ପୁରୁଷ ଅଟନ୍ତି, ତାହେଲେ ଆପଣଙ୍କ ମଧ୍ୟରେ ଏହି ସମସ୍ତ ଗୁଣ ରହିବା ଜରୁରୀ। ଆପଣଙ୍କ ପତ୍ନୀ ଆପଣଙ୍କ ଉପରେ ହେବେ ପ୍ରସନ୍ନ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କୁହାଯାଏ କି ପତ୍ନୀ ମାନଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଅଟେ। କିନ୍ତୁ ସତ କହିବାକୁ ଗଲେ ଏଭଳି କିଛି ନୁହେଁ। ଏହି ସମ୍ବନ୍ଧିତ କିଛି ବିଶେଷ କଥା ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ବର୍ଣ୍ଣିତ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗ୍ରନ୍ଥରେ ମନୁଷ୍ୟର ଜୀବନକୁ ସହଜ ଓ ସରଳ କରିବା ପାଇଁ ଅନେକ ଉପଦେଶ ଦିଆଯାଇଛି। ମନୁଷ୍ୟ ନିଜ ଜୀବନକୁ ସୁଖମୟ କରିବା ପାଇଁ ଏହି ନୀତିକୁ ନିଜ ଜୀବନରେ ପ୍ରୟୋଗ କରି ପାରିବ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ ପୁରୁଷଙ୍କ ଗୁଣ ସମ୍ବନ୍ଧିତ କିଛି ଖାସ ତଥ୍ୟ ବର୍ଣ୍ଣନା କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କୌଣସି ପୁରୁଷ ମଧ୍ୟରେ ଯଦି କୁକୁରର ୫ ଗୋଟି ଗୁଣ ରହିଥାଏ, ତାହେଲେ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ସର୍ବଦା ସନ୍ତୁଷ୍ଟ ଓ ପ୍ରସନ୍ନ ରହିଥାନ୍ତି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସନ୍ତୁଷ୍ଟ ରହିବା :- ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ପୁରୁଷଙ୍କୁ କଠିନ ପରିଶ୍ରମ କରିବା ଆବଶ୍ୟକ। ସେହି ପରିଶ୍ରମର ଫଳରେ ସନ୍ତୁଷ୍ଟ ରହିବା ଆବଶ୍ୟକ। ଯେଉଁ ପୁରୁଷ ମଧ୍ୟରେ ଏହି ଗୁଣ ରହିଥାଏ, ସେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।

ସତର୍କ ରହିବା :- ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେପରି କୁକୁର ଗଭୀର ନିଦ୍ରାରେ ରହିଲେ ମଧ୍ୟ ସର୍ବଦା ସତର୍କ ରହିଥାଏ, ସେହିପରି ଜଣେ ପୁରୁଷ ମଧ୍ୟରେ ଏହି ଗୁଣ ରହିବା ଆବଶ୍ୟକ। ପୁରୁଷକୁ ନିଜ ପରିବାର, ସ୍ତ୍ରୀଙ୍କ ପ୍ରତି କର୍ତ୍ତବ୍ୟ କରିବାରେ ସତର୍କ ରହିବାର ଆବଶ୍ୟକତା ରହିଛି।

ସଚ୍ଚୋଟ ଓ ବିଶ୍ଵସ୍ତ :- ଶାସ୍ତ୍ରରେ କୁହାଯାଇଛି କୁକୁର ଏକ ଏଭଳି ପ୍ରାଣୀ ଅଟେ, ଯିଏ ସଚ୍ଚୋଟ ଓ ବିଶ୍ବାସୀ ହୋଇଥାଏ। ଜଣେ ପୁରୁଷ ନିଜ ପତ୍ନୀ ଓ ପରିବାର ପ୍ରତି ସର୍ବଦା ବିଶ୍ଵସ୍ତ ରହିବା ଆବଶ୍ୟକ। ବେଳେବେଳେ ପୁରୁଷ ନିଜ ପତ୍ନୀ ଥାଇ ମଧ୍ୟ ଅନ୍ୟ ସ୍ତ୍ରୀଙ୍କ ପ୍ରତି ଆକୃଷ୍ଟ ହୋଇ ଯାଇଥାନ୍ତି। ଏହାଦ୍ବାରା ଘରେ କଳି ଝଗଡା ଲାହି ରହିଥାଏ। ଯାହାଫଳରେ ସୁନ୍ଦର ସଂସାର ଖୁବ୍ ଶୀଘ୍ର ଭାଙ୍ଗି ଯାଇଥାଏ।

ସାହସ :- ଶାସ୍ତ୍ରରେ କୁହାଯାଇଛି କି, କୁକୁର ନିର୍ଭୟ ଓ ସାହସୀ ପ୍ରାଣୀ ଅଟେ। ସେହିପରି ପୁରୁଷକୁ ମଧ୍ୟ ନିର୍ଭୟ ଓ ସାହସର ସହିତ ଆଗକୁ ବଢିବା ଆବଶ୍ୟକ। ଜଣେ ପୁରୁଷ ନିଜ ପତ୍ନୀ ଓ ପରିବାର ପାଇଁ ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରି ପାରୁ ଥିବାର କ୍ଷମତା ରଖିବା ଆବଶ୍ୟକ।

ସନ୍ତୁଷ୍ଟ ରଖିବା :- ଜଣେ ପୁରୁଷର ପ୍ରଥମ ଦାୟିତ୍ୱ ରହିଥାଏ କି, ସେ ନିଜ ପତ୍ନୀଙ୍କୁ ସବୁ କ୍ଷେତ୍ରରେ ସନ୍ତୁଷ୍ଟ ରଖିବା ଆବଶ୍ୟକ। କାରଣ ଘରର ସ୍ତ୍ରୀ ସନ୍ତୁଷ୍ଟ ରହିଲେ ଘର ସ୍ବର୍ଗ ପରି ରହିବ ଏବଂ ଦେବୀ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *