Excuse Me Odisha

ଯାହା କହିବୁ ସତ କହିବୁ

ବର୍ଷ 2023ରେ ରୁହନ୍ତୁ ସାବଧାନ, ଏହି 4 ରାଶି ପାଇଁ ରହିଛି ସମସ୍ୟା !

ସେୟାର୍ କରନ୍ତୁ

ବର୍ଷ 2023 ରେ ଯେଉଁ ରାଶିଗୁଡ଼ିକକୁ ଆଲର୍ଟ ରହିବାର ଚେତାବନୀ ଦିଅ ଯାଇଛି ସେଥିରୁ ପ୍ରଥମ ରାଶିଟି ହେଉଛି ବୃଷଭ ରାଶି | ଏହି ବର୍ଷ ଶନି ରାହୁ କେତୁ ଙ୍କ ପ୍ରକୋପ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକେଇ ପାରେ | ଦାମ୍ପତ୍ୟ ଜୀବନ ରେ କୌଣସି ଖରାପ ବ୍ୟକ୍ତି ର ହସ୍ତକ୍ଷେପ ଦ୍ୱାରା ଚିନ୍ତା ବଢିବ | ସମ୍ପର୍କ ରେ ଅସୁବିଧାର ସାମ୍ନା କରିବାକୁ ପଡିବ | ଆପଣଙ୍କ ରାଶିର ସପ୍ତମ ଭାବ ରେ କେତୁର ଉପସ୍ଥିତି ବୈବାହିକ ଜୀବନରେ ଅନେକ ଅସୁବିଧାର ଯୋଗ ବନୁଅଛି |

ଏହି ବର୍ଷ ଆପଣ ଯେତିକି ପ୍ରୟାସ କରିବେ, ବାସ ସେତିକି ହିଁ ଫଳ ଆପଣଙ୍କୁ ମିଳିବ | ଆପଣ ଙ୍କ ଧ୍ୟାନ ପାଠ ପଢା ରୁ ହଟିଯାଇ ପାରେ | ବାଣୀ ଉପରେ ସଂଯମ ରଖିବାକୁ ହେବ ଅନ୍ୟଥା ଆପଣଙ୍କର ଆପଣଙ୍କ ନିକଟତର ବନ୍ଧୁଙ୍କୁ ଏମିତି କିଛି କହିପାରନ୍ତି
ଯାହା ବିବାଦ କୁ ଜନ୍ମ ଦେଇପାରେ |

ଫେବୃଆରୀ ଠୁ ଏପ୍ରିଲ ମଧ୍ୟରେ ବୃହସ୍ପତି ମଙ୍ଗଳ ର ଦୃଷ୍ଟି ଏକୁଟିଆ ପଣ ଏବଂ ସମ୍ପର୍କରେ କଳହ ର କାରଣ ବନିବ | ଭଲ ପରିଣାମ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ | ଆବେଗ ରେ ଆସି କୌଣସି ନିର୍ଣୟ ନିଅନ୍ତୁ ନାହିଁ | କାମର ଚାପ ରହିବ | ଏହି ବର୍ଷ ଆପଣ ନକାରାତ୍ମକ ବିଚାରର ଶିକାର ହେବେ | ସ୍ୱାସ୍ଥ୍ୟ କମଜୋର ରହିବ | ଏହି ବର୍ଷ ଆପଣଙ୍କୁ ସାବଧାନ କରୁଛି, ଭୁଲ ରେ କାହା ମନ ଦୁଃଖ କରନ୍ତୁ ନାହିଁ |

ଶୁଭ ଅଙ୍କ – 2

ଶୁଭ ରଙ୍ଗ – ଧଳା , ନାଲି

ଶୁଭ ରତ୍ନ – ମୋତି ଏବଂ ମାଣିକ

ସିଂହ ରାଶି 2023

ବର୍ଷ 2023 ରେ ଯେଉଁ ଦ୍ୱିତୀୟ ରାଶିକୁ ସତର୍କ ରହିବାର ଆବଶ୍ୟକ ରହିଛି ସେହି ରାଶି ହେଉଛି ସିଂହ ରାଶି | ଏହି ବର୍ଷ ଜୀବନସାଥି ସ୍ୱାସ୍ଥ୍ୟ କୁ ନେଇକି ଚିନ୍ତା ଚିନ୍ତିତ କରିପାରେ ଯାହା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ହେବ | ଆପଣଙ୍କ ବଢୁଥିବା ରାଗ ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ଖରାପ ପ୍ରଭାବ ପକେଇ ପାରେ | ଏହି ସମୟ ରେ ଆପଣଙ୍କୁ ସବୁଠୁ ଅଧିକ ସାବଧାନ ରହିବାକୁ ପରାମର୍ଶ ଦିଆଯାଉଛି |

ବର୍ଷ ର ମଧ୍ୟ ଭାଗ୍ୟ ପର୍ଯ୍ୟନ୍ତ ଅନାବଶ୍ୟକ ଖର୍ଚ୍ଚ ରେ ବୃଦ୍ଧି ଆପଣଙ୍କୁ ହଇରାଣ କରିପାରେ | ବ୍ୟବସାୟ ରେ ମଧ୍ୟ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ କିନ୍ତୁ ଆପଣଙ୍କ ପରିଶ୍ରମ ବଳରେ ଆପଣ ତାହା ଉପରେ ଶୀଘ୍ର କାବୁ ପାଇଯିବେ | ସମ୍ପର୍କ ରେ ବ୍ୟାପାର କରିବା ଠୁ ବଞ୍ଚନ୍ତୁ | ଆଖି ବନ୍ଦ କରି ଭରସା କରିବା ଆପଣଙ୍କୁ କ୍ଷତି ରେ ପକେଇ ପାରେ |

ଶୁଭ ରଙ୍ଗ – ହଳଦିଆ ଏବଂ ମୟୁର ଚୁଳ

ଶୁଭ ରତ୍ନ – ରୁବି

କନ୍ୟା ରାଶି 2023

ବର୍ଷ 2023 ରେ ଯେଉଁ ତୃତୀୟ ରାଶିକୁ ନେଇକି ସାବଧାନ ରହିବାକୁ ପରାମର୍ଶ ଦିଆଯାଉଛି ତାହା ହେଉଛି କନ୍ୟା ରାଶି | ଏହି ବର୍ଷ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଚିନ୍ତାର କାରଣ ବନି ପାରେ | ଗୁପ୍ତ ଶତ୍ରୁ କାର୍ଯ୍ୟସ୍ଥଳ ରେ ବାଧା ଉତ୍ପନ କରିପାରନ୍ତି | ଯଦି କୌଣସି ବଡ଼ ବେମାରି ଅଛି, ତେବେ ଅଧିକ ସତର୍କ ରୁହନ୍ତୁ |

22 ଏପ୍ରିଲ ପରେ ସ୍ୱାସ୍ଥ୍ୟ ପ୍ରତି ଅତିରିକ୍ତ ସତର୍କ ରହିବାକୁ ହେବ | ବିଦେଶ ଯିବା ର ସ୍ବପ୍ନ ଦେଖୁଛନ୍ତି ତେବେ ଅନେକ କଷ୍ଟ ସାମ୍ନା କରିବାକୁ ପଡିପାରେ | ବୈବାହିକ ଜୀବନରେ ଉଭୟ ପରିଣାମ ମିଳିବ |ବର୍ଷ ର ଆରମ୍ବ ଆପଣଙ୍କ ପାଇଁ ଟିକିଏ ଦୁଖଦଃ ହୋଇପାରେ | ଶଶୁର ଘର ପକ୍ଷ ରୁ ମାନସିକ ଅଶାନ୍ତି ର ସମ୍ଭାବନା ରହିଛି | ଜାନୁଆରୀ ରୁ ଏପ୍ରିଲ ମଧ୍ୟ ରେ ଶାଶୁଘର ସହ ଗଭୀର ଅବୁଝା ପଣ ହୋଇପାରେ |

ବର୍ଷ 2023 କନ୍ୟା ରାଶିର ଲୋକଙ୍କୁ ଆର୍ଥିକ ଚିନ୍ତା ଦେବାକୁ ଯାଉଛି | ଅତ୍ୟଧିକ ଖର୍ଚ ରୁ ବଂଚିବାକୁ ହେବ | କରଜ ର ବୋଝ ଆର୍ଥିକ ସଙ୍କଟର କାରଣ ବନି ପାରେ | ବ୍ୟବସାୟ ରେ ଇଂଭେଷ୍ଟ କରିବାକୁ ବିଚାର କରୁଛନ୍ତି ତେବେ ଏହି ବର୍ଷ କରନ୍ତୁ ନାହିଁ | ଆପଣଙ୍କ ପାଇଁ 2024 ବର୍ଷ ଶୁଭ ରହିବ | ବର୍ଷ 2023 ରେ ପ୍ରିୟଜନ ଙ୍କ ସହ ବଡ ବିବାଦ ହେବାର ମଧ୍ୟ ସମ୍ଭାବନା ରହିଛି | ପରିବାର ଠୁ ଦୁରକୁ ଯିବାକୁ ପଡିପାରେ | କ୍ୟାରିଅର ରେ ଧୀରେ ଧୀରେ କାର୍ଯ୍ୟ ହେବ |

ଶୁଭ ଅଙ୍କ – 4

ଶୁଭ ରଙ୍ଗ – ହାଲକା ନୀଳ ଏବଂ ମେରୁନ

ଶୁଭ ରତ୍ନ – ପନ୍ନା

ମୀନ ରାଶି 2023

ବର୍ଷ 2023 ରେ ଯେଉଁ ଚତୁର୍ଥ ରାଶିକୁ ଚିନ୍ତିତ ହୋଇପାରେ ତାହା ହେଉଛି ମୀନ ରାଶି | ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆପଣଙ୍କୁ ବର୍ଷ ସାରା କଷ୍ଟ ଦେବ | ଏହି ବର୍ଷ ପାପକର୍ତରୀ ଯୋଗ ରେ ଆପଣଙ୍କ ଲଗ୍ନ ଆସୁଛି, ସେଥିପାଇଁ ସ୍ୱାସ୍ଥ୍ୟ କୁ ନେଇ ଏହି ବର୍ଷ ଚିନ୍ତା ବଢିବ | ଏହି ବର୍ଷ ପରିବାର ସଦସ୍ୟ ଙ୍କ ଉପରେ ଆପଣଙ୍କ ଧନ ଖର୍ଚ୍ଚ କରିବାକୁ ପଡିପାରେ |

ବର୍ଷ ର ମଧ୍ୟ ଭାଗରେ ସନ୍ତାନ ଠାରୁ ମାନସିକ ଅଶାନ୍ତି ପାଇପାରନ୍ତି ସେଥିପାଇଁ ପ୍ରାଣାୟାମ କରିବା ଆପଣଙ୍କ ପାଇଁ ସଠିକ ହେବ | ଗ୍ରହ ଗୁଡିର ଚଳନ ବଦଳିବାକୁ ସମୟ ରେ ଆପଣଙ୍କୁ ଏଣୁ ତେଣୁ ଖର୍ଚ୍ଚ ବଢ଼ି ପାରେ | କାର୍ଯ୍ୟ କ୍ଷେତ୍ର ରେ ପ୍ରତ୍ୟେକ କାର୍ଯ୍ୟ ବିଶେଷ ସାବଧାନ ର ସହ କରନ୍ତୁ ନହେଲେ ଅଣଦେଖା କରିବା କାରଣରୁ ଆପଣଙ୍କ ଖରାପ ସ୍ଥିତି ରେ ଫସୀ ପାରନ୍ତି |

ନକ୍ଷେତ୍ର ର ସଂକେତ ରହିଛି କି ବର୍ଷ 2023 ରେ ବାଧା ଏବଂ ସଂଘର୍ଷ ର ସାମ୍ନା କରିବାକୁ ପଡିବ | ବ୍ୟକ୍ତିଗତ ଜୀବନ ରେ କିଛି ଉଥାନ ପତନ ରହିବ | ପାର୍ଟନର ଙ୍କ ମନ ରେ ଆପଣଙ୍କ ପାଇଁ ସନ୍ଦେହ ଉତ୍ପନ ହୋଇପାରେ |ଆପଣଙ୍କ ରାଶିରେ ରାହୁ ଗୋଚର ଶୁଭ ନାହିଁ ତେଣୁ ଗାଡି ଚଲେଇବା ସମୟ ରେ ଅତିରିକ୍ତ ସାବଧାନ ରହିବା ଉଚିତ |ବର୍ଷ ର ଅଧାରୁ ଅଧିକ ଅଂଶ ପ୍ରେମ, ପରିବାର, ସ୍ୱସ୍ଥ୍ୟ ଏବଂ ବ୍ୟାପାର ସହ ଜଡିତ ଅସୁବିଧା ଆସିପାରେ |

ଶୁଭ ରଙ୍ଗ – ସବୁଜ ଏବଂ ସୁନେଲି

ଶୁଭ ରତ୍ନ – ବ୍ଲୁ ଡୋପାଜ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *