Excuse Me Odisha

ଯାହା କହିବୁ ସତ କହିବୁ

ଆଜି କଦଳୀ ଗଛରେ ଚଢାଇ ଦିଅନ୍ତୁ ଏହି ଗୋଟିଏ ମାତ୍ର ଜିନିଷ,ମା ଲକ୍ଷ୍ମୀ ଧାଇଁକି ଆସିବେ ଆପଣଙ୍କ ଘରକୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ ସଚ୍ଚା ମନରେ ଭକ୍ତି ଭାବ ସହ କରିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ | ଏବଂ ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯିବ, ତେବେ ଆଜି ଆମେ ଗୁରୁବାର ଦିନ କରାଯାଉଥିବା ବୃହସ୍ପତିଙ୍କ ଉପାୟ ବିଷୟରେ କହିବୁ | ଯେମିତି ଆମେ ସମସ୍ତେ ଜାଣିଛେ ବୃହସ୍ପତି ଆମ ଜୀବନ ରେ ସମସ୍ତ ସୁଖର କାରକ ଅଟନ୍ତି, ବୃହସ୍ପତି ମାନସିକ, ଶାରୀରିକ ବିବାହ, ସନ୍ତାନ, ଜ୍ଞାନ, ଶିକ୍ଷା, ଚାକିରୀ, ବ୍ୟବସାୟ ଏହି ସବୁ ସୁଖର କାରକ ଅଟନ୍ତି |

ତେବେ ଯଦି ଆମ ଜନ୍ମ କୁଣ୍ଡଳୀରେ ବୃହସ୍ପତି ଭଲ ସ୍ଥିତିରେ ଥାନ୍ତି ତେବେ ଆମର ଆର୍ଥିକ ସ୍ଥିତି ଭଲ ରହିଥାଏ, ସେହିପରି ଏହାର ସ୍ଥିତି ଖରାପ ଥିଲେ ଆର୍ଥିକ ସମସ୍ୟା ହୋଇଥାଏ | ସେଥିପାଇଁ ବୃହସ୍ପତି ଙ୍କୁ ମଜବୁତ କରିବା ପାଇଁ ଆମେ ଗୁରୁବାର ଦିନ ଏହି ଉପାୟ କରିଥାଉ | ତେବେ ବୃହସ୍ପତି ବାର ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଆମର ବୃହସ୍ପତି ଠିକ ହୋଇଯାନ୍ତି ଏବଂ ଆମକୁ ସମସ୍ତ ସୁଖର ପ୍ରାପ୍ତି ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ ରେ..

ଗୁରୁବାର ଦିନ ଏହି ଉପାୟ ଆପଣଙ୍କ ଭାଗ୍ୟ ବଦଳେଇଦିଏ :

ବନ୍ଧୁଗଣ ଗୁରୁବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ଆଦି ସାରି 9ଟି ଚନ୍ଦନ କାଠ, ହଳଦିଆ କପଡା ରେ 9ଟି ଅଲଗା ଅଲଗା ଧାଗା ବାନ୍ଧି କଳଦୀ ଗଛରେ ବାନ୍ଧିବା ଦ୍ୱାରା ଧନର ପ୍ରାପ୍ତି ହୋଇଥାଏ | ବ୍ୟବସାୟ ରେ ଲାଭ ହୋଇଥାଏ,ଏବଂ ଆପଣଙ୍କ ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ |

ଯଦି ଆପଣଙ୍କର ଚାକିରୀ ପାଇବାରେ ଅସୁବିଧା ହେଉଛି କିମ୍ବା ବ୍ୟାପାର ରେ କ୍ଷତି ହେଉଛି ତେବେ ଆପଣ ଗୁରୁବାର ଦିନ ଜଳ ରେ ଟିକିଏ ହଳଦୀ ମିଶେଇ କଦଳୀ ଗଛ ମୂଳରେ ଅର୍ପଣ କରିବା ଦ୍ୱାରା ଏହି ସବୁ ସମସ୍ୟା ଟଳି ଯାଇଥାଏ | ଯଦି ଆପଣ ମାନସିକ ଅଶାନ୍ତି ଅନୁଭବ କରୁଛନ୍ତି କିମ୍ବା ଜୀବନ ରେ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ତେବେ ଏହି ଉପାୟ କରନ୍ତୁ | ଗୁରୁବାର ଦିନ ଟିକିଏ ଗୁଡ଼ ଭିଜା ଚଣା ଡାଲି ରେ ମିଶେଇ କଦଳୀ ଗଛରେ ଅର୍ପଣ କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ |

ଯଦି ଆପଣ କୌଣସି ନୂଆ ବ୍ୟବସାୟ,ଚାକିରୀ କିମ୍ବା ଶିକ୍ଷା ଆରମ୍ଭ କରିବାକୁ ଯାଉଛନ୍ତି ତେବେ ସେଥିରେ ସଫଳତା ପାଇଁ ଗୁରୁବାର ଦିନ ଜଳରେ ଚିନି ମିଶେଇ କଳଦୀ ଗଛକୁ ଅର୍ପଣ କରନ୍ତୁ | କାର୍ଯ୍ୟ ରେ କୌଣସି ବାଧା ବିଘ୍ନ ଆସିବ ନାହିଁ | ତେବେ ବନ୍ଧୁଗଣ ଯଦି ଆପଣଙ୍କ ଜୀବନ ରେ କୌଣସି ଶୁଭ କାର୍ଯ୍ୟ ହେଉନାହିଁ କିମ୍ବା ଆପଣଙ୍କୁ ନକାରାତ୍ମକ ଶକ୍ତି ଘେରି ରହିଛି ତେବେ ଏହି ଉପାୟ କରନ୍ତୁ | 7 ଗୁରୁବାର ଆପଣ ଦୁଇଟି ଲେଖାଏଁ ହଳଦୀ ଗଣ୍ଠି ନେଇ କଳଦୀ ଗଛରେ ବାନ୍ଧି ଦିଅନ୍ତୁ | ଏହା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ |

ଯଦି ଆପଣଙ୍କୁ ଧନର ଅଭାବ ହେଉଛି କିମ୍ବା ଆପଣ ଧନବାନ ହେବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ 1 ଟଙ୍କିଆ ମୁଦ୍ରା କଦଳୀ ଗଛ ମୂଳରେ ପୋତିଦିଅନ୍ତୁ | ଏହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ଏବଂ ଆପଣଙ୍କ ଜୀବନ ରେ ଧନର କୌଣସି ଅଭାବ ରହେ ନାହିଁ | ବନ୍ଧୁଗଣ ଯଦି ଆପଣଙ୍କ ବୈବାହିକ ଜୀବନ ରେ କଳହ ହେଉଛି, କିମ୍ବା ସମ୍ପର୍କ ରେ ବାଧା ବିଘ୍ନ ଆସୁଛି | ତେବେ ଗୁରୁବାର ଦିନ ଦୁଇଟି ହଳଦୀ ଗଣ୍ଠି ସହ ଗୁଡ଼ ମିଶେଇ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ | ପ୍ରତ୍ୟେକ ଗୁରୁବାର ରେ ଏହି ଉପାୟ କରିବା ଦ୍ୱାରା ସମ୍ପର୍କ ରେ ସ୍ନେହ ପ୍ରେମ ଏବଂ ମଧୁରତା ବଢିଥାଏ |

ଯଦି ଆପଣଙ୍କ ବିବାହ ହେବାରେ ଅସୁବିଧା ହେଉଛି କିମ୍ବା ସନ୍ତାନ ପ୍ରାପ୍ତି ରେ ବାଧା ଆସୁଛି ତେବେ | ଗୁରୁବାର ଦିନ ହଳଦୀ ଏବଂ ଜଳ ଦେଇକି କଳଦୀ ଗଛ କୁ ପୂଜା କରିବା ସହ ଗୋଟିଏ ହଳଦିଆ କପଡା କଦଳୀ ଗଛ ମୂଳରେ ବିଛନ୍ତୁ | ଏବଂ ଏହା ପାରେ କଦଳୀ ଗଛ ଚାରିପାଖରେ 7 ପରିକ୍ରମା କରନ୍ତୁ ଏବଂ ଓଁ ଭଗବତେ ବାସୁଦେବାୟ ମନ୍ତ୍ରରେ ଜପ କରି ନିଜର ମନୋସ୍କାମନା କୁହନ୍ତୁ | ଏହା ଦ୍ୱାରା ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ |

ଗୁରୁବାର ଦିନ କଳଦୀ ଗଛରେ ହଳଦୀ ଏବଂ ଜଳ ଚଢେଇବା ଶୁଭ ହୋଇଥାଏ | ତେବେ ଯଦି ଆପଣଙ୍କ ଜୀବନ ରେ ସୁଖ ଶାନ୍ତି କିମ୍ବା ଧନର ସମସ୍ୟା ଅଛି ତେବେ ଗୁରୁବାର ଦିନ ଏହି ଉପାୟ କରନ୍ତୁ | ଗୁରୁବାର ଦିନ କଦଳୀ ଗଛ ରେ ଚନ୍ଦନ ମାଳା ଅର୍ପଣ କରନ୍ତୁ ଏବଂ ଏହା ସହ ହଳଦୀ ଏବଂ ଜଳ ଚଢେଇ କଦଳୀ ଗଛକୁ ପୂଜା କରନ୍ତୁ ଏହା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବା ସହ ସୁଖ ସମୃଦ୍ଧି ଏବଂ ଧନ ରେ ବୃଦ୍ଧି ହୋଇଥାଏ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *