Excuse Me Odisha

ଯାହା କହିବୁ ସତ କହିବୁ

ପୂଜା ଘରେ ଗୋଲ ଦୀପ ଲଗାଉଛନ୍ତି କି ? ତା ହେଲେ ଏବେଠୁ ବନ୍ଦ କର,ନହେଲେ କାଙ୍ଗଳ ପରିସ୍ଥିତି ଉପୁଜିବ

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଅନୁଯାୟୀ ଦୀପ ଜାଳିବାର ଅନେକ ମହତ୍ତ୍ୱ ରହିଛି , ଯାହାର ଧାର୍ମିକ ଏବଂ ବୈଜ୍ଞାନିକ ମାନ୍ୟତା ମଧ୍ୟ ରହିଛି । ଦୀପ ପ୍ରଜ୍ଜ୍ଵଳନ ବିନା ସବୁ କାମ ଅଧୁରା ମାନା ଯାଇଥାଏ । ମାତ୍ର ଏକ ଦୀପ ଜାଳିବା ଦ୍ୱାରା ମଧ୍ୟ ମନୁଷ୍ୟକୁ ସୌଭଗ୍ୟ ପ୍ରାପ୍ତ ହୋଇପାରେ । ପ୍ରଥମତଃ ଦୀପ ଜାଳିବା ପାଇଁ ଗୋଲ ବତୀର ପ୍ରୟୋଗ କରନ୍ତୁ ନାହିଁ ନଚେତ ଘରୁ ମାତା ଲକ୍ଷ୍ମୀ ଚାଲିଯିବେ ।

ସକାଳ ସନ୍ଧ୍ୟା ଦୀପ ଜାଳିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ ଏବଂ ଦୀପ ଜାଳିବା ଦ୍ୱାରା ଆମେ ସବୁ କାର୍ଯ୍ୟରେ ଅଗ୍ନିଙ୍କୁ ସାକ୍ଷୀ ରଖିଥାଉ । ଯେହେତୁ ଅଗ୍ନି ପଞ୍ଚତତ୍ତ୍ୱ ମଧ୍ୟରୁ ଗୋଟିଏ । କ୍ରିତିକା ନକ୍ଷତ୍ରର ଦେବତା ହେଉଛନ୍ତି ଭଗବାନ ସୂର୍ଯ୍ୟ ଏବଂ ଏମାନଙ୍କ ରାଶି ଶୁକ୍ର ହୋଇଥାଏ ।

ଏପରି ମାନ୍ୟତା ରହିଛି ଯେ ଭଗବାନ ଶିବ , ବ୍ରହ୍ମା ଏବଂ ବିଷ୍ଣୁଙ୍କୁ ନିଜର ସର୍ବୋଚ୍ଚତା ସିଦ୍ଧ କରିବା ପାଇଁ ନିଜକୁ ମହାଦୀପ ରୂପରେ ପରିଣତ କରିଥିଲେ । ଅଗ୍ନିଙ୍କୁ ତ୍ରିମୁଖୀ ଏବଂ ଶିବସ୍ୱରୂପା କୁହାଯାଏ । ଏଥିପାଇଁ ଶାସ୍ତ୍ରରେ ତିନୋଟି ଦୀପ ଜାଳିବାର ବିଧାନ ରହିଛି । ତେଣୁ କୌଣସି ମନସ୍କାମନା ପାଇଁ ଶିବଙ୍କୁ ଆରାଧନା କରୁଥିଲେ ଭଗବାନ ଶିବଙ୍କ ସାମ୍ନାରେ ତିନୋଟି ଗୋଲ ବାତୀ ଯୁକ୍ତ ଦୀପ ଜଳାନ୍ତୁ । ତେବେ ତାହା ଘିଅରେ ହେଉ କିମ୍ବା ସୋରିଷ ତେଲରେ ହେଉ । ସେହି ଦୀପରେ ଗୋଟିଏ ଲବଙ୍ଗ ନିଶ୍ଚୟ ପକାଇ ଦିଅନ୍ତୁ । ଶିବ ଲିଙ୍ଗ ନିମିତ୍ତ ଦୀପ ଜାଳିଲେ ସର୍ବୋତ୍ତମ ଫଳ ମିଳିଥାଏ । ଏହାଦ୍ବାରା ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଥାଏ ।

ଆପଣ ନିଜ ରାଶି ଅନୁଯାୟୀ ମଧ୍ୟ ଦୀପ ଜାଳି ପାରିବେ । ଯଦି ଆପଣଙ୍କର ମେଷ ରାଶି ତେବେ ଶିବ ଲିଙ୍ଗ ପାଖରେ ଚମେଲି ତେଲରେ ଦୀପ ଜଳାନ୍ତୁ । ଯଦି ବୃଷଭ ରାଶି ତେବେ ଗାଈ ଘିଅରେ ଗୋଲାପ ଅତର ମିଶାଇ ଦୀପ ଜଳାନ୍ତୁ । ଯଦି ମିଥୁନ ରାଶି ତେବେ କାଶୀ ଘିଅରେ ଦୀପ ଜଳାନ୍ତୁ । କର୍କଟ ରାଶି ହୋଇଥିଲେ ଗାଈ ଘିଅରେ ଚନ୍ଦନ ଅତର ମିଶାଇ ଦୀପ ଜଳାନ୍ତୁ ।

ସିଂହ ରାଶି ହୋଇଥିଲେ ତିଳ ତେଲରେ ଦୀପ ଜଳାନ୍ତୁ । କନ୍ୟା ରାଶି ହୋଇଥିଲେ ଶିବଲିଙ୍ଗ ସାମ୍ନାରେ ଗାଈ ଘିଅରେ ମେହେନ୍ଦୀ ମିଶାଇ ଦୀପ ଜଳାନ୍ତୁ । ତୁଳା ରାଶି ହୋଇଥିଲେ ଶିବଲିଙ୍ଗ ସାମ୍ନାରେ ନଡ଼ିଆ ତେଲରେ ଦୀପ ଜଳାନ୍ତୁ । ବିଛା ରାଶି ହୋଇଥିଲେ ଗାଈ ଘିଅରେ ସିନ୍ଦୁର ମିଶାଇ ଦୀପ ଜଳାନ୍ତୁ ।

ଧନୁ ରାଶି ହୋଇଥିଲେ ସୂର୍ଯ୍ୟମୁଖୀ ତେଲରେ ଦୀପ ଜଳାନ୍ତୁ । ଯଦି ଆପଣଙ୍କ ରାଶି ମକର ତେବେ ତିଳ ତେଲରେ ଦୀପ ଜଳାନ୍ତୁ । କୁମ୍ଭ ରାଶି ହୋଇଥିଲେ ଶିବଲିଙ୍ଗ ସାମ୍ନାରେ ସୋରିଷ ତେଲରେ ଦୀପ ଜଳାନ୍ତୁ । ମୀନ ରାଶି ହୋଇଥିଲେ ଗାଈ ଘିଅରେ କେଶର ପକାଇ ଦୀପ ଜଳାନ୍ତୁ । ଏପରି ଦୀପ ଜଳାଇବା ଦ୍ୱାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଯଦି ଆପଣ ଭଗବାନ ବିଷ୍ଣୁ ଏବଂ ଶିବଙ୍କ ପୂଜା କରୁଛନ୍ତି ତେବେ ସେତେବେଳେ ଗୋଲ ବତୀ ବନାନ୍ତୁ । ମାତ୍ର ଯଦି ଆପଣ ମାତା ଲକ୍ଷ୍ମୀ , ମାତା ଦୁର୍ଗାଙ୍କର ପୂଜା କରୁଛନ୍ତି ତେବେ ଦେବୀଙ୍କ ପୂଜାରେ ଲମ୍ବା ବତୀ ବ୍ୟବହୃତ ହୋଇଥାଏ । ପିତୃଙ୍କ ନିମନ୍ତେ ଦୀପ ଜାଳିବା ପାଇଁ ଗୋଲ ବତୀ ନଜାଳି ଲମ୍ବା ବତୀ ଜଳାନ୍ତୁ । ମାତ୍ର ଦେବଙ୍କ ପୂଜା ନିମନ୍ତେ ଗୋଲ ବତୀ ଜଳାନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *