Excuse Me Odisha

ଯାହା କହିବୁ ସତ କହିବୁ

ଶରୀରର ଏହି 3 ଅଙ୍ଗରେ ଥିବା କଳାଜାଇ ବ୍ୟକ୍ତିଙ୍କୁ ବନେଇ ଦେଇଥାଏ ଭାଗ୍ୟଶାଳୀ,ଜାଣନ୍ତୁ କଳାଜାଇର ରହସ୍ୟ | ଶରୀରରେ କଳାଜାଇର ଫଳାଫଳ

ସେୟାର୍ କରନ୍ତୁ

ବନ୍ଧୁଗଣ ଭାରତୀୟ ପ୍ରାଚୀନ ସମୁଦ୍ର ଶାସ୍ତ୍ରରେ ମନୁଷ୍ୟର ଅଙ୍ଗ ଏବଂ ଗଠନରେ ମଣିଷର ଭବିଷ୍ୟତ କହିଦେବାର ଵିଧି କୁହାଯାଇଛି | ସମୁଦ୍ର ଶାସ୍ତ୍ରରେ ମଣିଷର ସ୍ୱାଭବ ଏବଂ ତାର ଭବିଷ୍ୟତ ବିଷୟରେ ଅବଗତ କରେଇଥାଏ | ପ୍ରଚୀନ କାଳରେ ଋଷି ମୁନି ମାନଙ୍କ ଅନୁଯାୟୀ ଗ୍ରହମାନଙ୍କର ସ୍ଥିତିକୁ ନିର୍ଦ୍ଧାରିତ କରି ମନୁଷ୍ୟ ଶରୀରରେ ବିଭିନ୍ନ ଯାଗାରେ କଳାଜାଇ ହୋଇଥାଏ | ଏବଂ ଆମେ ମନୁଷ୍ୟର ଶରୀରରେ ଥିବା କଳାଜାଇ ରୁ ଆମେ ସେହି ମନୁଷ୍ୟ ସହ ଜଡ଼ିତ ଅନେକ କଥା ଜାଣିପାରିବା |

ସେହି ମନୁଷ୍ୟ କେବେ ଧନବାନ ହେବ କିମ୍ବା କେବେ ସେହି ମଣିଷକୁ ଚାକିରି ମିଳିବ ଏମିତିକି ଏହି ଭଳି ବ୍ୟକ୍ତିଙ୍କ ଜୀବନସାଥି କିପରି ହେବେ | ତାହା ମଧ୍ୟ ଆମେ ଜାଣିପାରିବା | ଶରୀରରେ ଥିବା କଳାଜାଇ ମନୁଷ୍ୟର ଭାଗ୍ୟ ସହ ଜଡ଼ିତ ଅନେକ ରହସ୍ୟ ଖୋଲିଥାଏ | ଆମେ ଆଜି ଆପଣଙ୍କୁ ଶରୀରରେ ଥିବା କଳାଜାଇ ଆଧାରରେ ଆମେ ଆପଣଙ୍କୁ ସେହି ବ୍ୟକ୍ତିର ଭବିଷ୍ୟତ ସହ ଜଡ଼ିତ ତଥ୍ୟ ବିଷୟରେ ଜଣାଇବୁ |

ମଥାରେ କଳାଜାଇ :- ସମୁଦ୍ର ଶାସ୍ତ୍ର ଅନୁଯାୟୀ ମଥାରେ କଳାଜାଇ ଥିଲେ ତାହାକୁ ବହୁତ ଶୁଭ ବୋଲି କୁହାଯାଏ | ଏବଂ ବହୁତ କମ୍ ଲୋକଙ୍କ ମଥାରେ ହିଁ କଳାଜାଇ ଥାଏ | ମଥାରେ କଳାଜାଇ ନେଇ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ ଏବଂ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି | ଏବଂ ଏହା ସହ ଏହା ମଧ୍ୟ ଜାଣିବାକୁ ହୋଇଥାଏ ଯେ ବ୍ୟକ୍ତିର ମଥାରେ କଳାଜାଇ କେଉଁ ପାର୍ଶ୍ୱରେ ଅଛି |

ତେବେ ବନ୍ଧୁଗଣ ଯେଉଁ ଵ୍ୟାକ୍ତିଙ୍କ ମଥାର ବାମ ପାର୍ଶ୍ୱରେ କଳାଜାଇ ଥାଏ ସେହି ବ୍ୟକ୍ତି ସମୟ ସହ ଉନ୍ନତି ଏବଂ ଅଗ୍ରଗତି କରିଥାଏ | ଏବଂ ଯଦି ମଥାର ଡାହାଣ ପାର୍ଶ୍ୱରେ କଳାଜାଇ ଥାଏ | ତେବେ ସେହି ବ୍ୟକ୍ତି ବହୁତ କଞ୍ଚୁସ୍ ସ୍ୱାଭବର ହୋଇଥାନ୍ତି | ଏହି ପରି ବ୍ୟକ୍ତିଙ୍କୁ ଧନ ପ୍ରାପ୍ତ ତ ହୋଇଥାଏ କିନ୍ତୁ ସେମାନେ କେବଳ ଜୀବନ ସାରା ଧନ ସଞ୍ଜୟ କରିଥାନ୍ତି | ଉପଭୋଗ କରନ୍ତି ନାହିଁ | ଯଦି ଆପଣଙ୍କ ମଥାର ମଝିରେ କଳାଜାଇ ଅଛି | ତେବେ ଆପଣ ବହୁତ ଭାଗ୍ୟଶାଳୀ ହେବେ | ଏବଂ ଏହା ସହ ଆପଣଙ୍କୁ ଏକ ବହୁତ ସୁନ୍ଦର ଏବଂ ଭଲ ଜୀବନସାଥି ମଧ୍ୟ ମିଳିବେ |

ଆଖିପତାରେ କଳାଜାଇ :- ଆଖିପତାରେ କଳାଜାଇ କୁ ସୋଭାଗ୍ୟର ପ୍ରତୀକ କୁହାଯାଏ | ଯେଉଁ ବ୍ୟକ୍ତିଙ୍କ ଦୁଇ ଅଖି ପତା ମଝିରେ କଳାଜାଇ ଥାଏ ସେହି ଭକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି | ଏମିତି ମହିଳା ଯେଉଁ ଘରକୁ ବୋହୂ ହେଇ ଯାଆନ୍ତି ସେହି ସେହି ଘରକୁ ସୁଖ ଏବଂ ସମୃଦ୍ଧି ଆଣିଥାଏ | ଏମିତି ଘରେ କେବେ ବି ଧନର କମି ହୋଇନଥାଏ | ଯେଉଁ ବ୍ୟକ୍ତିଙ୍କର ବାମ କିମ୍ବା ଡାହାଣ ଆଖିପତାରେ କଳାଜାଇ ଥାଏ ସେହି ବ୍ୟକ୍ତି ବିବାହ ପୂର୍ବରୁ ଅନେକ କଷ୍ଟ ସହିଥାନ୍ତି | ଏବଂ ବାହାଘର ପରେ କିନ୍ତୁ ଏମିତି ବ୍ୟକ୍ତିଙ୍କ ଜୀବନରେ ସୁଖ ହିଁ ସୁଖ ରହିଥାଏ |

କାନରେ କଳାଜାଇ :- ସମୁଦ୍ର ଶାସ୍ତ୍ରରେ ଏହା କୁହାଯାଇଛି ଯେ କାନରେ କଳାଜାଇ ଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି | ଏମିତି ଲୋକଙ୍କ ପାଖକୁ ସବୁ ସମୟରେ ପଇସା ଆସିଥାଏ | ଏବଂ ଏହି ବ୍ୟକ୍ତିମାନେ ପଇସାର ସଠିକ ବ୍ୟବହାର କରିବା ମଧ୍ୟ ଜାଣିଥାନ୍ତି |ଯାହା ପାଇଁ ସେ କେବେ ବି ଅର୍ଥ ଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ |

ଓଠରେ କଳାଜାଇ :- ସମୁଦ୍ର ଶାସ୍ତ୍ର ଅନୁଯାୟୀ ଓଠରେ କଳାଜାଇ ଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି | ଏମିତି ଲୋକଙ୍କ ଭାଗ୍ୟ ସବୁବେଳେ ସେମାନଙ୍କ ସାଥ ଦେଇଥାଏ | ଏହି ବ୍ୟକ୍ତି ମାନଙ୍କୁ ପଇସା ରୋଜଗାର କରିବାକୁ ବେଶି କଷ୍ଟ କରିବାକୁ ପଡ଼ିନଥାଏ | ଟିକେ କଷ୍ଟ କରିବା ପରେ ହିଁ ଏମାନଙ୍କୁ ଅନେକ ସଫଳତା ପ୍ରାପ୍ତ ହୋଇଯାଇଥାଏ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *