Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ନୂଆବର୍ଷରେ ବଦଳିବ ଏହି ଆଠଟି ରାଶିର ଭାଗ୍ୟ , ଏହି ରାଶିକୁ ରହିବାକୁ ପଡ଼ିବ ସାବଧାନ :-

ସେୟାର୍ କରନ୍ତୁ

ମେଷ ରାଶି:- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୂଆବର୍ଷ ଅତ୍ୟନ୍ତ ଶୁଭ ପରିଣାମ ନେଇ ଆସିବ । ଏହି ରାଶିର ଜାତକରେ ସୂର୍ଯ୍ୟ , ବୁଧ , ବୃହସ୍ପତି , ଶନି ଏବଂ କେତୁ ରହୁଥିବାରୁ ବର୍ଷର ଦିନ ଗୁଡ଼ିକ ବେଶ ଭଲ କଟିବ । ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ସ୍ୱାସ୍ଥ୍ୟ ଠାରୁ କାର୍ଯ୍ୟ ପର୍ଯ୍ୟନ୍ତ ସବୁଥିରେ ଉନ୍ନତି ହେବ । କେବଳ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ।

ବୃଷ ରାଶି:- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୂଆବର୍ଷ ଅତ୍ୟନ୍ତ ଶୁଭ ରହିବ । ସବୁ କ୍ଷେତ୍ରରେ ଉନ୍ନତି ମିଳିବା ସହିତ ଅନେକ ନୂଆ ନୂଆ ଅନୁଭୂତ ପ୍ରାପ୍ତ ହେବ । ବୃଷ ରାଶିର ସ୍ୱାମୀ ଶୁକ୍ର ଭାଗ୍ୟରେଖାରେ ବିରାଜମାନ କରୁଛନ୍ତି । ତେଣୁ ନୂଆ ବର୍ଷ ଅତ୍ୟନ୍ତ ଉଜ୍ଜ୍ୱଳ ହେବ । ବୈବାହିକ ଜୀବନ ଅତ୍ୟନ୍ତ ଭଲ ରହିବ ଏବଂ ବ୍ୟବସାୟରେ ଉନ୍ନତି ଲାଭ ହେବ ।

ମିଥୁନ ରାଶି:- ନୂଆବର୍ଷରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଏତେ ଖାସ ନାହିଁ ବରଂ ସାଧାରଣ ରହିଛି । କିଛି ଅସୁବିଧା ଆସିପାରେ । କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନେବା ଉଚିତ । ଏହି ରାଶିର ସ୍ୱାମୀ ବୁଧ ଏବଂ ବର୍ଷ ଆରମ୍ଭରେ ମନରେ ଅଧିକ ଆନନ୍ଦ ରହିବ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

୪ . କର୍କଟ ରାଶି:- ଏହି ବ୍ୟକ୍ତି ମାନେ ନିଜ ଇଚ୍ଛା ଅନୁଯାୟୀ ଏହି ବର୍ଷକୁ କଟାଇ ପାରିବେ । ନୂଆ ବର୍ଷ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ଦେବ । ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ଭାଗ୍ୟ ଉପରେ ଭରସା ରଖି ବସି ରୁହନ୍ତୁ ନାହିଁ ବରଂ କର୍ମ ଉପରେ ଭରସା ରଖନ୍ତୁ । କାରଣ କର୍ମ ଅନୁଯାୟୀ ହିଁ ଆପଣଙ୍କୁ ଫଳ ମିଳିବ ।

୫ . ସିଂହ ରାଶି:- ନୂଆ ବର୍ଷ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ଖ୍ୟାତି ମିଳିବ । ଲୋକଙ୍କ ପାଇଁ ଆପଣ ଆଦର୍ଶ ହୋଇ ପାରନ୍ତି । ଅନେକ କ୍ଷେତ୍ରରେ ଉନ୍ନତି କରିବେ । ଅବିବାହିତଙ୍କ ପାଇଁ ବିବାହର ଯୋଗ ରହିଛି । ବିବାହିତ ଦମ୍ପତ୍ତିଙ୍କ ପରିବାରିକ ଜୀବନ ବେଶ ଭଲ ରହିବ । ଜମି ଏବଂ ବାହାନ କିଣିବାର ଯୋଗ ରହିଛି ।

୬ . କନ୍ୟା ରାଶି:- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୂଆବର୍ଷ ବେଶ ଫଳପ୍ରଦ ହେବ ଏବଂ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ମିଳିବ । ଏହାସହିତ ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହେବ । ବର୍ଷ ସାରା ଭାଗ୍ୟ ଆପଣଙ୍କ ସାଥ ଦେବ । ପରିଶ୍ରମ ଅନୁଯାୟୀ ଆପଣଙ୍କୁ ଫଳ ପ୍ରାପ୍ତ ହେବ । ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ରହିଛି ତେଣୁ ପରିଶ୍ରମ ଜାରି ରଖନ୍ତୁ । ଅବିବାହିତ ବ୍ୟକ୍ତିଙ୍କ ବିବାହର ଯୋଗ ରହିଛି ।

୭ . ତୁଳା ରାଶି:- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୂଆବର୍ଷ ସୁଖ ସମୃଦ୍ଧି ଆଣିବ । ପୁରୁଣା ପାରିବାରିକ କଳହ ଦୂର ହେବ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ନୂଆ ଯାନବାହନ କିଣିବାର ଯୋଗ ରହିଛି । କୌଣସି ଦାମୀ ଜିନିଷ କିଣି ପାରନ୍ତି କିମ୍ବା ନୂଆ ଘର ତିଆରି କରି ପାରନ୍ତି । ପୁରା ବର୍ଷ ରୋମାଣ୍ଟିକ ଜୀବନ ବଞ୍ଚାଇ ପାରନ୍ତି ।

୮ . ବିଛା ରାଶି:- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ନୂଆବର୍ଷ ସୁଖ ସମୃଦ୍ଧି ନେଇ ଆସିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ଯାନବାହନ କିଣିବାର ଯୋଗ ବନୁଛି । କୌଣସି କ୍ଷେତ୍ରରେ ଉପନିବେଶ ପାଇଁ ମନ ବଳାଇ ପାରନ୍ତି । ନିବେଶରେ ଲାଭ ମିଳିବ । ବିବାହର ଯୋଗ ବନୁଛି ଏବଂ ଆୟ ମଧ୍ୟ ଦ୍ବିଗୁଣିତ ହେବ ।

୯ . ଧନୁ ରାଶି:- ନୂଆ ବର୍ଷ ଆପଣଙ୍କ ପାଇଁ ଶୁଭ ପରିଣାମ ନେଇ ଆସିବ । ବିଭିନ୍ନ କ୍ଷେତ୍ରରୁ ଆପଣଙ୍କୁ ସଫଳତା ମିଳିବ । ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବ । ବୈବାହିକ ଜୀବନ ଖୁବ ଖୁସିରେ କଟିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ ଏବଂ ଆୟ ମଧ୍ୟ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ।

୧୦ . ମକର ରାଶି:- ଏହି ରାଶି ପାଇଁ ନୂଆ ବର୍ଷ ବିଶେଷ ଫଳପ୍ରଦ ନୁହେଁ । ଖର୍ଚ୍ଚ ଅଧିକ ବଢ଼ିପାରେ । ବାଧ୍ୟ ହୋଇ କୌଣସି ବଡ଼ ଖର୍ଚ୍ଚରେ ପଡ଼ି ପାରନ୍ତି । ଧନ ସଞ୍ଚୟ ଇଚ୍ଛା ଥିଲେ ମଧ୍ୟ କରି ପାରିବେ ନାହିଁ । ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ ।

୧୧ . କୁମ୍ଭ ରାଶି:- ଏହି ନୂଆ ବର୍ଷ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ପରିଣାମ ନେଇ ଆସିବ । ଆର୍ଥିକ ହେଉ କିମ୍ବା ପାରିବାରିକ ସ୍ଥିତି ସବୁକିଛି ଭଲ ରହିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆସିବ । ଆର୍ଥିକ ସମସ୍ୟା ଦେଖା ଦେଲେବି ତାହା ଦୂର ହୋଇଯିବ ।

୧୨ . ମୀନ ରାଶି:- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୂଆବର୍ଷ ଅତ୍ୟନ୍ତ କଠିନ ସଫଳତା ନେଇ ଆସିବ । ସମାଜରେ ମାନ ସମ୍ମାନ ବୃଦ୍ଧି ହେବ । ଅଧିକ ଲୋକ ଆପଣଙ୍କ ସହିତ ମିଶିବାକୁ ପସନ୍ଦ କରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *