Excuse Me Odisha

ଯାହା କହିବୁ ସତ କହିବୁ

ଏହି ତିନି ପ୍ରକାରର ଲୋକଙ୍କ ସହ କେବେ କରନ୍ତୁ ନାହିଁ ଶତ୍ରୁତା । ଜାଣନ୍ତୁ କଣ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ବାଣୀର ଦଶମ ଅଧ୍ୟାୟରେ କିଛି ଏପରି କଥା ବିଷୟରେ ବର୍ଣ୍ଣନା କରିଛନ୍ତି ଯାହା ମନୁଷ୍ୟକୁ ଜାଣି ରଖିବା ଜରୁରୀ ଅଟେ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମନୁଷ୍ୟକୁ ନିଜ ଦୃଷ୍ଟିରେ ଦେଖିବା ପରେ ହିଁ ପାଦ ପକାଇବା ଉଚିତ । ସେହିଭଳି କପଡ଼ାରେ ପାଣିକୁ ଶୁଦ୍ଧ କରି ପିଇବା ଉଚିତ , ଶାସ୍ତ୍ରରେ ବଚନକୁ ଶୁଦ୍ଧ କରି କହିବା ଉଚିତ ଏବଂ ମନରେ ବିଚାର କରିବା ପରେ ହିଁ କାର୍ଯ୍ୟ କରିବା ଉଚିତ । ଯେଉଁ ବ୍ୟକ୍ତି ଧନ ହୀନ ହୋଇଥାଏ ତଥାପି ଯଦି ତା ପାଖରେ ଜ୍ଞାନ ଥାଏ ତେବେ ସେ ଗରୀବ ନୁହେଁ ବରଂ ଧନୀ । ମାତ୍ର ଜ୍ଞାନ ହୀନ ମନୁଷ୍ୟ ଗରୀବ ହୋଇଥାଏ । କାରଣ ଦୁନିଆରେ ବିଦ୍ୟା ହିଁ ସବୁଠାରୁ ଅମୂଲ୍ୟ ହୋଇଥାଏ ।

ତେଣୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯଦି ଆପଣ ସୁଖ ଇଚ୍ଛା କରୁଛନ୍ତି ତେବେ ବିଦ୍ୟା ଛାଡ଼ି ଦିଅନ୍ତୁ । ଆଉ ଯଦି ବିଦ୍ୟା ଅଧ୍ୟୟନ କରୁଛନ୍ତି ତେବେ ସୁଖ ଛାଡ଼ି ଦିଅନ୍ତୁ । ଭାଗ୍ୟ ଏମିତି ଏକ ଜିନିଷ ଅଟେ ଯାହା ରାଜାକୁ ଭିକାରୀ ଏବଂ ଭିକାରୀକୁ ରାଜା ମଧ୍ୟ ବନାଇ ପାରେ । ସେହିପରି ଧନୀକୁ ନିର୍ଦ୍ଧନ ଏବଂ ନିର୍ଦ୍ଧନକୁ ଧନୀ ମଧ୍ୟ ବନାଇ ପାରେ । ଲୋଭିଙ୍କ ଶତ୍ରୁ ଦାନୀ ଏବଂ ମୂର୍ଖଙ୍କ ଶତ୍ରୁ ଜ୍ଞାନୀ ହୋଇଥାଏ । ସେହିଭଳି ବ୍ୟଭିଚାରିଣୀ ସ୍ତ୍ରୀର ଶତ୍ରୁ ତାର ସ୍ୱାମୀ ହୋଇଥାଏ ଏବଂ ଚୋରର ଶତ୍ରୁ ଚନ୍ଦ୍ରମା ହୋଇଥାଏ ।

ଏହି ପୃଥିବୀରେ ଯେଉଁ ବ୍ୟକ୍ତି ପାଖରେ ଧନ , ଜ୍ଞାନ , ମାନ , ଲକ୍ଷ କିଛିବି ନଥାଏ ସେ ନିରର୍ଥକ କୁକୁଡ଼ା ଭଳି ହିଁ ପୃଥିବୀରେ କେବଳ ବିଚରଣ କରିଥାଏ । କେବେବି କୌଣସି ଗମ୍ଭୀରତା ଦ୍ୱାରା ମନୁଷ୍ୟ ଉପଦେଶକୁ ମାନି ନଥାଏ । ଆଉ ଏମିତିରେ ବି ସୁଗନ୍ଧିତ ମଳୟ ପବନ ଦ୍ୱାରା ମଧ୍ୟ ବାଉଁଶ ଚନ୍ଦନ ହୋଇ ଯିବନି । ଯେଉଁ ବ୍ୟକ୍ତିଙ୍କ ପାଖରେ ସ୍ୱାଭାବିକ ବୁଦ୍ଧି ନଥାଏ ସେମାନଙ୍କ ପାଇଁ ଶାସ୍ତ୍ର କିଛିବି କରି ପାରିବ ନାହିଁ । କାରଣ ଏମିତି ଏକ କଥା ଅଛି ଯେ ଅନ୍ଧ ଦେଶରେ ଦର୍ପଣ ବିକିବାକୁ ଗଲେ ତାହା ମଧ୍ୟ ନିରର୍ଥକ ହୋଇଥାଏ । ବୁଦ୍ଧିହୀନ ବ୍ୟକ୍ତିକୁ ମଧ୍ୟ କେହି ଯେତେ ଚାହିଁଲେବି ଜ୍ଞାନ ପାଠ ପଢ଼ାଇ ପାରିବ ନାହିଁ ।

ଦୁର୍ଜନକୁ ସ୍ଵଜନ ବନାଇବାରେ ଏହି ପୃଥିବୀରେ କୌଣସି ଉପାୟ ନାହିଁ । ନିଜ ଠାରୁ ବୟସ୍କ ବ୍ୟକ୍ତିଙ୍କ ସହିତ ଦ୍ଵେଷ କଲେ ଜୀବନର ନାଶ ହୋଇଥାଏ । କାରଣ ଶତ୍ରୁ ସହିତ ଦ୍ଵେଷ କାରଣରୁ ଧନର ନାଶ ହୋଇଥାଏ । ରାଜା ସହିତ ଦ୍ଵେଷ କଲେ ନିଜର ସବୁକିଛି ହାରିବାକୁ ପଡ଼ିଥାଏ ଏବଂ ବ୍ରାହ୍ମଣ ସହିତ ଦ୍ଵେଷ କଲେ ସମ୍ପୂର୍ଣ୍ଣ କୂଳର ନାଶ ହୋଇଥାଏ । ଅନେକ ରଙ୍ଗ ଏବଂ ଅନେକ ରୂପୀ ପକ୍ଷୀ ସାୟଂ କାଳରେ ଏକ ବୃକ୍ଷ ଉପରେ ବସିଥାନ୍ତି ଏବଂ ପ୍ରାତଃ କାଳରେ ଦଶ ଦିଗକୁ ଉଡ଼ି ଯାଆନ୍ତି । ତେଣୁ ଲୋକଙ୍କୁ ଅଲଗା ହେଇଗଲେ କାହିଁକି ଦୁଃଖ ହୋଇଥାଏ । ସେ ବୁଦ୍ଧିମାନ ହୋଇଥାଏ ସେ ହିଁ ପ୍ରକୃତରେ ବଳବାନ ହୋଇଥାଏ । ବୁଦ୍ଧିହୀନ ବ୍ୟକ୍ତି ପାଖରେ ଶକ୍ତି ନଥାଏ । ଯେଉଁଭଳି ଜଙ୍ଗଲରେ ହାତୀ ସବୁଠାରୁ ଅଧିକ ବଳବାନ ହୋଇଥିବା ସତ୍ତ୍ୱେବି ନିଜ ହୋସ ହରାଇ ଠେକୁଆ ଦ୍ୱାରା ମରିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *