Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ନିଅନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ପାଞ୍ଚଟି ନୀତି । ଆପଣଙ୍କୁ ଜୀବନରେ କେହିବି ହଇରାଣ କରି ପାରିବେ ନାହିଁ :-

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିରେ ବର୍ଣ୍ଣନା କରିଛନ୍ତି ଯେ ବିପଦ ସମୟରେ ଭାଇ ବନ୍ଧୁର ଅସଲ ପରଖ ହୋଇଥାଏ ଏବଂ ଅର୍ଥ ଅଭାବ ସମୟରେ ସ୍ତ୍ରୀର ପରଖ ହୋଇଥାଏ । ନଚେତ ସୁଖ ସମୟରେ ତ କେହିବି ସାଥିରେ ଥାଆନ୍ତି । ମାତ୍ର ଦୁଃଖ ସମୟରେ ଯେ ସାଥିରେ ରହିଥାଏ ସେ ହିଁ ଅସଲ ବନ୍ଧୁ ହୋଇଥାଏ । ମନୁଷ୍ୟକୁ ନିଜର ରହସ୍ୟ କଥା କାହାକୁ କହିବା ଉଚିତ ନୁହେଁ । କାରଣ ଏହି ସ୍ଵଭାବ ମନୁଷ୍ୟକୁ ବର୍ବାଦ କରିପାରେ । କାରଣ ଯେତେବେଳେ ମନୁଷ୍ୟ ନିଜର ରହସ୍ୟ ବିଷୟରେ ଆଉ କାହାକୁ କହିଥାଏ ସେତେବେଳେ ତାହା ଆଉ ରହସ୍ୟ ହୋଇ ରହେନାହିଁ । ନିଜ ନିଜ ରହସ୍ୟ ବିଷୟରେ ଭୁଲରେ ବି କାହାକୁ କହିବା ଉଚିତ ନୁହେଁ ।

ଯେତେବେଳେ ଅନ୍ୟକୁ ଆପଣଙ୍କ ରହସ୍ୟ ଜଣା ପଡ଼େ ସେତେବେଳେ ମନୁଷ୍ୟର ପତନ ଆରମ୍ଭ ହୋଇଯାଏ । ସବୁଠାରୁ ଦୁଃଖଦ କଥା ହେଉଛି ପର ଲୋକର ଘରେ ରହିବା । ଇତିହାସ ବି ସାକ୍ଷୀ ଅଛି ଯେ ମନୁଷ୍ୟ କେବଳ ନିଜ ଜୀବନ ଉପରେ ହିଁ ଅଧିକାର ସାବ୍ୟସ୍ତ କରି ପାରିବ । କୌଣସି ବ୍ୟକ୍ତି ଅଧିକ ସଚୋଟ ହେବା ଉଚିତ ନୁହେଁ । କାରଣ ବହୁତ ଅଧିକ ସଚୋଟ ଲୋକକୁ ହିଁ ଅଧିକ କଷ୍ଟ ସହିବାକୁ ପଡ଼ିଥାଏ । ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଯେ ଜଙ୍ଗଲରେ ସବୁଠାରୁ ସିଧା ଥିବା ଗଛକୁ ହିଁ ଆଗ କାଟି ଦିଆଯାଏ । ତେଣୁ ଲୋକଙ୍କୁ ଅନ୍ୟ ମାନଙ୍କ ଅନୁଯାୟୀ ହିଁ ଚାଲିବାକୁ ପଡ଼ିଥାଏ ।

ସବୁ ମିତ୍ରତା ପଛରେ ନିଶ୍ଚିତ ସ୍ୱାର୍ଥ ଥାଏ । ଦୁନିଆରେ ଏମିତି କୌଣସି ମିତ୍ରତା ନାହିଁ ଯେଉଁଠି କିଛିବି ଆଶା ନଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ବଚନକୁ ସମସ୍ତେ ବହିଷ୍କାର କରନ୍ତି । କାରଣ ଯେଉଁମାନେ ସଚ୍ଚା ମିତ୍ର ସେମାନେ ଏହି କଥାକୁ ମାନନ୍ତି ନାହିଁ । ଏହି କଥାକୁ ଗଭୀରତାର ସହିତ ଚିନ୍ତା କଲେ ଏଥିରେ ସକାରାତ୍ମକତା ମଧ୍ୟ ରହିଛି । ଯଦି କାହାରି ମିତ୍ରତା ପୁରା ସଚ୍ଚା ଅଟେ ତେବେ ସେଠାରେ କୌଣସି ଦୋଷ ନାହିଁ । ସେଠାରେ ଜଣେ ସଚ୍ଚା ମିତ୍ର ହେବାର ସ୍ୱାର୍ଥ ରହିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଯଦି କେହି ସାପ ବିଷାକ୍ତ ନୁହେଁ ତେବେ ତଥାପି ତାକୁ ଫୁତ୍କାର କରିବା ଛାଡ଼ିବା ଉଚିତ ନୁହେଁ ।

ସେହିଭଳି ଯଦି କେହି ବ୍ୟକ୍ତି ଦୁର୍ବଳ ତେବେ ତାକୁ ବଲବାନ ବୋଲି ଦେଖାଇବା ଉଚିତ । କାରଣ କମଜୋର ବ୍ୟକ୍ତିର ସବୁବେଳେ ହିଁ ପରାଜୟ ହୋଇଥାଏ । ତେଣୁ ନିଜ ଦୁର୍ବଳତାକୁ କେବେ ପ୍ରଦର୍ଶିତ ହେବାକୁ ଦେବା ଉଚିତ ନୁହେଁ । ଏପରି ଧନ ଯାହାକୁ ମଣିଷ ନିଜର ଧନ ସମ୍ମାନ ଏବଂ ସବୁକିଛି ଛାଡ଼ିବା ପରେ ମିଳିଥାଏ ତାହାକୁ ଗ୍ରହଣ କରିବା ଉଚିତ ନୁହେଁ । କାରଣ ଭୁଲ ଉପାୟରେ ଅର୍ଜିତ ଧନ କେବେବି ଭଲ କାମରେ ଲାଗିପାରେ ନାହିଁ । ଯଦି ମନୁଷ୍ୟ କିଛି ଭୁଲ କାମ କରିଛି ତେବେ ସେଥିରୁ ଶିକ୍ଷା କରି ଆଗକୁ ବଢ଼ିବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *