Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଏହି ଦିଗରେ ପାଣି କଳସି ରଖିଲେ ହୋଇଥାଏ ଧନ ପ୍ରାପ୍ତି :-

ସେୟାର୍ କରନ୍ତୁ

ପ୍ରାଚୀନ କାଳରେ ମୁନି ଋଷି ମାଟିରେ ତିଆରି ପାତ୍ରରେ ହିଁ ଭୋଜନ କରୁଥିଲେ ଏବଂ ଜଳ ମଧ୍ୟ ସେବନ କରୁଥିଲେ । ମାଟି ପାତ୍ରରେ ରୋଷେଇ କଲେ ଖାଦ୍ୟର ପୋଷକ ତତ୍ତ୍ୱ ଏବଂ ପ୍ରାକୃତିକ ତୈଳ ମଧ୍ୟ ନଷ୍ଟ ହୁଏ ନାହିଁ । କାରଣ ସେଥିରେ ମନ୍ଥର ଆଞ୍ଚରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ମାଟିରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ତେଲର ବ୍ୟବହାର କମ ହୋଇଥାଏ । ତେଣୁ ଏହା କଲେଷ୍ଟରଲ ସ୍ତର କମ କରିବା ସହିତ ହୃତପିଣ୍ଡ ପାଇଁ ମଧ୍ୟ ଭଲ ହୋଇଥାଏ । ଶାସ୍ତ୍ରରେ ମାଟି ପାତ୍ରର ଅନେକ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ତେଣୁ ବଡ଼ ବଡ଼ ପୂଜା ଏବଂ ଶୁଭ କାର୍ଯ୍ୟରେ ମାଟି ପାତ୍ରର ହିଁ ବ୍ୟବହାର କରାଯାଏ । ଏହାକୁ ଶୁଭ ମଧ୍ୟ ମାନା ଯାଏ ।

ମାଟି ପାତ୍ର ମାତା ଲକ୍ଷ୍ମୀଙ୍କ ସହିତ ଜଡିତ । ଯାହାକୁ ଘରେ ରଖିଲେ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ମାଟି ପାତ୍ରକୁ ଘରର ଉପଯୁକ୍ତ କୋଣରେ ରଖିଲେ ଅନେକ ଲାଭ ମିଳିଥାଏ । ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂରେଇ ଯାଏ । କେବଳ ଏହାକୁ ଘରର ଉପଯୁକ୍ତ ସ୍ଥାନ ଏବଂ ଉପଯୁକ୍ତ ଦିଗରେ ରଖିବା ଉଚିତ ଏବଂ ଏକ ଦୀପ ଜଳାଇ ପୂଜା କରିବା ଉଚିତ । ଏହା ନକରାତ୍ମକ ଶକ୍ତିକୁ ନଷ୍ଟ କରିବା ସହିତ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଜଳ ହିଁ ଜୀବନ ଏବଂ ଏହାକୁ ଘରେ ରଖିବାର ଉପଯୁକ୍ତ ଦିଗ ମଧ୍ୟ ଶାସ୍ତ୍ରରେ ବର୍ଣ୍ଣିତ ଅଛି । ଉପଯୁକ୍ତ ଦିଗରେ ଏବଂ ସ୍ଥାନରେ ଜଳ ରଖିବା ଦ୍ୱାରା ଶରୀର ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ । ମାଟି ପାତ୍ରରେ ଜଳ ରଖିବା ମଧ୍ୟ ଭଲ ହୋଇଥାଏ ।

ଏହାବ୍ୟତୀତ ରାତିରେ ଶୋଇବା ସମୟରେ ଜଳ ପୂର୍ଣ୍ଣ ପାତ୍ର ରଖିବାର ମଧ୍ୟ ଉପଯୁକ୍ତ ସ୍ଥାନ ରହିଛି । ମାଟି ପାତ୍ରରେ ଜଳ ରଖିଲେ ଘରର ଆର୍ଥିକ ସମସ୍ୟା ନଷ୍ଟ ହୋଇଥାଏ ଏବଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଯୁଧିଷ୍ଠିରଙ୍କୁ ପାଞ୍ଚଟି ଜିନିଷ ମଧ୍ୟରେ ଜଳ ପୁର୍ଣ୍ଣ ମାଟି ପାତ୍ର ବିଷୟରେ ମଧ୍ୟ କହିଥିଲେ । ଯେଉଁ ଜଳ ଏବଂ ମାଟି ପାତ୍ର ସମ୍ବନ୍ଧୀୟ ବାସ୍ତୁ ବିଷୟରେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ । ପ୍ରଥମତଃ ଘରର ରୋଷେଇ ଘରେ ଜଳ ପୂର୍ଣ୍ଣ ମାଠିଆ ରଖିବା ଉଚିତ । ଏହାଦ୍ବାରା ଜଳ ସହିତ ପୃଥିବୀ ତତ୍ତ୍ୱର ମିଳନ ହୋଇଥାଏ । ସେହି ଜଳକୁ ପିଇବା ଦ୍ୱାରା ମନରେ ଶାନ୍ତି ଆସିଥାଏ ।

ଏହି ପାଣିକୁ ପିଇବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଠିକ ହୋଇଯାଏ । ବାସ୍ତୁ ଅନୁଯାୟୀ ଘରେ ଜଳ ରଖିବାର ସବୁବେଳେ ଉପଯୁକ୍ତ ଦିଗ ହେଉଛି ଐଶ୍ୱନ୍ୟ ଦିଗ । ପଶ୍ଚିମ ଦିଗରେ ରଖିଲେ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ । ମାତ୍ର ଜଳ ପାତ୍ରକୁ କେବେବି ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ନଚେତ ଏହାଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ । ଉତ୍ତର ଦିଗରେ ରଖିଲେ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ । ଘରେ ଅତିକମରେ ଗୋଟିଏ ପାଣି ପୂର୍ଣ୍ଣ କଳସି ରଖିବା ଉଚିତ । ମାତ୍ର କଳସିକୁ କେବେ ଖାଲି ରଖିବା ଉଚିତ ନୁହେଁ । ଯଦି ଆପଣ କଳସିରେ ଧନ ପୁରାଇ ରଖନ୍ତି ତେବେ ମାତା ଅନ୍ନପୂର୍ଣ୍ଣା ସନ୍ତୁଷ୍ଟ ହୋଇଥାନ୍ତି । ଏହାଦ୍ବାରା ଜୀବନରେ କେବେ ଆର୍ଥିକ ସମସ୍ୟା ଦେଖାଦିଏ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *