Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ପୂର୍ବରୁ ଏଗାର ଥର କହି ଶୋଇ ଯାଆନ୍ତୁ । ଆଉ ଦେଖନ୍ତୁ ଚମତ୍କାର :-

ସେୟାର୍ କରନ୍ତୁ

ରାତିରେ ଶୋଇବା ସମୟରେ ମନୁଷ୍ୟର ଶରୀର କେବଳ ଶୋଇଥାଏ ମାତ୍ର ମନୁଷ୍ୟର ଅବଚେତନ ଶରୀର କିମ୍ବା ସୂକ୍ଷ୍ମ ଶରୀର ଜାଗ୍ରତ ଅବସ୍ଥାରେ ଥାଏ । ବାହ୍ୟ ଶରୀର ଦ୍ୱାରା ଆମେ କେବଳ ବାହ୍ୟ ଜିନିଷକୁ ଅନୁଭବ କରିପାରୁ ଏବଂ ବାହ୍ୟ କାର୍ଯ୍ୟକଳାପକୁ ଦେଖିପାରୁ ଏବଂ ସେଥିରେ ଅଂଶ ଗ୍ରହଣ କରିପାରୁ । ମାତ୍ର ଆମର ଅବଚେତନ ମନ ଏବଂ ପ୍ରାଣ ପରମାତ୍ମାଙ୍କ ସହିତ ଜଡ଼ିତ ଥାଏ । ତେଣୁ ଅବଚେତନ ମନରେ କରାଯାଇଥିବା ପ୍ରାର୍ଥନା ନିଶ୍ଚିତ ଭାବରେ ପୂରଣ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ରାତିରେ ଶୋଇବା ପୂର୍ବରୁ କଣ କହି ଶୋଇଲେ ନିଦ ଭଲ ହୋଇଥାଏ ।

ତେବେ ଦାମ୍ପତ୍ୟ ଜୀବନରେ ଖୁସି ପାଇଁ ସ୍ତ୍ରୀକୁ ସର୍ବଦା ସ୍ୱାମୀର ବାମ ପଟେ ଶୋଇବା ଉଚିତ । ଏହାର କାରଣ ହେଉଛି ଯେ ସ୍ତ୍ରୀକୁ ସ୍ୱାମୀର ବାମ ଅଙ୍ଗ ମାନା ଯାଇଥାଏ । ଏହାଦ୍ବାରା ପାରିବାରିକ ଜୀବନରେ ସନ୍ତୁଳନ ରହିଥାଏ । ବାସ୍ତୁ ଶାସ୍ତ୍ର ଏବଂ ବୈଜ୍ଞାନିକ ସମ୍ମତ କାରଣ ଅନୁଯାୟୀ ମନୁଷ୍ୟକୁ ସର୍ବଦା ଉତ୍ତର ଦିଗକୁ ମୁହଁ କରି ଶୋଇବା ଉଚିତ । ଯେଉଁ ବିଦ୍ୟାର୍ଥୀ ମାନେ ପ୍ରଶ୍ନ ଉତ୍ତର ବହୁତ ଜଲଦି ଭୁଲି ଯାଆନ୍ତି କିମ୍ବା ଚାକିରୀ ପାଇଁ ଚିନ୍ତିତ ରହୁଥିବା ବ୍ୟକ୍ତି ଉତ୍ତର ଦିଗକୁ ମୁହଁ କରି ଶୋଇବା ଉଚିତ । ପୂର୍ବକୁ ମୁହଁ କରି ଶୋଇଲେ ପାପ ଏବଂ ସବୁ ସମସ୍ୟା ନଜର ଆସିଥାଏ । ପଶ୍ଚିମ ଦିଗକୁ ମୁହଁ କରି ଶୋଇଲେ ଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ । ଜୀବନରେ ସୁଖ ହିଁ ସୁଖ ଆସିଥାଏ ।

ଧର୍ମ ଶାସ୍ତ୍ରରେ କୁହାଯାଇଛି ଯେ ଯଦି ମନୁଷ୍ୟ ଶୋଇବା ପୂର୍ବରୁ ଗାୟତ୍ରୀ ମନ୍ତ୍ର ଜପ କରେ ତେବେ ଅର୍ଥାତ ପାଞ୍ଚ ଥର ଜପ କରି ଶୁଅନ୍ତି ତେବେ ଭଲ ଗଭୀର ନିଦ ଆସିଥାଏ । ମାତ୍ର ଗାୟତ୍ରୀ ମନ୍ତ୍ରକୁ ମୁହଁରେ ନକହି ମନରେ ଚିନ୍ତନ କରି ଶୋଇବା ଉଚିତ । ଏହାକୁ ବେଦ ମନ୍ତ୍ର କୁହାଯାଏ । ଏହାକୁ ଜପ କରି ଶୋଇଲେ ଭଲ ନିଦ ଆସିଥାଏ । ଭୂତ ପ୍ରେତ ବାଧା ମଧ୍ୟ ଦୂରେଇ ଯାଏ । କାରଣ ଏହି ମନ୍ତ୍ର ଜପ କରିବା ଦ୍ୱାରା ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ । ଏହାବ୍ୟତୀତ କେଉଁ ସମୟରେ ଶୋଇବା ଭଲ ହୋଇଥାଏ ତାହା ମଧ୍ୟ କହିବୁ । ଧର୍ମ ଶାସ୍ତ୍ର ଅନୁଯାୟୀ ରାତିରେ ୧୧.୦୦ ପୂର୍ବରୁ ଶୋଇଯିବା ଉଚିତ । ଏମିତିରେ ତ ରାତି 9 ପୂର୍ବରୁ ଶୋଇବା ଉତ୍ତମ ହୋଇଥାଏ ।

ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଯିବା ଉଚିତ । ଶୋଇବା ପୂର୍ବରୁ ନିଜର ଇଷ୍ଟ ଦେବତାଙ୍କୁ ଆରାଧନା କରିବା ଉଚିତ କିମ୍ବା ନିଜର ପ୍ରିୟ ଦେବତାଙ୍କୁ ପ୍ରାର୍ଥନା କରିବା ଉଚିତ । ଇଷ୍ଟ ଦେବତାଙ୍କ ପ୍ରାର୍ଥନା କରି ଶୋଇବା ଦ୍ୱାରା ମଧ୍ୟ ନିଦ ଭଲ ହୋଇଥାଏ । ଏହାଦ୍ବାରା ଆତ୍ମ ସୁରକ୍ଷା ପ୍ରାପ୍ତ ହୋଇଥାଏ । ପ୍ରଥମତଃ ଶୋଇବା ପୂର୍ବରୁ ନିଜର ଇଷ୍ଟ ଦେବତାଙ୍କ ୧୧ ଥର ଜପ କରିବା ଉଚିତ । ପ୍ରଥମ ଶବ୍ଦ ନିଜର ଇଚ୍ଛା ପୂରଣ କରିବାକୁ ପ୍ରାର୍ଥନା କରନ୍ତୁ । ଦ୍ୱିତୀୟ ଧର୍ମର ମାର୍ଗରେ ଚାଲିବାକୁ , ତୃତୀୟ ନିଜ ଦ୍ୱାରା ଯେପରି କିଛି ପାପ ନହେଉ ବୋଲି କୁହନ୍ତୁ । ଚତୁର୍ଥ ଭଗବାନ ଯେପରି ଆପଣଙ୍କୁ ସବୁବେଳେ ସହାୟତା କରନ୍ତୁ , ପଞ୍ଚମ ଭଗବାନଙ୍କ ବ୍ୟତୀତ ଆପଣଙ୍କର ଆଉ କେହି ନାହିଁ ବୋଲି ପ୍ରାର୍ଥନା କରି ଶୋଇ ଯାଆନ୍ତୁ । ନିଶ୍ଚୟ ନିଦ ଭଲ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *