Excuse Me Odisha

ଯାହା କହିବୁ ସତ କହିବୁ

ଏହିପରି ୬ ବ୍ୟକ୍ତି ଜୀବନରେ କେବେ ଧନୀ ହୋଇପାରିବେ ନାହିଁ – ଚାଣକ୍ୟ ନୀତି

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥ ଚାଣକ୍ୟ ନୀତି ଏହି ପରି 6 ଗୁଣ ବିଷୟରେ କହିଛନ୍ତି ଯଦି ଏହା କୌଣସି ବ୍ୟକ୍ତି ଭିତରେ ଥାଏ ତେବେ ସେ କେବେ ବି ଧନୀ ହୋଇପାରିବ ନାହିଁ | ତେଣିକି ସେ ଯେତେ ବି ବଡ ବ୍ୟକ୍ତିତ୍ୱ ର ହେଇଥାଉ ନା କାହିଁକି ଏହି ଗୁଣ ରହିବା ଦ୍ୱାରା ସେ ସର୍ବଦା ଗରିବ ହିଁ ରହିବ | ତେବେ ଆସନ୍ତୁ ଜାଣିବା ସେହି 6 ଗୁଣ କଣ

1.ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ଅସ୍ୱଚ୍ଛ ଏବଂ ମଇଳା ବସ୍ତ୍ର ପରିଧାନ କରେ ଅର୍ଥାତ ଯେଉଁ ବ୍ୟକ୍ତି ର ଶରୀର ଅସ୍ଵଛ ଏବଂ ମଇଳା ଅଟେ ସେ କେବେ ଧନବାନ ବନି ପାରିବ ନାହିଁ |

2.ଚାଣକ୍ୟ ନୀତି ଅନୁଯାୟୀ ଯେଉଁ ବ୍ୟକ୍ତି ନିଜ ଖାଦ୍ୟ ଉପରେ ନିୟନ୍ତ୍ରଣ ନଥାଏ ସେହି ବ୍ୟକ୍ତି ଜୀବନ ରେ କେବେ ବି ଧନୀ ହୋଇପାରିବ ନାହିଁ |

3.ଯେଉଁ ବ୍ୟକ୍ତି ସକାଳେ ଶୀଘ୍ର ଉଠେ ନାହିଁ ଅର୍ଥାତ ଯେଉଁ ବ୍ୟକ୍ତି ସୂର୍ଯ୍ୟୋଦୟ ପରେ ଉଠେ ସେ କେବେ ବି ଧନୀ ହୋଇପାରିବ ନାହିଁ |

4.ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି କିଛି ନଭାବି ନଚିନ୍ତି କାର୍ଯ୍ୟ କରିଥାନ୍ତି, ସେହି ବ୍ୟକ୍ତି କ୍ରୋଧୀ, ଅହଙ୍କାରୀ ହୋଇଥାଏ | ଏହିପରି ବ୍ୟକ୍ତି କେବେ ବି ଜୀବନ ରେ ଧନୀ ହୋଇପାରେ ନାହିଁ |

5.ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ର ମୁଖ ଖରାପ ହୋଇଥାଏ,ଅର୍ଥାତ ମଇଳା ଏବଂ ଦୁର୍ଗନ୍ଧ ହେଉଥାଏ | ସେହି ପରି ବ୍ୟକ୍ତି ଜୀବନ ରେ କେବେ ବି ଧନୀ ହୋଇପାରେ ନାହିଁ |

6. ଅଳସୁଆ ସ୍ୱଭାବର ବ୍ୟକ୍ତି ଅର୍ଥାତ ସବୁବେଳେ କାର୍ଯ୍ୟ ଠୁ ଦୁରକୁ ଚାଲିଯାଉଥିବା ବ୍ୟକ୍ତି କେବେ ବି ଧନ ଉପାର୍ଜନ କରିପାରେ ନାହିଁ | ତେଣୁ ଚାଣକ୍ୟ ନୀତି ଅନୁଯାୟୀ ଏହି ପରି ବ୍ୟକ୍ତି କେବେ ବି ଧନୀ ହୋଇପାରେ ନାହିଁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *