Excuse Me Odisha

ଯାହା କହିବୁ ସତ କହିବୁ

କେହି ତୁମର କିଛି ବି ବିଗାଡି ପାରିବେ ନାହିଁ ଯଦି ଏହି 5ଟି ଚାଣକ୍ୟ ନୀତି ଆପଣ ଜାଣିଛନ୍ତି

ସେୟାର୍ କରନ୍ତୁ

” ଭାଇ ବନ୍ଧୁ ଙ୍କ ପରୀକ୍ଷା ସଙ୍କଟ ରେ, ଏବଂ ଜୀବନ ସାଥି ର ପରୀକ୍ଷା ଧନ ନଷ୍ଟ ହେବା ପରେ ହୋଇଥାଏ ” | ଅର୍ଥାତ ଯେତେବେଳେ ଆମେ କୌଣସି ଅସୁବିଧାରେ ଥିବା ଯଦି କୌଣସି ବନ୍ଧୁ ଆମକୁ ସାହାରା ଦିଏ ତେବେ ସେହି ଆମର ସଚ୍ଚା ମିତ୍ର ହୋଇଥାଏ | ଅନ୍ୟଥା ସୁଖ ରେ ତ ସମସ୍ତେ ସାଥିରେ ଥାନ୍ତି କିନ୍ତୁ ଦୁଃଖ ରେ ହିଁ ସାଥ ଦେଉଥିବା ମଣିଷ ହିଁ ସଚ୍ଚା ମଣିଷ ହୋଇଥାଏ |ସେହି ପ୍ରକାରରେ ଆମ ନିଜର ଜୀବନ ସାଥି ଯଦି ଆମ ଆବଶ୍ୟକତା ଏବଂ ଧନ ସଂଚୟ କରିବାର କଳା ଜାଣନ୍ତି ନାହିଁ ତେବେ ସେ ଆମ ସହ ଜୀବନ କାଟିବା ର ଯୋଗ୍ୟ ନୁହେଁ | ତାଙ୍କ ସାଥିରେ ଚାଲି ଆମକୁ କ୍ଷତି ହିଁ ହୋଇଥାଏ |

” କେବେ ବି ଆପଣଙ୍କ ରାଜ ର କଥା କାହାକୁ କହିବା ଉଚିତ ନୁହେଁ, ଏହି ଅଭ୍ୟାସ ଆମକୁ ବର୍ବାଦ କରିପାରେ ” – ଆଚାର୍ଯ୍ୟ ଚାଣକ୍ୟ ଠିକ ତ କହିଛନ୍ତି ଯେବେ ଆମେ ଆମ ହୃଦୟର କଥା କୌଣସି ବି ଜଣଙ୍କ ସହ ବାଣ୍ଟି ଦିଅନ୍ତି ସେ କେବେ ବି ରାଜ ରହେ ନାହିଁ | ସେ ନିଆଁ ପରି ପୁରା ସମାଜ ରେ ବ୍ୟାପିଯାଏ ଏବଂ ଯଦି ଆମ ରାଜ ଯଦି ସମସ୍ତ କୁ ଜଣା ପଡ଼ିଯାଏ ତେବେ ସେବେଠୁ ହିଁ ଆମର ପତନ ଆରମ୍ଭ ହୋଇଯାଏ |

” ସବୁ କଷ୍ଟ ଠାରୁ ବଡ କଷ୍ଟ ପର ଘରେ ରହିବା ହୋଇଥାଏ ” ଇତିହାସ ସାକ୍ଷୀ ଅଛି ଏହି କଥାର କି ମନୁଷ୍ୟ ନିଜ ବସ୍ତୁ ଉପରେ ଅଧିକାର ସାବ୍ୟସ୍ତ କରିପାରେ ଅନ୍ୟଥା ଅନ୍ୟାଙ୍କ ବସ୍ତୁ ବ୍ୟବହାର କରିବା ଦ୍ୱାରା ସେ ଋଣୀ ହୋଇଯାଏ |

” କୌଣସି ବି ବ୍ୟକ୍ତି କୁ ବହୁତ ଅଧିକ ନିଷ୍ଠାବାନ ହେବା ଉଚିତ ନୁହେଁ,କାରଣ ସଚ୍ଚୋଟ ଲୋକ କୁ ହିଁ ପ୍ରଥମେ ବହୁତ ଅଧିକ କଷ୍ଟ ଭୋଗିବାକୁ ପଡିଥାଏ ” ଆଚାର୍ଯ୍ୟ ଚାଣକ୍ୟ ଙ୍କ ଏହି କଥାକୁ ଆମେ ଉଦାହରଣ ସାହାଯ୍ୟ ରେ ବୁଝାଇପାରିବୁ,ଜଙ୍ଗଲ ରେ ବହୁତ ଗଛ କିନ୍ତୁ କଣ ଆପଣ ଜାଣିଛନ୍ତି ଗଛ କାଟିବା ଲୋକ ସର୍ବ ପ୍ରଥମେ କେଉଁଠି ଗଛକୁ କାଟିଥାଏ? ସେହି ଗଛ ଯାହା ଦେଖିବାକୁ ମଜବୁତ ଏବଂ ସିଧା ହୋଇଥାଏ |

କାରଣ ତାକୁ କାଟିବା ପାଇଁ କୌଣସି ସମସ୍ୟା ହୁଏ ନାହିଁ | ସେହିପ୍ରକାରରେ ମନୁଷ୍ୟ ସାଥି ରେ ବି ହୋଇଥାଏ ଯେଉଁ ବ୍ୟକ୍ତି ସବୁଠାରୁ ସିଧା ଏବଂ ସଚ୍ଚୋଟ ହୋଇଥାଏ ତାକୁ ଅଧିକ କଷ୍ଟ ମିଳିଥାଏ | କାରଣ ସେ ଜାଣିଥାନ୍ତି କି ଚତୁର ଲୋକ ସେମାନଙ୍କ ଖରାପ ଭାବନାକୁ ବୁଝିଯିବେ |

” ପ୍ରତ୍ୟେକ ମିତ୍ରତା ପଛରେ କିଛି ସ୍ୱାର୍ଥ ନିଶ୍ଚିନ୍ତ ରହିଥାଏ, ଦୁନିଆ ରେ ଏମିତି କୌଣସି ମିତ୍ର ନାହିଁ ଯାହା ପଛରେ ତାଙ୍କର କିଛି ସ୍ୱାର୍ଥ ଲୁଚି ନଥିବ |ଏହା କଟୁ ସତ୍ୟ ଅଟେ କିନ୍ତୁ ଏହା ହିଁ ସତ୍ୟ ଅଟେ | ଆଚାର୍ଯ୍ୟ ଙ୍କ ଏହି କଥା କୁ ସମସ୍ତେ ବହିଷ୍କାର କରିଥାନ୍ତି କାରଣ ଯିଏ ସଚ୍ଚା ମିତ୍ର ଏହି କଥା ମାନନ୍ତି ନାହିଁ | କିନ୍ତୁ ଯଦି ଏହି କଥା କୁ ଠିକ ଭାବରେ ବୁଝାଯାଏ ତେବେ ଏହା ମଧ୍ୟ ରେ ସକାରାତ୍ମକ ବାର୍ତ୍ତା ମଧ୍ୟ ରହିଛି | ଯଦି ଜଣେ ସଚ୍ଚା ମିତ୍ର ଅଛି ତାହାର କୌଣସି ସ୍ୱାର୍ଥ ରହିନାହିଁ ତେବେ ମଧ୍ୟ ସେଥିରେ ସ୍ୱାର୍ଥ ରହିଛି | ସ୍ୱାର୍ଥ ଗୋଟିଏ ଭଲ ବନ୍ଧୁ ହେବାର ସ୍ୱାର୍ଥ ମିତ୍ରତା କୁ ପାଇବାର ତଥା ଶେଷ ସ୍ୱାର୍ଥ ମିତ୍ରତା ରୁ ମିଳୁଥିବା ପ୍ରେମ କୁ ପାଇବାର |

” ଯଦି କୌଣସି ସାପ ବିଷଧର ନୁହେଁ, ତଥାପି ତାକୁ ଛାଡ଼ିବା ଉଚିତ ନୁହେଁ ” ସେହିପ୍ରକାର ରେ ଯଦି କୌଣସି ବ୍ୟକ୍ତି କମଜୋର ଅଟେ ତେବେ ତାକୁ ଶକ୍ତିଶାଳୀ ପ୍ରଦର୍ଶନ କରିବା ଉଚିତ| ଆଚାର୍ଯ୍ୟ ଙ୍କ ଏହି କଥାର ଅର୍ଥ କି ସର୍ବଦା କମଜୋର ବ୍ୟକ୍ତି ର ହିଁ ହାର ହୋଇଥାଏ | ସେଥିପାଇଁ ନିଜ କମଜୋରୀ କୁ କେବେ ବି ପ୍ରଦର୍ଶନ କରିବା ଉଚିତ ନୁହେଁ |

” ଯାହା ବିତିଗଲା ତାହା ବିତି ଗଲା ” ଯଦି ଆମ ଅତୀତ ରେ କିଛି ଭୁଲ ହେଇଯାଇଛି ତାକୁ ନଭାବି ବର୍ତ୍ତମାନ ରେ କାମ କରିବା ଉଚିତ | ଏବଂ ଭବିଷ୍ୟତ କୁ ସଜାଡ଼ିବା ଉଚିତ |ଜୀବନର ସତ୍ୟ ଏହି କଥା ରେ ଲୁଚି ରହିଛି ଯଦି ଆପଣ ଗତ କଳି ରେ ବନ୍ଦୀ ହୋଇ ରହିବେ ତେବେ ଜୀବନ ରେ କେବେ ବି ଆଗକୁ ବଢ଼ି ପାରିବେ ନାହିଁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *