Excuse Me Odisha

ଯାହା କହିବୁ ସତ କହିବୁ

କିଛି ବି ହେଉଯାଉ ପଛକେ ଏହି ୨ ପ୍ରକାରର ଲୋକଙ୍କ ସହିତ କେବେ କରନ୍ତୁ ନାହିଁ ମିତ୍ରତା,ନହେଲେ ଜୀବନ ସାରା ପସ୍ତାଇବେ

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ନିଜ ଚାଣକ୍ୟ ନୀତିରେ ଏହା ବର୍ଣ୍ଣନା କରିଛନ୍ତି ଯେ ମନୁଷ୍ୟକୁ ଧର୍ମର ବାସ୍ତବିକ ସ୍ୱରୂପର ଜ୍ଞାନ ଶାସ୍ତ୍ର ଏବଂ ନୀତିପୂର୍ଣ୍ଣ କଥାକୁ ଶୁଣିବା ଦ୍ୱାରା ହୋଇଥାଏ । ଶାସ୍ତ୍ରରେ ଧାର୍ମିକ କଥା ଶୁଣିଲେ ବ୍ୟକ୍ତିକୁ ମୋକ୍ଷ ମଧ୍ୟ ପାପ୍ତ ହୋଇଥାଏ । ପକ୍ଷୀଙ୍କ ମଧ୍ୟରେ କାଉ ସବୁଠାରୁ ଦୁଷ୍ଟ ଏବଂ ନିଚ୍ଚ ହୋଇଥାଏ । ସେହିପରି ପଶୁ ମାନଙ୍କ ମଧ୍ୟରେ କୁକୁର ହୋଇଥାଏ ଏବଂ ସାଧୁଙ୍କ ମଧ୍ୟରେ ସେହି ବ୍ୟକ୍ତି ନିଚ୍ଚ ହୋଇଥାଏ ଯିଏ ନିଜ ଧର୍ମକୁ ଭାଙ୍ଗି ପାପ କର୍ମ କରିଥାଏ । ସେପରି ବ୍ୟକ୍ତି ଅନ୍ୟର ନିନ୍ଦା କରୁଥିବା ବ୍ୟକ୍ତି ହୋଇଥାଏ । ଯେମିତି କଂସା ପାତ୍ରକୁ ରାତିରେ ସଫା କଲେ ତାହା ଚମକି ଥାଏ । ସେହିଭଳି ତମ୍ବା ପାତ୍ରକୁ ଶୁଦ୍ଧ କରିବା ପାଇଁ ଖଟାର ବ୍ୟବହାର କରାଯାଏ ।

ସ୍ତ୍ରୀର ଶୁଦ୍ଧତା ତାର ମାସିକ ଧର୍ମ ସମୟରେ ହୋଇଥାଏ ସେହିପରି ନଦୀର ଶୁଦ୍ଧତା ତାର ନମନୀୟ ପ୍ରବାହରୁ ହୋଇଥାଏ । ଜଣେ ରାଜାର ଧର୍ମ ହୋଇଥାଏ ଯେ ସେ ପ୍ରତ୍ୟେକ ପ୍ରଦେଶ ବୁଲି ନିଜ ପ୍ରଜାଙ୍କ ସମ୍ବନ୍ଧରେ ସବୁକିଛି ତଥ୍ୟ ରଖିବା । ସେହିଭଳି ସାଧୁ ଲୋକେ ଭିନ୍ନ ଭିନ୍ନ ସ୍ଥାନ ବୁଲିଲେ ଲୋକେ ତାଙ୍କ ପୂଜା କରିଥାନ୍ତି । କିନ୍ତୁ ଏଣେତେଣେ ଘୁରି ବୁଲୁଥିବା ସ୍ତ୍ରୀ ଖେତ୍ରରେ ସେପରି ହୋଇ ନଥାଏ । ଯେଉଁ ବ୍ୟକ୍ତି ପାଖରେ ଅଧିକ ଟଙ୍କା ଥାଏ ସମସ୍ତେ ବହୁତ ଜଲଦି ତାର ମିତ୍ର ହୋଇ ଯାଆନ୍ତି । ତେଣୁ ଆଜିକା ସମୟରେ ଯେ ବଲବାନ ତାକୁ ହିଁ ବିଦ୍ୱାନ ମାନା ଯାଇଥାଏ । ଧନବାନ ବ୍ୟକ୍ତିକୁ ହିଁ ବିଦ୍ୱାନ ମାନା ଯାଇଥାଏ । ମଣିଷ ଯେଉଁ ଚିନ୍ତାଧାରାର ହୋଇଥାଏ ତାର ସ୍ବଭାବ ଏବଂ କର୍ମ ମଧ୍ୟ ଚିନ୍ତାଧାରା ଅନୁଯାୟୀ ପ୍ରତିଫଳିତ ହୋଇଥାଏ ।

ଏହି ଦୁନିଆରେ ସବୁଠାରୁ ଅଧିକ ବଲବାନ ସମୟ ହୋଇଥାଏ । ସମୟ କାହା ପାଇଁ ଅଟକି ନଥାଏ । ଯିଏ ସମୟକୁ ଉପେକ୍ଷା କରିଥାଏ , ସମୟ ତାହାକୁ ପଛରେ ଛାଡ଼ି ଦେଇଥାଏ । ଯେଉଁ ବ୍ୟକ୍ତି ଜନ୍ମରୁ ଅନ୍ଧ ହୋଇଥାଏ ତାହାକୁ କିଛିବି ଦେଖା ଯାଇ ନଥାଏ । ମାତ୍ର ଯେଉଁ ବ୍ୟକ୍ତି କାମର ଆବେଗରେ ଅନ୍ଧ ହୋଇଥାଏ ସେ ସଭାରେ ସବୁବେଳେ ନିନ୍ଦନୀୟ ବ୍ୟବହାର କରିଥାଏ । ନିଶାରେ ଥିବା ବ୍ୟକ୍ତି ମଧ୍ୟ ଠିକ ଭୁଲ ଦେଖି ପାରି ନଥାଏ । ମଣିଷର ଖରାପ ଭଲ କାମର ପରିଣାମ ତା ନିଜକୁ ହିଁ ଭୋଗିବାକୁ ପଡ଼ିଥାଏ । ସଂସାରର ମୋହ ମାୟା ରେ ସେ ନିଜେ ପଶି ଥାଏ ଏବଂ ନିଜେ ହିଁ ବାହାରକୁ ବାହାରି ଥାଏ । ନିଜ ରାଜ୍ୟରେ ପାପ କର୍ମକୁ ବର୍ଜିତ କରିବା ରାଜାର କର୍ତ୍ତବ୍ୟ ହୋଇଥାଏ । ଏହାବ୍ୟତୀତ ଅପରାଧୀଙ୍କୁ ଦଣ୍ଡ ଦେବା ମଧ୍ୟ କର୍ତ୍ତବ୍ୟ ହୋଇଥାଏ ।

ତଥାପି ଯଦି ରାଜା ଏପରି କରି ନପାରେ ତେବେ ପ୍ରଜାଙ୍କ କାରନାମା ପାଇଁ ତାକୁ ହିଁ ଦୋଷୀ ମାନା ଯାଇଥାଏ ଏବଂ ତାକୁ ସେହି ପାପର ଫଳ ମଧ୍ୟ ଭୋଗିବାକୁ ପଡ଼ିଥାଏ । ଯେଉଁ ପିତା ନିଜ ସନ୍ତାନ ଉପରେ କରଜ ବୋଝ ଦେଇ ଚାଲିଯାଏ ସେ ନିଜ ସନ୍ତାନର ଶତ୍ରୁ ଅଟେ । ଖରାପ କାମରେ ଲିପ୍ତ ମା ମଧ୍ୟ ନିଜ ସନ୍ତାନର ଶତ୍ରୁ ହୋଇଥାଏ । ଅଧିକ ସୁନ୍ଦର ସ୍ତ୍ରୀ କୁ ମଧ୍ୟ ଚାଣକ୍ୟ ନିଜ ସ୍ୱାମୀର ଶତ୍ରୁ ମାନିଛନ୍ତି । ମୂର୍ଖ ବ୍ୟକ୍ତି ମଧ୍ୟ ଶତ୍ରୁ ତୁଲ୍ୟ ହୋଇଥାଏ । ଲୋଭି ବ୍ୟକ୍ତିକୁ ଧନର ଲୋଭ ନେଇ ନିଜ ପ୍ରତି ଆକର୍ଷିତ କରାଯାଇ ପାରେ । ମାତ୍ର ବିଦ୍ୱାନ ବ୍ୟକ୍ତିକୁ ସ୍ଥିତିରେ ଠିକ ସୂଚନା ଦେଇ ହିଁ ମନାଯାଇ ପାରେ । ବିନା ରାଜାର ରାଜ୍ୟରେ ରହିବା ଭଲ ମାତ୍ର କୌଣସି ଦୁଷ୍ଟ ରାଜାର ରାଜ୍ୟରେ ରହିବା ଭଲ ନୁହେଁ ।

ଦୁଷ୍ଟ ମିତ୍ରଙ୍କ ଅପେକ୍ଷା କେହି ମିତ୍ର ରହିବା ହିଁ ଭଲ ହୋଇଥାଏ । ସେହିଭଳି ଦୁଷ୍ଟ ସ୍ତ୍ରୀ ଅପେକ୍ଷା ବିନା ସ୍ତ୍ରୀ ରେ ରହିବା ଭଲ ହୋଇଥାଏ । ଦୁଷ୍ଟ ରାଜାର ରାଜ୍ୟରେ ପ୍ରଜା ମାନେ କେବେବି ସୁଖର ଆଶା କରି ପାରିବେ ନାହିଁ । ଦୁଷ୍ଟ ବ୍ୟକ୍ତି ସହିତ ମିତ୍ରତା କଲେ ମଧ୍ୟ କଲ୍ୟାଣ ହୋଇ ପାରିବ ନାହିଁ । ଦୁଷ୍ଟ ବ୍ୟକ୍ତିକୁ ଶିଷ୍ୟ ବନାଇଲେ ଗୁରୁର ଯଶ ପ୍ରସାର ହୋଇ ପାରିବ ନାହିଁ । କାମ ଛୋଟ ହେଉ କିମ୍ବା ବଡ଼ ତାହାକୁ ପୁରା କରିବା ପାଇଁ ସମ୍ପୂର୍ଣ୍ଣ ସାମ୍ୟର୍ଥ ଲଗାଇ ଦେବା ଉଚିତ । ନିଜର ଲକ୍ଷକୁ ପୂରଣ କରିବା ପାଇଁ ସର୍ବଦା ପରିଶ୍ରମି ଏବଂ ଆଗଭର ହେବା ଉଚିତ ମାତ୍ର ଫଳ ପ୍ରତି ଆଶା ରଖିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *