Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନେ ରୋଟି କରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ୪ଟି ଭୁଲ , ନଚେତ ଘରକୁ ମାଡି ଆସିବ ଦାରିଦ୍ର୍ୟତା

ସେୟାର୍ କରନ୍ତୁ

ସାଧରଣତଃ ମହିଳା ମାନେ ରୋଟି କରିବା ସମୟରେ କିଛି ଭୁଲ କରିଥାନ୍ତି ଯାହାକି ଜୀବନରେ ଅନେକ ପରିବର୍ତ୍ତନ କରିଥାଏ । ଘରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ତାୱା କରେଇ ଯେତେ ଅଧିକ ଗୁରୁତ୍ୱପୂର୍ଣ୍ଣ ସେତେ ଅଧିକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । କାରଣ ଏହା ରାହୁ ଏବଂ କେତୁର ପ୍ରତୀକ ହୋଇଥାଏ । ତେଣୁ ଏଥିପାଇଁ କିଛି ଖାସ ମାନ୍ୟତା ରହିଛି ଯାହାକି ଆପଣଙ୍କ ସମସ୍ୟାକୁ ଦୂର କରିଦେବ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ତାୱା ଏବଂ କରେଇ ରାହୁର ପ୍ରତୀକ ଅଟେ । ରୋଷେଇ କରି ସାରିବା ପରେ କରେଇକୁ ସେମିତି ଛାଡ଼ିଦେବା ଉଚିତ ନୁହେଁ ।

ନଚେତ ଏହାଦ୍ବାରା ଅନେକ ସମସ୍ୟା ଆସିଥାଏ । ଘରର ମୁରବୀଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ମହିଳା ମାନେ ରାତିରେ କେବେବି ଅଇଁଠା ବାସନକୁ କିମ୍ୱା ତାୱା କରେଇକୁ ସେମିତି ରୋଷେଇ ଘରେ ଛାଡ଼ିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲିଯାନ୍ତି । ଏହାଦ୍ବାରା ରାହୁ ମଧ୍ୟ ଆକ୍ଟିଭ ହୋଇଯାଏ ଏବଂ ଘରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ତେଣୁ ତାହାକୁ ପରିଷ୍କାର କରି ଧୋଇ ଶୁଖାଇ ରଖନ୍ତୁ । ଏହାବ୍ୟତୀତ ଗ୍ୟାସ ଉପରେ ମଧ୍ୟ ତାହାକୁ କେବେ ରଖି ଛାଡ଼ି ଦିଅନ୍ତୁ ନାହିଁ ।

ଯେତେବେଳେ ଆପଣ ପ୍ରଥମ ରୋଟି ବନାଉଛନ୍ତି ତେବେ ସେଥିରେ ପ୍ରଥମେ ଏକ ଚିମୁଟା ଲୁଣ ପକାନ୍ତୁ । ତାପରେ ତାହାକୁ ପୋଛି ରୋଟି ବନାନ୍ତୁ । ପ୍ରଥମ ରୋଟି ଗାଈ ପାଇଁ ରଖି ଦିଅନ୍ତୁ । ପ୍ରଥମ ରୋଟି ଗାଈକୁ ଖୁଆଇଲେ ଘରକୁ ସୁଖ ସମୃଦ୍ଧି ଆସିବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଘର ଉପରକୁ ସମସ୍ୟା ଆସେ ନାହିଁ ଏବଂ ଘରେ ଉନ୍ନତି ହୋଇଥାଏ ।

ଘରେ ରୋଟି ବନାଇବା ପୂର୍ବରୁ ଅଟା ଚକଟିବା ସମୟରେ ସେଥୁରେ ଆଙ୍ଗୁଠି ଛାପ ଛାଡ଼ି ଦିଅନ୍ତୁ ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ତାୱା ଏବଂ କରେଇକୁ କେବେ ଓଲଟା ରଖନ୍ତୁ ନାହିଁ । ଏହାଦ୍ବାରା ବାସ୍ତୁ ଦୋଷ ଲାଗିଥାଏ , ଘରର ସମସ୍ୟା ବଢ଼ିଯାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ବଢ଼ିଯାଏ ।

କିଛି ଦିନ ଏପରି ଥାଏ ଯେଉଁ ସମୟରେ ଘରେ ରୋଟି ବନାଇବା ଉଚିତ ନୁହେଁ । ଅର୍ଥାତ ତାୱାର ବ୍ୟବହାର କରିବା ଉଚିତ ନୁହେଁ । ଯଦି ଘରେ କାହାରି ମୃତ୍ୟୁ ହୋଇ ଯାଉଛି ତେବେ ୧୩ ଦିନ ପୂର୍ବରୁ ଘରେ ରୋଟି ବନାନ୍ତୁ ନାହିଁ । ନାଗ ପଞ୍ଚମୀ ଦିବ କ୍ଷୀରି ପୁରୀ ହାଲୁଆ ବନାଇ ପାରିବେ । ମାତ୍ର ଏହିଦିନ ସାଧା ରୋଟି ବନାଇବା ଉଚିତ ନୁହେଁ । ଅର୍ଥାତ ଏହିଦିନ ତାୱା ବ୍ୟବହାର ବର୍ଜିତ ଅଟେ । ତାୱାକୁ ଅଗ୍ନି ଉପରେ ରଖିବା ମନା ଥାଏ । ଶୀତଳାଷ୍ଟମୀ ଦିନ ମଧ୍ୟ ତାୱାରେ ରୋଟି ବନାଇବା ଉଚିତ ନୁହେଁ । ଏପରି ମାନ୍ୟତା ରହିଛି ଯେ ଏହିଦିନ ବାସୀ ଭୋଗ ଲଗାଇବା ଏବଂ ଖାଇବା ଉଚିତ । ଏହିଦିନ ରୋଟି ବନାଇଲେ ଶୀତଳା ମାତା କ୍ରୋଧିତ ହୁଅନ୍ତି ।

ଶରତ ପୂର୍ଣ୍ଣିମା ଦିନ ମଧ୍ୟ ରୋଟି ବନାଇବା ଉଚିତ ନୁହେଁ । ଏହିଦିନ ଆପଣ ଚାହିଁଲେ କ୍ଷୀରି ପୁରୀ ବନାଇ ପାରିବେ । ଏହିଦିନ ମାତା ଲକ୍ଷ୍ମୀଙ୍କ ଜନ୍ମ ହୋଇଥିଲା । ଦୀପାବଳି ଦିନକୁ ମହାନିଶାର ରାତି କୁହାଯାଏ । ଏହିଦିନ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଏ । ଏହିଦିନ ରୋଟି ବନାଇବା ବର୍ଜିତ ଅଟେ । କାରଣ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଘରେ ତିଆରି ହେଉଥିବା ପ୍ରଥମ ରୋଟି ଗାଈକୁ ଏବଂ ଶେଷ ରୋଟି କୁକୁରକୁ ଦେବା ଉଚିତ । ଏହାଦ୍ବାରା ଦେବଦେବୀ ଏବଂ ପିତୃ ମଧ୍ୟ ପ୍ରସନ୍ନ ହୁଅନ୍ତି । ଯାହାଦ୍ୱାରା ଘରେ ଉନ୍ନତି ଆସିଥାଏ ଏବଂ କୌଣସି ପ୍ରକାରର ସମସ୍ୟା ଦେଖାଦିଏ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *