Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ରେ ଆସିବ ଘୋର କଳିଯୁଗ ,ହେବ ପ୍ରଳୟ ଏବଂ ଧ୍ୱଂସ ହୋଇଯିବ ପୃଥିବୀ !

ସେୟାର୍ କରନ୍ତୁ

କଳିଯୁଗ ଆରମ୍ଭ ହେବା ପରେ ପରେ ଆଗାମୀ ହଜାରେ ବର୍ଷ ପରେ କେଉଁଭଳି ପରିସ୍ଥିତି ସୃଷ୍ଟି ହେବ ତାହା ବିଷୟରେ ଭବିଷ୍ୟବାଣୀ କରାଯାଇଥିଲା । ଆଉ ଯାହାସବୁ ବର୍ତ୍ତମାନ ସମୟରେ ସତ ହେବାରେ ଲାଗିଛି । କାରଣ ଧୀରେ ଧୀରେ ମନୁଷ୍ୟର ପାପ ହିଂସା ଏତେ ବଢ଼ି ଯାଉଛି ଯେ ଏପରି ଲାଗୁଛି ଯେପରି କଳିଯୁଗର ପରିସମାପ୍ତି ଆସି ଯାଇଛି । କାରଣ ମନୁଷ୍ୟ ମନୁଷ୍ୟକୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହିଁ । ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ବର୍ତ୍ତମାନ ସମୟରେ ମନୁଷ୍ୟ ଭଗବାନଙ୍କୁ ମଧ୍ୟ ଭୟ କରୁନାହିଁ । ତେବେ ଆଜି ଆମେ ସେହି ସବୁ ପାପ ବିଷୟରେ କହିବୁ ।

୧ . ଦୁଷ୍କର୍ମ :-

ବର୍ତ୍ତମାନ ସମୟରେ କେଉଁଠି ବି ଝିଅ ମହିଳା ସୁରକ୍ଷିତ ନାହାଁନ୍ତି । କାରଣ କେଉଁଠି ଏପରି ଘଟଣା ଶୁଣିବାକୁ ମିଳୁଛି ଯେଉଁଠି ଜଣେ ବାପା ନିଜ ଝିଅକୁ ଦୁଷ୍କର୍ମ କରୁଛି , କେଉଁଠି ରାକ୍ଷସ ରୂପୀ ମଣିଷ ଛୋଟ ଝିଅକୁ ମଧ୍ୟ ଛାଡୁନାହିଁ , ଆଉ କେଉଁଠି ଜଣେ ମହିଳାଙ୍କୁ ସାମୁହିକ ଦୁଷ୍କର୍ମ ଭଳି କାର୍ଯ୍ୟ ମଧ୍ୟ କରାଯାଉଛି । ଯାହା କଳିଯୁଗର ସବୁଠାରୁ ବଡ଼ ପାପ ଅଟେ ।

୨ . କାମନା ବାସନା :-

କଳିଯୁଗରେ ଅଧିକାଂଶ ଅପରାଧ ପଛରେ କାମନା ବାସନା ଲୁଚି ରହିଥାଏ । ଅଧିକାଂଶ ମଣିଷ ମଧ୍ୟରେ କାମନା ବାସନା ଏପରି ଘର କରି ଯାଇଛି ଯେ ସେମାନେ ଅନ୍ୟକୁ କେବେବି ଭଲ ନଜରରେ ସୁଦ୍ଧା ଦେଖି ପାରୁ ନାହାଁନ୍ତି । ତେବେ ଏହି ସମସ୍ୟା ଉଭୟ ପୁରୁଷ ଏବଂ ନାରୀଙ୍କ ଠାରେ ଦେଖା ଯାଉଛି ।

୩ . ମାନବ ହତ୍ୟା :-

ଏହି କଳିଯୁଗରେ ହତ୍ୟା ଭଳି ଘଟଣା ସାଧାରଣ ପାଲଟି ଗଲାଣି । କେଉଁଠି କିଏ ନିଜ ସ୍ୱାର୍ଥ ପାଇଁ ପୁଣି କିଏ କ୍ରୋଧରେ କାହାକୁ ହତ୍ୟା କଲାଣି । ଯାହାକି କୌଣସି ମହାପାପ ଠାରୁ କମ ନୁହେଁ । ଏହି କାରଣରୁ ହିଁ ବର୍ତ୍ତମାନ ନିଜର ଲୋକ ମଧ୍ୟ ନିଜ ଲୋକକୁ ହତ୍ୟା କରିବାକୁ ପଛାଉ ନାହିଁ । ପୁଣି କିଏ କାହାକୁ ନିଜର ଅନୈତିକ ସମ୍ପର୍କ ପାଇଁ ରାସ୍ତାରୁ ହଟାଇ ଦେଉଛି ।

୪ . ଚରିତ୍ର ହାନୀ :-

କଳିଯୁଗରେ ଅଧିକାଂଶ ସମ୍ପର୍କ ଚରିତ୍ର ହାନୀ କାରଣରୁ ଭାଙ୍ଗିଯାଏ । କେଉଁଠି ଜଣେ ପୁରୁଷ ଅନ୍ୟ ମହିଳା ସହିତ ଅନୈତିକ ସମ୍ପର୍କ ରଖୁଛି ତ ଆଉ କେଉଁଠି ଜଣେ ଜଣେ ମହିଳ ପର ପୁରୁଷ ସହିତ ଅନୈତିକ ସମ୍ପର୍କ ରଖୁଛି । ଯେଉଁ କାରଣରୁ ଅନେକ ସମ୍ପର୍କ ଭାଙ୍ଗି ଯାଉଛି । ଆଜିକା ଯୁଗରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ପାରସ୍ପରିତା ଆଉ ନାହିଁ । ଏବଂ ପରସ୍ପର ପ୍ରତି ସମ୍ମାନ ତ ଦୂରର କଥା । ଚରିତ୍ର ହାନୀ ମଧ୍ୟ ଏକ ମହାପାପ ଅଟେ ।

୫ . ଭ୍ରଷ୍ଟାଚାର :-

ବର୍ତ୍ତମାନ ସମୟରେ ଦେଶରେ ଭ୍ରଷ୍ଟାଚାର ବଢ଼ି ଯାଇଛି । ଯେଉଁଠି ଦେଶର ଜନତା ଭ୍ରଷ୍ଟାଚାରରେ ସମ୍ପୂର୍ଣ୍ଣ ରୂପରେ ଗ୍ରାସିତ ଅଛନ୍ତି , ସେଠାରେ ନେତା ମଧ୍ୟ ସେହିଭଳି । କାରଣ ନେତା ମାନେ ବଡ଼ ବଡ଼ ଯୋଜନା ନାମରେ ଜନତାଙ୍କ ଠାରୁ ହିଁ ଲୁଟୁଛନ୍ତି । ଯାହାର କ୍ଷତି ଜନତା ଭୋଗୁଛନ୍ତି ।

୬ . ହିଂସା :-

କାହାକୁ ବିନା କାରଣରେ କଷ୍ଟ ପହଞ୍ଚାଇବା କିମ୍ବା ଶାରୀରିକ କଷ୍ଟ ଦେବା କେବଳ ନିନ୍ଦନୀୟ ନୁହେଁ ବରଂ ଏକ ପାପ ମଧ୍ୟ ଅଟେ । ବର୍ତ୍ତମାନ ସମୟରେ ବୋହୂ ମଧ୍ୟ ଶାଶୁ ଶ୍ୱଶୁର ପ୍ରତି ହିଂସା କରି ନିନ୍ଦାର ପାତ୍ର ହୋଇଥାଏ । ଦେଶରେ ଧର୍ମ ଏବଂ ସମ୍ପ୍ରଦାୟ ନାମରେ ଲୋକେ ପରସ୍ପର ପ୍ରତି ହିଂସା କରୁଛନ୍ତି । କଳିଯୁଗରେ ଏହି ପାପ ମଧ୍ୟ ଚରମ ସୀମାରେ ପହଞ୍ଚି ସାରିଛି ।

୭ . ମିଛ :-

କଳିଯୁଗରେ ମିଛ ପ୍ରାୟ ସମସ୍ତଙ୍କ ଅସ୍ତ୍ର ହୋଇ ଗଲାଣି । ପ୍ରତ୍ୟେକ କ୍ଷେତ୍ରରେ ମିଛ ରାଜତ୍ୱ କରୁଛି । ସତ୍ୟତାର ଚିହ୍ନ ବର୍ଣ୍ଣ ହିଁ ନାହିଁ । ଯେଉଁଠି ନେତା ଜନତାଙ୍କ ଠାରୁ ଭୋଟ ପାଇବା ପାଇଁ ମିଛ ଆଶା ଦେଇଥାଏ , ସେଠାରେ ମନୁଷ୍ୟ ନିଜ ସ୍ୱାର୍ଥ ପାଇଁ ନିଜ ଲୋକଙ୍କୁ ହିଁ ମିଛ କହିଥାଏ । ଏହାହିଁ କଳିଯୁଗର ସବୁଠାରୁ ବଡ଼ ପାପ ।

୮ . ବଡ଼ଙ୍କ ଅପମାନ :-

ବର୍ତ୍ତମାନ ସମୟରେ ବଡ଼କୁ ସମ୍ମାନ ଦେବା ଭଳି କଥା ଯେମିତି ଗାଏବ ହୋଇ ଯାଇଛି । ଏହା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ସମସ୍ୟା ଅଟେ । ପିଲାମାନେ ଏଠାରେ ନିଜ ମାତା ପିତାଙ୍କୁ ମଧ୍ୟ ସମ୍ମାନ ଦେଉ ନାହାଁନ୍ତି । ତେବେ ଏହିସବୁ ପାପକୁ ଦେଖି ଏହା ପ୍ରତୀତ ହେଉଛି ଯେ ହୁଏତ କଳିଯୁଗର ପରିସମାପ୍ତି ଆସି ଗଲାଣି । ଯାହାର ପରିଣାମ ସମସ୍ତେ ହିଁ ଭୋଗିବାକୁ ଯାଉଛନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *