Excuse Me Odisha

ଯାହା କହିବୁ ସତ କହିବୁ

ତାୱାରେ ଏହି ଜିନିଷ ଭୁଲରେ ବି ବନାନ୍ତୁ ନାହିଁ । ନଚେତ ଆସିଥାଏ ବର୍ବାଦି

ସେୟାର୍ କରନ୍ତୁ

ନିଜ ଘରର ବତାବାରଣ ଭଲ ହେବା ଏବଂ ଖରାପ ହେବା , ରୋଷେଇ ଘରେ ଥିବା ତାୱା ଉପରେ ମଧ୍ୟ ନିର୍ଭର କରିଥାଏ । ଘରେ ଏକ ବିଶେଷ ଧରଣର ତାୱା ରହିବା ଉଚିତ ନୁହେଁ , କାରଣ ଏହାଦ୍ୱାରା ଘରକୁ ବର୍ବାଦି ଆସିପାରେ । ରୋଷେଇ ଘରେ ତାୱା ଅତ୍ୟନ୍ତ ଆବଶ୍ୟକୀୟ ଜିନିଷ ଅଟେ । କାରଣ ସେଥିରେ ରୁଟି ପ୍ରସ୍ତୁତ ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ତାୱା ସମ୍ବନ୍ଧୀୟ କିଛି ବିଶେଷ ସୂଚନା ଦେବାକୁ ଯାଉଛୁ । ବାସ୍ତୁ ଅନୁଯାୟୀ ଏହାର ଅନେକ ମହତ୍ତ୍ୱ ରହିଛି । ସାଧରଣତଃ ତାୱା ଏବଂ କରେଇ ରାହୁର ପ୍ରତିନିଧିତ୍ବ କରିଥାଏ । ଯାହା ଆପଣଙ୍କ ଭାଗ୍ୟ ବଦଳାଇ ପାରେ କିମ୍ବା ଆପଣଙ୍କ ଭାଗ୍ୟ ନଷ୍ଟ ମଧ୍ୟ କରିପାରେ ।

୧ . ତାୱାକୁ ଓଲଟା ରଖିବା :-

ହିନ୍ଦୁ ଧର୍ମ ଅନୁଯାୟୀ ତାୱାକୁ ଓଲଟା ରଖିବା ଉଚିତ ନୁହେଁ । ତାୱା ସେତେବେଳେ ଓଲଟା ରଖାଯାଏ ଯେତେବେଳେ ଘରେ କାହାରି ମୃତ୍ୟୁ ହୋଇଯାଏ । ଅର୍ଥାତ ସେତେବେଳେ ଘରେ ତାୱାର ବ୍ୟବହାର ବର୍ଜିତ ମାନା ଯାଏ । ସେତେବେଳେ ଘରେ ଭୋଜନ ପ୍ରସ୍ତୁତ କରାଯାଏ ନାହିଁ । ତେଣୁ ଏମିତିରେ ଯେଉଁ ବ୍ୟକ୍ତି ତାୱାକୁ ଓଲଟା ରଖିଥାଏ ସେ ଅନର୍ଥର କାରଣ ହୋଇଥାଏ । ତେଣୁ ତାୱାକୁ ସିଧା କରି ରଖନ୍ତୁ ।

୨ . ଦୋଷ ଲାଗିବା :-

ଦୀର୍ଘ ସମୟ ଧରି ଗୋଟିଏ ତାୱାକୁ ଉପଯୋଗ କରିବା ଉଚିତ ନୁହେଁ । ପୁରୁଣା ତାୱାରେ ରୋଷେଇ କଲେ ଖାଦ୍ୟ ଦୂଷିତ ହୋଇପାରେ । ଏହାଦ୍ବାରା ଘରେ କୌଣସି ସଦସ୍ୟଙ୍କର ଭୟଙ୍କର ରୋଗ ହୋଇପାରେ । ଦୀର୍ଘ ସମୟ ଧରି ଭାଙ୍ଗି ଯାଇଥିବା ତାୱାରେ ଖାଦ୍ୟ ପ୍ରସ୍ତୁତ କଲେ ଦୋଷ ଲାଗିଥାଏ । ଏମିତିରେ ଆପଣ ଦରିଦ୍ର ହୋଇ ପାରନ୍ତି ।

୩ . ତାୱା ଏବଂ କରେଇକୁ କେବେବି ଅଇଁଠା କରିବା ଉଚିତ ନୁହେଁ । ସେଥିରେ ଅଇଁଠା ସାମଗ୍ରୀ କେବେ ରଖନ୍ତୁ ନାହିଁ । ପବିତ୍ରତା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ । ଘରେ ଏହାକୁ ଯେତେ ସ୍ୱଚ୍ଛ ରଖାଯିବ ଘରକୁ ସେତେ ଧନର ଆଗମନ ହେବ । କାରଣ ସବୁ ବାସନ ଠାରୁ ଏହି ଦୁଇଟି ଅଧିକ ସମ୍ମାନ ଯୋଗ୍ୟ ଅଟେ ।

୪ . ଘରେ ତାୱାରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୋଟି ଗାଈକୁ ଖୁଆଇବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ସ୍ଥାୟୀ ବାସ କରନ୍ତି । କାରଣ ଗାଈ ଦେହରେ ସବୁ ଦେବଦେବୀ ବାସ କରନ୍ତି ।

୫ . ଯେଉଁ ବ୍ୟକ୍ତି ଗରମ ତାୱାରେ ପାଣି ଢ଼ାଳି ଥାଏ ସେହି ଘରେ ଲଢ଼େଇ ଝଗଡ଼ା ବିବାଦ ଦେଖା ଦେଇଥାଏ । ତାୱା କରେଇକୁ ସବୁବେଳେ ପରିଷ୍କାର ରଖିବା ଉଚିତ । ଅପରିଷ୍କାର ରହିଲେ ଘରେ ଦୋଷ ଲାଗିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *