Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ସମୟ ରେ ତକିଆ ତଳେ ରଖିଦିଅନ୍ତୁ ଏହି 1 ଜିନିଷ ଲକ୍ଷ୍ମୀ ଦୌଡ଼ି ଚାଲିଆସିବେ ଘରେ ହେବ ପଇସା ର ବର୍ଷା..

ସେୟାର୍ କରନ୍ତୁ

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରେ ଏହିପରି କିଛି ସାଧାରଣ ଜିନିଷ ରେ ଏତେ ଅଧିକ ସକାରାତ୍ମକ ଉର୍ଜା ରହିଥାଏ କି ଯଦି ତାକୁ ଆମେ ତକିଆ ତଳେ ରଖି ଶୋଇବା ତେବେ ବହୁତ ଅଧିକ ଶୁଭ ଫଳ ମିଳିଥାଏ | ଏହା ଆମ ଜୀବନ ରେ ଅନେକ ସମସ୍ୟାର ସମାଧାନ ମଧ୍ୟ କରିଥାଏ | ତେବେ ବନ୍ଧୁଗଣ ଆମ ଜୀବନ ରେ ଏମିତି ଅନେକ ଘଟଣା ଘଟିଯାଏ ଯାହା ଆମେ କେବେ କଳ୍ପନା ବି କରିପାରନ୍ତି ନାହିଁ | ଯେମିତି କି ଯେତେ କଷ୍ଟ କଲେ ମଧ୍ୟ ସଫଳତା ମିଳେ ନାହିଁ, ଯେତେ ପୂଜା ପାଠ କଲେ ମଧ୍ୟ ଘରେ ଆର୍ଥିକ ସମସ୍ୟା ଦୂର ହୁଏ ନାହିଁ | ଚାକିରୀ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା, ଘରେ ନକାରାତ୍ମକ ଶକ୍ତି, ଦୃଷ୍ଟି ଦୋଷ ଏବଂ ବେପାର ରେ କ୍ଷତି ହେବା ଭଳି ସମସ୍ୟା ରହିଥାଏ |

ତେବେ ଏହା ପାଇଁ ଆମେ ଭାଗ୍ୟ କୁ ଦୋଷ ଦେଇଥାଉ କିନ୍ତୁ ଏହାକୁ କୁଣ୍ଡଳୀ ଦୋଷ ଏବଂ ବାସ୍ତୁ ଦୋଷ କୁହାଯାଇଥାଏ | ଯାହା ମଣିଷ ଜୀବନ ରେ ଅନେକ କ୍ଷତି ଘଟାଇ ଥାଏ | ତେବେ ଏହାର ନିବାରଣ ନିମନ୍ତେ ବାସ୍ତୁ ଶାସ୍ତ୍ର ରେ କିଛି ଉପାୟ କୁହାଯାଇଛି | ଯାହାକୁ ଆପଣେଇ ଆମେ ଏହିସବୁ ସମସ୍ୟା ରୁ ମୁକ୍ତି ପାଇପାରିବ | ଏହା ଆପଣଙ୍କ ଭାଗ୍ୟ କୁ ବଦଳେଇ ଦେବ | ଶାସ୍ତ୍ର ରେ କୁହାଯାଇଥିବା ଏହି ଜିନିଷ ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ ଯାହା ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ଏବଂ ବୈଭବ ରେ ଭରିଦେବ | ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ –

1.ଲୁହା ଜିନିଷ – ଶୋଇବା ସମୟ ରେ ତକିଆ ତଳେ ଲୁହା ଜିନିଷ ରଖି ଶୋଇବା ଦ୍ୱାରା କୌଣସି ନକାରାତ୍ମକ ଶକ୍ତି ଆପଣଙ୍କୁ ଛୁଇଁ ପାରେ ନାହିଁ | ଏହା ଦ୍ୱାରା ଆପଣଙ୍କୁ କେହି ବି ତନ୍ତ୍ର ମନ୍ତ୍ର ଗୁଣି ଗାରେଡି, କଳା ଯାଦୁ କରିପାରେ ନାହିଁ |ଆପଣ ସବୁବେଳେ ଫ୍ରେସ ଅନୁଭବ କରିବେ |

2.ସୁନା କିମ୍ବା ଚାନ୍ଦିର ମୁଦ୍ରା – ଏହା କୁ ରଖି ଶୋଇବା ଦ୍ୱାରା ଆପଣଙ୍କୁ ଜୀବନ ରେ ମା ଲକ୍ଷ୍ମୀ ଙ୍କସ୍ଥାୟୀ ବାସ ହୋଇଥାଏ | ଏହା ବ୍ୟତୀତ ଆପଣଙ୍କୁ କୌଣସି ଖରାପ ବିଚର କିମ୍ବା ନକାରାତ୍ମକ ଭାବନା ଆସେ ନାହିଁ |

3.ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୋଇବା ସମୟ ରେ ତକିଆ ତଳେ ରସୁଣ ରଖି ଶୋଇବା ଦ୍ୱାରା ନିଦ ଭଲ ହୋଇଥାଏ | ଏବଂ ସକାରାତ୍ମକ ଶକ୍ତି ଆପଣଙ୍କ ପାଖେ ପାଖେ ସବୁବେଳେ ରହିଥାଏ |

4.ରାହୁ କେତୁ ଏବଂ ଶନି ଙ୍କ କୋପ ରୁ ବଂଚିବା ପାଇଁ ରାତିରେ ଶୋଇବା ସ୍ରମୟ ରେ ତକିଆ ତଳେ ମୂଳା ରଖି ସୁଅନ୍ତୁ | ଏହା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ |

5.ଯଦି ଆପଣଙ୍କ ଘରେ ନକରାତ୍ମକ ଶକ୍ତି ର ବାସ ରହୁଛି ତେବେ ଆପଣ ଏଥିରୁ ମୁକ୍ତି ପାଇବା ନିମନ୍ତେ ରାତି ରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ କୌଣସି ବି ଭଗବାନ ଙ୍କ ମୂର୍ତ୍ତି ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ଏବଂ ସକରାତ୍ମକତା ପରିବେଶ ସୃଷ୍ଟି ହେବ ।

6.ଯଦି ଆପଣଙ୍କ କୁଣ୍ଡଳୀ ରେ ଚନ୍ଦ୍ରମା ର ସ୍ଥିତି ଠିକ ଭାବରେ ନାହିଁ ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ଚାନ୍ଦି ର ମୁଦ୍ରା ରଖି ଦିଅନ୍ତୁ । ଏହା ସହିତ ଯଦି ଆପଣଙ୍କ କୁଣ୍ଡଳୀ ରେ ମଙ୍ଗଳ ବା ବୁଧ ଗ୍ରହ ଦୋଷ ରହିଛି ତେବେ ଆପଣ ନିଜ ତକିଆ ତଳେ ଚାନ୍ଦି ବା ସୁନା ରୁ ତିଆରି ସାମଗ୍ରୀ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କୁଣ୍ଡଳୀ ରେ ଥିବା ସବୁ ପ୍ରକାର ଦୋଷ ଦୁର ହୋଇଥାଏ ।

7.ରାତିରେ ଶୋଇବା ପୂର୍ବରୁ ଏକ ଟଙ୍କିଆ ମୁଦ୍ରା ନିଜ ତକିଆ ତଳେ ରଖି ଦିଅନ୍ତୁ ଏବଂ ଏହାକୁ ସକାଳୁ ଉଠି କୌଣସି ଗରିବ କୁ ଦାନ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ତଥା ଅସୁବିଧା ଦୁର ହେବ ଏବଂ ଏପରି ଏକ ମାସ କରିବା ପର୍ଯ୍ୟନ୍ତ ଧୀରେ ଧୀରେ ଆପଣଙ୍କ ଦୋଷ ଦୂର ହେବ ଏବଂ ଆପଣଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ର ସଞ୍ଚାର ହେବ ।

8.ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ୪ ୫ ଟି ତୁଳସୀ ପତ୍ର କୁ ନେଇ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଆଖପାଖରେ ଥିବା ସମସ୍ତ ନକରାତ୍ମକ ଉର୍ଜା ର ବିନାଶ ହୋଇଥାଏ ଏବଂ ଆପଣଙ୍କ ଚାରିପାଖ ର ବାତାବରଣ ଶୁଦ୍ଧ ଓ ସକରାତ୍ମକ ଉର୍ଜା ରେ ପୂର୍ଣ ହୋଇଯିବ । ସକାଳୁ ଉଠିବା ପରେ ସେହି ତୁଳସୀ ପତ୍ରକୁ ଖାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହିଁ ଓ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । କିନ୍ତୁ ଏଥିପ୍ରତି ଧ୍ୟାନ ରଖିବେ ଯେ ସନ୍ଧ୍ୟା ବା ରାତି ସମୟରେ ତୁଳସୀ ପତ୍ରକୁ ଛିଣ୍ଡାଇବେ ନାହିଁ।

9.ମୟୁର ପର କୁ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯିବ ଏବଂ ଆପଣଙ୍କୁ ଜୀବନରେ ସଫଳତା ହାସଲ ହେବ । ଆପଣଙ୍କ ଜୀବନ ର ସମସ୍ତ ନକରାତ୍ମକ ଉର୍ଜା ର ନଷ୍ଟ ହେବ । ଆପଣ ସକାଳୁ ଉଠିବା ପରେ ତକିଆ ତଳେ ଥିବା ମୟୁର ପର ର ଦର୍ଶନ ଅବଶ୍ୟ କରନ୍ତୁ । ଏହାର ପରିଣତି ଶୁଭ ଦାୟକ ହୋଇଥାଏ । ଏହାଦ୍ବାରା ଆପଣଙ୍କ କୁଣ୍ଡଳୀ ଦୋଷ ମଧ୍ୟ ଦୁର ହୋଇଥାଏ ।

କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ?

ଶୋଇବା ପାଇଁ ଶାସ୍ତ୍ରରେ ସବୁଠାରୁ ଉତ୍ତମ ଦିଗ ହେଉଛି ମୁଣ୍ଡ ପୂର୍ବକୁ ଆଉ ପାଦ ପଶ୍ଚିମକୁ କରିବା ଉଚିତ ହୋଇଥାଏ | ଯଦି ସେମିତି ସୁବିଧା ନାହିଁ ତେବେ ଆପଣ ମୁଣ୍ଡ ଦକ୍ଷିଣକୁ ଆଉ ପାଦ ଉତ୍ତରକୁ କରି ସୋଇ ପାରିବେ ଏହା ମଧ୍ୟ ଉଚିତ ହୋଇଥାଏ । ଦକ୍ଷିଣ ଦିଗ ଭଗବାନ ଜାମରାଜଙ୍କ ଅଟେ ସେଥିପାଇଁ ଭୁଲରେ ବି ଏଇ ଦିଗ କୁ ପାଦ କରିବେ ନାହିଁ ବହୁତ ଭୟଙ୍କର ପ୍ରକୋପ ପଡିଥାଏ । ଉତ୍ତର ଦିଗ ମଧ୍ୟ ଖର ଦିଗ ସେଥିପାଇଁ ଏହି ଦିଗକୁ ମୁଣ୍ଡ କରି କେବେ ସୋଇବେ ନାହିଁ କିନ୍ତୁ ଉତ୍ତର ଦିଗକୁ ମୁହଁ କରି ଆପଣ ଅଭ୍ଯାସ କରି ପାରିବେ, ପାଠ ପଢୀ ପାରିବେ ଅନ୍ୟ ସବୁ କାମ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *