Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ରାତିରେ କରନ୍ତୁ ପତ୍ନୀଙ୍କ ସହ ଏହି 1 କାମ ସଫଳତା ନିଶ୍ଚିନ୍ତ ମିଳିବ |

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ସମ୍ପୂର୍ଣ 18 ଟି ପୁରାଣ ଗ୍ରନ୍ଥ ରହିଛି | ସେଥି ମଧ୍ୟରୁ ଶିବ ପୁରାଣ ଅନ୍ୟତମ ସେଥିରେ ମନୁଷ୍ୟ ସମାଜ ପାଇଁ ଅନେକ ଶୁଭ ବାର୍ତା ରହିବା ସହ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ କଥା ମଧ୍ୟ ରହିଛି | ଶିବ ପୁରାଣ ଅନୁସାରେ 5 ଏମିତି ପାପ ରହିଛି ଯାହାକୁ ମନୁଷ୍ୟ କୁ ଭୁଲ ରେ ବି କରିବା ଉଚିତ ନୁହେଁ | ଏହା କରିବା ଦ୍ୱାରା ଭଗବାନ ଶିବଙ୍କ କୃପା ଏବଂ ଆଶୀର୍ବାଦ ମିଳି ନଥାଏ |

ଆପଣ ଅନେକ ପ୍ରକାରର ପୁଣ୍ୟ କାର୍ଯ୍ୟ କରିଥାନ୍ତି କିନ୍ତୁ ଆପଣଙ୍କୁ ଏହାର ସଠିକ ଫଳ ପ୍ରାପ୍ତ ହୋଇନଥାଏ | କାହିଁକି ନା ଆପଣଙ୍କ ଦ୍ୱାରା ଅଜାଣତରେ ହିଁ କିଛି ଭୁଲ ହୋଇଯାଇଥାଏ | ଯାହା ଆପଣଙ୍କ ପୁଣ୍ୟ କାର୍ଯ୍ୟର ସନ୍ତୁଳନକୁ ଖରାପ କରିଦେଇଥାନ୍ତି | ତେଣୁ ଆପଣଙ୍କୁ ଏହି ପାପ ବିଷୟରେ ନିଶ୍ଚିତ ରୂପେ ଜାଣିନେବା ଆବଶ୍ୟକ ଅଟେ | ଆସନ୍ତୁ ଆମେ ଆଜି ଆପଣଙ୍କୁ ଏମିତି 5ଟି ଭୁଲ ବିଷୟରେ କହିବୁ ଯାହା ଭଗବାନ ଶିବ ମତା ପାର୍ବତୀଙ୍କୁ କହିଛନ୍ତି | ଆସନ୍ତୁ ଜାଣିବା ସେହି 5ଟି ଭୁଲ ବିଷୟରେ |

1.ମାନସିକ ପାପ :- ଶିବ ପୁରାଣ ଅନୁଯାୟୀ କଳିଯୁଗରେ ପ୍ରାୟତଃ ଲୋକ ମାନସିକ ପାପ କରିଥାନ୍ତି | ମାନସିକ ପାପ ତାହା ହୋଇଥାଏ ଯେତେବେଳେ ଆପଣ ନିଜ ମନରେ ଅନ୍ୟ କାହା ପ୍ରତି ଖରାପ ଚିନ୍ତା ଆଣିଥାନ୍ତି | ତେଣିକି ସେ କୋୖଣସି ସ୍ତ୍ରୀ ଙ୍କ ପାଇଁ ହେଉ କିମ୍ବା କୋୖଣସି ବ୍ୟକ୍ତିର ଉନ୍ନତି ପାଇଁ ହେଉ | ଅଥବା କାହାରି ସୌନ୍ଦର୍ଯ୍ୟକୁ ନେଇ ବି ହଉନା କାହିଁକି | ଅନ୍ୟ କାହାର ଖରାପ ହେଉ ଏପରି ଚିନ୍ତା କରିବା | ଏହା ମାନସିକ ପାପ ହୋଇଥାଏ | କାରଣ ପ୍ରତ୍ୟେକ ମନୁଷ୍ୟ ଭିତରେ ଭଗବାନଙ୍କର ବାସ ହୋଇଥାଏ | ଯେତେବେଳେ ଆପଣ ଅନ୍ୟ ମଣିଷର ଖରାପ ଚିନ୍ତା କରିବେ ଏହା ଭଗବାନଙ୍କର ଅପମାନ ହୋଇଥାଏ |

2.କଥାବାର୍ତ୍ତା ପାପ :- ଶିବ ପୁରାଣ ଅନୁଯାୟୀ କାହାରିକୁ ଖରାପ କହିବା | କିମ୍ଭା କାହାରିକୁ ଦୁଃଖ ଦେବା ପାଇଁ ଖରାପ ଭାଷାର ପ୍ରୟୋଗ କରିବା | ବହୁତ ବଡ଼ ପାପ ହୋଇଥାଏ | ଏହାକୁ କଥାବାର୍ତ୍ତା ପାପ କୁହାଯାଏ | ମନୁଷ୍ୟକୁ ସବୁବେଳେ ସତ ଏବଂ ମିଠା କଥାର ପ୍ରୟୋଗ କରିବା ଆବଶ୍ୟକ ହୋଇଥାଏ |

3.ଶାରୀରିକ ପାପ:- ଶିବ ପୁରାଣରେ ପ୍ରକୃତିକୁ ଈଶ୍ୱରଙ୍କର ରୂପ ବୋଲି ବିବେଚନା କରାଯାଇଛି | ଏବଂ ଏମିତିରେ ଯଦି ଆପଣ ଅନାବଶ୍ୟକ ରେ ପ୍ରକୃତିକୁ କଷ୍ଟ ଦେଉଛନ୍ତି ତାହାକୁ ପାପ ବୋଲି କୁହାଯାଏ | ଗଛ କାଟିବା, ପଶୁଙ୍କୁ ହତ୍ୟା କରି ଖାଇବା ଏହାକୁ ଶାରୀରିକ ପାପ ବୋଲି କୁହାଯାଏ |

4.ନିନ୍ଦା କରିବା:- ଶିବ ପୁରାଣରେ ଭୟଙ୍କର ପାପ ମଧ୍ୟରେ ନିନ୍ଦା କରିବାକୁ ମଧ୍ୟ ବହୁତ ଖରାପ ଏବଂ ଭୟଙ୍କର ପାପ ବୋଲି କୁହାଯାଇଛି | ମନୁଷ୍ୟକୁ କେବେ ବି ଅନ୍ୟର ନିନ୍ଦା କରିବା ଉଚିତ ନୁହେଁ | ନିନ୍ଦା କରିବା ପୂର୍ବରୁ ହିଁ ଏହା ଭାବିବା ଉଚିତ ଯେ ସାମ୍ନା ବ୍ୟକ୍ତି ନିନ୍ଦାର ପତ୍ର ଅଟନ୍ତି କି ନାହିଁ | ପିତା,ମାତା, ଗୁରୁଜନ ଆଦିଙ୍କର ନିନ୍ଦା କରିବା ବହୁତ ବଡ଼ ପାପ ବୋଲି କୁହାଯାଇଛି |

5.ଖରାପ ଲୋକଙ୍କ ସମ୍ପର୍କରେ ଆସିବା :- ଶିବ ଭଗବାନଙ୍କ ଅନୁଯାୟୀ ଚୋରୀ କରିବା ହତ୍ୟା କରିବା ଆଦି ପାପ କାର୍ଯ୍ୟ ହୋଇଥାଏ | ଏହା ସହ ଏହି ଲୋକଙ୍କ ସମ୍ପର୍କରେ ରହିବା ଏହି ଲୋକଙ୍କୁ ଶରଣ ଦେବା ଏବଂ ଏହିଲୋକଙ୍କର କୋୖଣସି କାର୍ଯ୍ୟରେ ସାଥ ଦେବା ମଧ୍ୟ ପାପ ହୋଇଥାଏ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *