Excuse Me Odisha

ଯାହା କହିବୁ ସତ କହିବୁ

ବିବାହ କାର୍ଡ଼କୁ କେବେବି ଏପରି ଛାପନ୍ତୁ ନାହିଁ , ନଚେତ ହୋଇଯାଏ ମୃତ୍ୟୁ :-

ସେୟାର୍ କରନ୍ତୁ

ଯେଉଁଭଳି ଭାବରେ ବିବାହର ଅନେକ ମହତ୍ତ୍ୱ ରହିଛି ସେହିଭଳି ବିବାହ ସହ ଜଡ଼ିତ ଅତି ଛୋଟ ଛୋଟ ଅଂଶ ଯେମିତିକି ସବୁ ରୀତି ନୀତି ପରମ୍ପରାର ଅନେକ ମହତ୍ତ୍ୱ ରହିଛି । ସାଧରଣତଃ ବିବାହ ପୂର୍ବରୁ ପ୍ରତ୍ୟେକ ପରମ୍ପରା ପାଇଁ ଏକ ଶୁଭ ମୁହୁର୍ତ୍ତ ଠିକ କରାଯାଇଥାଏ । ଏମିତିକି କାର୍ଡ଼ ଛାପିବା ସମୟରେ ମଧ୍ୟ ପ୍ରଥମ କାର୍ଡ଼ରେ ହଳଦୀ ଲଗାଇବାର ବିଧାନ ରହିଛି । ମାତ୍ର ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହି ବିବାହ କାର୍ଡ଼ ସମ୍ବନ୍ଧୀୟ କିଛି ସୂଚନା ଦେବୁ ଯେ କେଉଁ ଭଳି ବିବାହ କାର୍ଡ଼ ଛାପିବା ଉଚିତ ନୁହେଁ ନଚେତ ଜୀବନ ସମସ୍ୟାରେ ଭରିଯାଏ ।

କୌଣସି ମାନ୍ୟତା ଅନୁଯାୟୀ ଯଦି ଏକ ବିଶେଷ ପ୍ରକାରର ବିବାହ କାର୍ଡ଼ ଛପା ଯାଏ ତେବେ ଜୀବନରେ ଅନେକ ସମସ୍ୟା ଦୂରେଇ ଯାଏ , ଏହାବ୍ୟତୀତ ଜୀବନ ଖୁବ ଖୁସିରେ ବ୍ୟତୀତ ହୋଇଥାଏ । ମାତ୍ର ଆମେ ଆଜି ଆପଣଙ୍କୁ ଯେଉଁ କାର୍ଡ଼ ବିଷୟରେ କହିବୁ , ସେହିଭଳି ଯଦି ଆପଣ ଛପାନ୍ତି ତେବେ ବିବାହ ପରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଦେଖା ଦେବ , କଳହ ସୃଷ୍ଟି ହୋଇପାରେ । ଏମିତିକି ବହୁତ ଜଲଦି ଛାଡପତ୍ର ମଧ୍ୟ ହୋଇପାରେ । ବିବାହ ପରେ ମନୁଷ୍ୟର ନୂଆ ଜୀବନ ଆରମ୍ଭ ହୋଇଥାଏ । ବିବାହ ସମୟରେ ଅନେକ କିଛି ଜିନିଷ ପ୍ରତି ଦୃଷ୍ଟି ଦେଇ ବିବାହର ଆୟୋଜନ କରାଯାଇଥାଏ । ମାତ୍ର ଆଉ କିଛି କଥାକୁ ଅଣଦେଖା କରାଯାଇଥାଏ । ଯେଉଁ କାରଣରୁ ବର ବଧୂ ଜୀବନରେ ଅନେକ ବିପତ୍ତି ଆସିଥାଏ ।

ଏମିତିରେ ସେମାନଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ବିବାହରେ ସବୁକିଛି କାମକୁ ବେଶ ଭଲ ଭାବରେ ଆୟୋଜନ କରାଯାଏ ମାତ୍ର ବିବାହ କାର୍ଡ଼କୁ ଅଣଦେଖା କରାଯାଏ । ଯାହାଦ୍ୱାରା ବିବାହ କାର୍ଡ଼ର ଭୁଲ ଆକାର ଏବଂ ଭୁଲ ରଙ୍ଗ ଦିଆଯାଏ । ଯେଉଁ କାରଣରୁ ଧୀରେ ଧୀରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବର୍ବାଦି ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ବିବାହ କାର୍ଡ଼ କିପରି ହେବା ଆବଶ୍ୟକ । ଯାହାଦ୍ୱାରା ଜୀବନରେ ଖୁସି ଆସିଥାଏ ଏବଂ ସମ୍ପର୍କ ସବୁବେଳେ ସକାରାତ୍ମକ ରହିଥାଏ । ପ୍ରଥମତଃ ବିବାହ କାର୍ଡ଼ରେ କଳା ରଙ୍ଗର ଅକ୍ଷରର ପ୍ରୟୋଗ କରନ୍ତୁ ନାହିଁ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଅନେକ ଲୋକ ଫ୍ୟାସନ କାରଣରୁ ତେଢ଼ା ବିବାହ କାର୍ଡ଼ ଛପାଇ ଥାଆନ୍ତି । ଯାହାକି ବାସ୍ତୁ ଅନୁଯାୟୀ ଭୁଲ ଅଟେ ।

ତେଣୁ ଏପରି କରନ୍ତୁ ନାହିଁ । ବିବାହ କାର୍ଡ଼ ବର୍ଗ ଆକାରର ହେବା ଉଚିତ । ବାସ୍ତୁ ଅନୁଯାୟୀ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । କାର୍ଡ଼ ଉପରେ ରଙ୍ଗର ବିଶେଷ ଧ୍ୟାନ ଦିଆଯାଏ । ଯାହାକି ଅତ୍ୟନ୍ତ ଜରୁରୀ ଅଟେ । ସାଧାରଣତଃ ହଳଦିଆ , ନାଲି ଏବଂ ସବୁଜ ରଙ୍ଗକୁ ହିଁ ଉପଯୁକ୍ତ ମାନାଯାଏ । ଏହାଦ୍ବାରା ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ବିବାହ କାର୍ଡ଼ରେ ଦେବଦେବୀଙ୍କ ଫୋଟ ରହିଥାଏ । ଯାହାକୁ ଲୋକେ ଏନେତେବେ ଫିଙ୍ଗି ଦିଅନ୍ତି । ତେଣୁ ଏପରି କାର୍ଡ଼ ସାମ୍ନାକୁ ଆସିଲେ , ଯେଉଁଥିରେ ଦେବଦେବୀଙ୍କ ଫୋଟ ଥାଏ , ତାହାକୁ ଏଣେତେଣେ ଫିଙ୍ଗିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ପାପ ଲାଗିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *