Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ପୂର୍ଣ୍ଣିମା ଦିନ କରିନିଅନ୍ତୁ ଏହି କାମ, ଘରେ ହେବାକୁ ଲାଗିବ ଧନର ବର୍ଷା |

ସେୟାର୍ କରନ୍ତୁ

ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା | କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ପୂର୍ଣ୍ଣିମା ତିଥିକୁ କାର୍ତ୍ତିକ ପୂର୍ଣ୍ଣିମା ବୋଲି କୁହାଯାଇଥାଏ | କାର୍ତ୍ତିକ ପୂର୍ଣ୍ଣିମାକୁ କେତେକ ଦେବ ଦୀପାବଳୀ ମଧ୍ୟ କହିଥାନ୍ତି | ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣୁ, ଏହି ଦିନ ମତ୍ସ୍ୟ ଅବତାର ନେଇଥିଲେ | ବିଶ୍ବାସ ରହିଛି ଯେ, ଏହି ଦିନ ଭଗବାନ ଶିବ ତ୍ରିପୁରାସୁରାକୁ ମଧ୍ୟ ବଧ କରିଥିଲେ |

ଏହି ଖିୁସିରେ ଦେବତାମାନେ ଏହି ଦିନ ଦୀପାବଳି ପାଳନ କରିଥିଲେ। ଏହି ଦିନ ଭକ୍ତିର ସହିତ ଭଗବାନ ଶ୍ରୀ ହରିଙ୍କ ସହ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଆମକୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି |

ଭକ୍ତମାନେ ନଦୀ କିମ୍ବା ଜଳାଶୟରେ ସ୍ନାନ କରିବା ଉଚିତ୍ :-

କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା ବା ଯମୁନା ନଦୀରେ କୁଶା ସ୍ନାନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଦିନ ନଦୀରେ ଗାଧୋଇବା ସହ ଦାନ କରିବା ଉଚିତ୍ । ଏହି ଦିନ ନଦୀରେ ସ୍ନାନ କରିବା ଦ୍ବାରା ବହୁ ରୋଗରୁ ମୁକ୍ତି ମିଳିଥାଏ ଏବଂ ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ଏହି ସ୍ନାନ ସୂର୍ଯ୍ୟ ଉଦୟ ପୂର୍ବରୁ କରିବା ଉଚିତ୍ । ଯଦି ଆପଣ ଗଙ୍ଗା ନଦୀକୁ ଗୋଧୋଇବାକୁ ଯାଇପାରିବେ ନାହିଁ, ତେବେ ଆପଣ ଗାଧୋଇବା ପାଣିରେ ଟିକିଏ ଗଙ୍ଗା ଜଳ ମିଶାଇ ଘରେ ଗାଧୋଇ ପାରିବେ |

କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହି କାମ, ଘରକୁ ଆସିବେ ମା’ ଲକ୍ଷ୍ମୀ :

କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳ ସମୟରେ ଘରର ଅଗଣାରେ ହଳଦୀ ପାଣି ଛିଞ୍ଜନ କରନ୍ତୁ । ଏବଂ ଆମ୍ବ କି ଦେବଦାରୁ ପତ୍ରର ମାଳକୁ ଘରର ଦ୍ୱାର କବାଟରେ ଟଙ୍ଗାନ୍ତୁ | ଏବଂ ଏହି ଦିନ ଲକ୍ଷ୍ମୀ ମାତାଙ୍କୁ ପୂଜା କରନ୍ତୁ । ଏହା କରିବା ଶୁଭ ଏବଂ ସମୃଦ୍ଧ ବୋଲି ବିବେଚନା କରାଯାଏ । ଏପରି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆର୍ଶିବାଦ ଆପଣଙ୍କ ଉପରେ ରୁହେ । ଘରେ କୌଣସି ଆର୍ଥିକ ସମସ୍ୟା ଦେଖିବାକୁ ମିଳିନଥାଏ |

ସନ୍ଧ୍ୟାରେ ଦୀପ ଜାଳନ୍ତୁ :

କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା କିମ୍ବା ଅନନ୍ୟା ଜଳାଶୟ ନିକଟରେ ମଧ୍ୟ ଦୀପ ଜଳାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ଏହି ଦିନ ଆପଣ ପବିତ୍ର ନଦୀ, ଜଳାଶୟ , ମନ୍ଦିର ଏବଂ ଖୋଲା ଆକାଶ ତଳେ ଦୀପ ଜାଳିବା ଆବଶ୍ୟକ । ଏହା କରିବା ଅତ୍ୟନ୍ତ ଶୁଭକର ହୋଇଥାଏ | ଏହି ଦିନ, ଯଦି ଆପଣ ତୁଳସୀ ଚଉଁରା ନିକଟରେ ଏକ ଦୀପ ଜାଳିବେ ।ଏବଂ ତୁଳସୀ ଚଉଁରା ମୂଳରେ ସିନ୍ଦୁର ଲାଗାଇବେ,ତେବେ ଆପଣଙ୍କର ପ୍ରତ୍ୟକ କାର୍ଯ୍ୟ ସଫଳ ହେବ ବୋଲି ବିଶ୍ବାସ କରାଯାଇଛି |

ଏହି ଦିନ ଶିବ ପାର୍ବତୀଙ୍କୁ ପୂଜା କରନ୍ତୁ :

କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରାରୀ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଏହି ଦିନ ଭଗବାନ ଶିବ ,ପାର୍ବତୀ, ଗଣେଶ, କାର୍ତ୍ତିକେୟ ଏବଂ ନନ୍ଦୀଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଯଦି ଆପଣ ଏହି ଦିନ, ଶିବଙ୍କ ନିକଟରେ ପଞ୍ଚାମୃତ ଭୋଗ ଲଗାଇବେ । ତେବେ ଭଗବାନ ଶିବ ଆପଣଙ୍କର ସମସ୍ତ ମନସ୍କାମନା ପୁର୍ଣ୍ଣ କରିବେ |

ଏହି ଦିନ ଦାନ କରିବା ବେଶ ଶୁଭ ଫଳ ଦେଇଥାଏ :

ଆପଣ ନିଜ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଏହି ଦିନ ଏହି ସବୁ ଜିନିଷକୁ ଦାନ କରନ୍ତୁ । ଏହି ଦିନ ଖାଦ୍ୟ, କ୍ଷୀର, ଫଳ, ଚାଉଳ, ତେଲ ଏବଂ ଅଁଳା ଦାନ କରନ୍ତୁ । ଏହି ଦିନ ଆପଣ ନିଜ ବଳ ଅନୁଯାୟୀ ବ୍ରାହ୍ମଣ ଅସହାୟଙ୍କୁ ପୋଷାକ ଏବଂ ଖାଦ୍ୟ ମଧ୍ୟ ଦାନ କରନ୍ତୁ । ଏହାସହ ସନ୍ଧ୍ୟାରେ କିଛି କଞ୍ଚା କ୍ଷୀର, ଚାଉଳ ଏବଂ ଚିନି ମିଶାଇ ଚନ୍ଦ୍ରକୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣ ବିଷ୍ଣୁଙ୍କ କୃପା ଲାଭ କରିପାରିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *