Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ସୋମବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ। ନଚେତ ଭଗବାନ ଶିବଙ୍କର କୋପରୁ ଆପଣଙ୍କୁ କେହି ମଧ୍ୟ ରୋକି ପାରିବେ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସପ୍ତାହର ପ୍ରତ୍ୟେକ ବାର କୌଣସି ନା କୌଣସି ଦେବୀ ଓ ଦେବତାଙ୍କୁ ସମର୍ପିତ ଅଟେ। ଯଦି ଆପଣ ସେହି ବାର ସମ୍ବନ୍ଧିତ ଗ୍ରହକୁ ପୂଜାର୍ଚ୍ଚନା କରିବେ ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହେବ। ବଡ଼ ସୋମବାର କେଉଁ ପ୍ରକାର କାର୍ଯ୍ୟ କରିବା ଉଚିତ ନୁହେଁ, ବ୍ରତ କିପରି କରିବା ଉଚିତ,ସକାଳୁ କେତେବେଳେ ଉଠିବା ଉଚିତ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସୋମବାର ଦିନ ଭଗବାନ ଶିବଙ୍କର ବିଶେଷ ଆରାଧନାର ଦିନ ମାନାଯାଇଛି। ଏହିଦିନର ଅଧିପତି ଚନ୍ଦ୍ରଙ୍କର ମଧ୍ୟ ଆରାଧନା କରାଯାଇଥାଏ। ସୋମବାର ଦିନ ଭଗବାନ ଶିବଙ୍କର ରଖାଯାଉଥିବା ବ୍ରତ ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ। ଉତ୍ତମ ଜୀବନସାଥୀ ପାଇବା ପାଇଁ ଅବିବାହିତ ମହିଳା ମାନେ ମଧ୍ୟ ସୋମବାର ବ୍ରତ ରଖି ଥାଆନ୍ତି। ତେଣୁ ସୋମବାର ଦିନ କେଉଁ କାର୍ଯ୍ୟ କଲେ ଭଗବାନ ଶିବ ପ୍ରସନ୍ନ ହେବେ, ଆସନ୍ତୁ ଜାଣିବା।

କହିବାକୁ ଗଲେ ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଭଗବାନ ଶିବଙ୍କୁ ସୋମବାର ଦିନ ଗଙ୍ଗାଜଳ ଅର୍ପଣ କରନ୍ତୁ। ଏହାସହିତ ବିଶେଷ ରୂପରେ ବେଲପତ୍ର, ଅରଖ ଫୁଲ, ମହୁ ଆଦି ମଧ୍ୟ ଅର୍ପଣ କରନ୍ତୁ। ଭଗବାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ସୋମବାର ଦିନ ଧଳା ବସ୍ତୁ ଯେପରି ଧଳା ଫୁଲ, ଦହି, କ୍ଷୀର ଆଦି ମଧ୍ୟ ଆଦି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

କିନ୍ତୁ ସୋମବାର ଦିନ କିଛି ଏଭଳି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହା ଆପଣଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୋମବାର ଦିନ ବ୍ରତ କରୁଥିବାବିବାହିତ ଲୋକେ ସମ୍ଭୋଗ କରିବା ଉଚିତ ନୁହେଁ। ଏହାଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ସୋମବାର ଦିନ ମାଂସ, ମଦିରା ଆଦିର ସେବନ କରିବା ଉଚିତ ନୁହେଁ। ସୋମବାର ଦିନ ଭଗବାନ ଶିବଙ୍କ ପାଖରେ ଭୋଗ ଲଗାଇ ଗାଈ ଓ ଷଣ୍ଢକୁ ଖାଇବାକୁ ଦିଅନ୍ତୁ। ଏହିଦିନ ଅସହାୟ ଲୋକଙ୍କୁ ବସ୍ତ୍ର, ଭୋଜନ ଆଦି ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। ସୋମବାର ଦିନ କୌଣସି କଟୁ ବଚନ କହିବା ଉଚିତ ନୁହେଁ, ନଚେତ ପାପ ଲାଗି ଥାଏ। ଏହିଦିନ ଶ୍ରଦ୍ଧା ପୂର୍ବକ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *