୮ ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମାରେ ୪ ଗୋଟି ରାଶିର ଲୋକେ ହେବେ ଧନବାନ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେଉଁ ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। କହିବାକୁ ଗଲେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପବିତ୍ର ନଦୀ ସ୍ନାନ ଅତ୍ୟନ୍ତ ଲାଭକାରୀ ମାନା ଯାଇଥାଏ। ଏହାସହିତ ଏହିଦିନ ଦାନ ଭଳି ପୁଣ୍ୟ କାର୍ଯ୍ୟ କରିବା ଦ୍ୱାରା ବୈକୁଣ୍ଠ ଲୋକ ପ୍ରାପ୍ତି ହୋଇଥାଏ।
ଧାର୍ମିକ ମାନ୍ୟତା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ରାକ୍ଷସର ବଧ କରିଥିଲେ ବୋଲି କୁହାଯାଏ। ଏଥିପାଇଁ ଏହିଦିନକି ତ୍ରିପୁରାରି ପୂର୍ଣ୍ଣିମା ବୋଲି କୁହାଯାଏ। ଏହିଦିନ ବ୍ରତ ବା ଜାଗରଣ କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଏହାସହିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା ସ୍ନାନ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ଯଦି ଆପଣ ଘରେ ସ୍ନାନ କରୁଛନ୍ତି ତାହେଲେ ଅଳ୍ପ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ।
କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ କ୍ଷୀରି ଭୋଗ ଅର୍ପଣ କରି ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରନ୍ତୁ। ଦେଖିବେ ଦେବୀ ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହିବ। ଏହିଦିନ ପଞ୍ଚକର ଶେଷ ଦିନ ବୋଲି ମଧ୍ୟ କୁହାଯାଏ। ତେଣୁ ଦେବୀ ବୃନ୍ଦାବତୀଙ୍କର ମଧ୍ୟ ବିଧିବିଧାନ ଅନୁସାରେ ପୂଜା ହୋଇଥାଏ। ଯାହାଫଳରେ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ଏହି କାର୍ତ୍ତିକ ପୂର୍ଣ୍ଣିମା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ।
କନ୍ୟା ରାଶି :- କାର୍ତ୍ତିକ ପୂର୍ଣ୍ଣିମା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣ ମନ ନିବେଶ କରିବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟିକ ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ।
ମେଷ ରାଶି :- କାର୍ତ୍ତିକ ପୂର୍ଣ୍ଣିମାରେ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ। ବ୍ୟବସାୟରେ ଉତ୍ତମ ଅବସର ପ୍ରାପ୍ତ ହେବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ନିଜ ଦୈନନ୍ଦିନ କ୍ୟାରିୟର କ୍ଷେତ୍ରରେ ଆପଣ ଅଗ୍ରଗତି କରିବେ।
କୁମ୍ଭ ରାଶି :- ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆପଣ ଅଗାୟ ଲୋକଙ୍କୁ ଦାନ କରନ୍ତୁ ପୁଣ୍ୟ ପ୍ରାପ୍ତି ହେବ।
ତୁଳା ରାଶି :- ଘରର ବାତାବରଣ ସକାରାତ୍ମକ ରହିବ।ଆପଣ କୌଣସି ଧାର୍ମିକ ଅନୁଷ୍ଠାନରେ ଯୋଗଦାନ କରି ପାରନ୍ତି। ବିଦ୍ୟାର୍ଥୀ ମାନଙ୍କର ପାଠପଢାରେ କିଛି ଅସୁବିଧା ଦେଖା ଦେଇପାରେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କାର୍ତ୍ତିକ ପୂର୍ଣ୍ଣିମାରେ ଆପଣଙ୍କୁ ସମ୍ପର୍କୀୟ ବା ବନ୍ଧୁଙ୍କ ଠାରୁ ଆର୍ଥିକ ରୂପରେ ସହଯୋଗ ପ୍ରାପ୍ତ ହେବ। ସନ୍ତାନଙ୍କ କ୍ୟାରିୟର କୁ ନେଇ ଚିନ୍ତିତ ରହିବେ।