Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ମୂଳରେ ରଖି ଦିଅନ୍ତୁ ଏହି ଗୋଟେ ଜିନିଷ, ଆପଣଙ୍କର ସମସ୍ତ ଅଭିଳାଷା ହେବ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ତୁଳସୀ ଗଛରେ ଏଭଳି କେଉଁ ଜିନିଷ ବାନ୍ଧିଲେ ଦୂର ହୋଇଥାଏ ଦୁଃଖକଷ୍ଟ ଏବଂ ଦେବୀ ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି। ଘରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଶୁଭ ଅଟେ । ତେଣୁ ପ୍ରତ୍ୟେକଦିନ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରି ପୂଜାର୍ଚ୍ଚନା କରିବା ଦ୍ୱାରା ନିଶ୍ଚିତ ଭାବରେ ଲାଭ ପ୍ରାପ୍ତ ହୋଇଥାଏ। ଏହାସହିତ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ପୌରାଣିକ ମାନ୍ୟତା ଅନୁସାରେ ତୁଳସୀକୁ ଅମୃତ ସମାନ ମାନା ଯାଇଛି। କୁହାଯାଏ କି ଯେଉଁଠାରେ ତୁଳସୀ ଗଛ ରହିଥାଏ, ସେଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ମଧ୍ୟ ବାସ କରିଥାନ୍ତି। ଯେପରି ସୂର୍ଯ୍ୟ ଉଦୟ ହେଲେ ଅନ୍ଧକାର ନଷ୍ଟ ହୋଇ ଯାଇଥାଏ, ସେହିପରି ଘରେ ତୁଳସୀ ଗଛ ରହିବା ଦ୍ୱାରା ସୁଖଶାନ୍ତି ବୃଦ୍ଧି ହୋଇଥାଏ।

ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ତୁଳସୀ ପତ୍ର ନିଶ୍ଚିତ ଭାବରେ ପକାଇବା ଉଚିତ। କାରଣ ତୁଳସୀ ପତ୍ର ନପକାଇ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କଲେ ପୂଜା ଅପୂର୍ଣ୍ଣ ମାନା ଯାଇଥାଏ। ଏହି କାରଣରୁ ପ୍ରତ୍ୟେକ ହିନ୍ଦୁ ଲୋକଙ୍କର ଘରର ଅଗଣାରେ ତୁଳସୀ ଗଛ ରହିଥାଏ।

ବନ୍ଧୁଗଣ କେବେବି ଦୂଷିତ ମାଟିରେ ତୁଳସୀ ଗଛ ଲଗାନ୍ତୁ ନାହିଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଘରେ କେବେବି ଶୁଖିଲା ତୁଳସୀ ଗଛ ଲଗାଇବା ଉଚିତ ନୁହେଁ। କାରଣ ଶୁଖିଲା ତୁଳସୀ ଘରେ ରହିବା ଦ୍ଵାରା ନକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ। ତେଣୁ ଏହାକୁ କୌଣସି ନଦୀରେ ଭସାଇ ଦେବା ନିହାତି ଆବଶ୍ୟକ ଅଟେ। ନଚେତ ଘରେ ସର୍ବଦା ଅଶାନ୍ତି ଲାଗି ରହିଥାଏ।

ଶାସ୍ତ୍ରରେ କୁହାଯାଇଛି କି ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ, ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ। ଏହାଦ୍ବାରା ଘର ଧନଧାନ୍ୟ ପରିପୂର୍ଣ ହୋଇଯାଏ। ଯେଉଁ ଘରେ ତୁଳସୀ ଗଛ ସହିତ ଶାଳଗ୍ରାମ ରଖା ଯାଇଥାଏ, ସେହି ଘରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀର ବାସ ହୋଇଥାଏ। ସେଠାରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଏହାସହିତ ତୁଳସୀ ଗଛ ମୂଳରେ ଶାଳଗ୍ରାମ ରଖିବା ମଧ୍ୟ ଅତ୍ୟନ୍ତ ଶୁଭ ମାନା ଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *