Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ରଗ୍ରହଣ ରାତିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ। ନଚେତ ସଂକଟର ମୁକାବିଲା କରିବାକୁ ପଡିପାରେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏହି ୧୫ ଦିନ ମଧ୍ୟରେ ଲାଗିବାକୁ ଯାଉଛି। ଏହାର ଶୁଭ ଓ ଅଶୁଭ ପ୍ରଭାବ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।

ଅକ୍ଟୋବର ୨୫ ତାରିଖରେ ବର୍ଷର ଶେଷ ସୂର୍ଯ୍ୟପରାଗ ଶେଷ ହେବା ପରେ ଏବେ ନଭେମ୍ବର ୮ ତାରିଖ ଦିନ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣର ପ୍ରଭାବରେ କିଛି ରାଶିର ଲୋକଙ୍କୁ ଅଶୁଭ ପରିଣାମ ଭୋଗ କରିବାକୁ ପଡିବ ଏବଂ ଆଉକିଛି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଅଳ୍ପ ପରିଶ୍ରମର ଆଶାନୁରୂପ ସଫଳତା ହାସଲ କରିବେ।

ପୁରାଣ ଶାସ୍ତ୍ର ଅନୁସାରେ ମହାଭାରତ ଚାଲିଥିବା ସମୟରେ ଦୁଇଟି ଗ୍ରହଣ ଏକାସହିତ ପଡ଼ିଥିଲେ, ଯାହାଫଳରେ ଲକ୍ଷ ଲକ୍ଷ ସୈନିକ ସେହିଦିନ ମୃତ୍ୟୁବରଣ କରିଥିଲେ। ତେଣୁ ଏହି ଗ୍ରହଣକୁ ଅତ୍ୟନ୍ତ ଅଶୁଭ ମାନା ଯାଇଛି। ନଭେମ୍ବର ୮ ତାରିଖରେ ପଡ଼ୁଥିବା ଚନ୍ଦ୍ରଗ୍ରହଣ ଭାରତ ସମେତ ଉତ୍ତର ଓ ପୂର୍ବ ୟୁରୋପ,ଅଷ୍ଟ୍ରେଲିଆ, ଏସିଆ, ଉତ୍ତର – ଦକ୍ଷିଣ ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ ଏବଂ ହିନ୍ଦ୍ ମହାସାଗରରେ ଦେଖିବାକୁ ମିଳିବ।

ଏହି ଚନ୍ଦ୍ରଗ୍ରହଣର ପ୍ରଭାବରେ ଭାରତରେ କିଛି କ୍ଷେତ୍ରରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇପାରେ। ଭାରତର ସମୟ ଅନୁସାରେ ନଭେମ୍ବର ୮ ତାରିଖ ଦିନ ଦ୍ବିପ୍ରହର ୧: ୩୨ ଘଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୭:୨୭ ଘଟିକା ପର୍ଯ୍ୟନ୍ତ ରହିବ। ଚନ୍ଦ୍ରଗ୍ରହଣ ଚାଲିଥିବା ସମୟରେ କେବେବି ସ୍ନାନ, ପୂଜା କର୍ମ, ଧର୍ମ କାର୍ଯ୍ୟ ଅଥବା ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ସମୟରେ ଦାନ ଭଳି ପୁଣ୍ୟ କାର୍ଯ୍ୟ କରିବା ଆବଶ୍ୟକ। ଏହିସମୟରେ କୌଣସି ଗର୍ଭବତୀ ମହିଳାଙ୍କୁ ଘରୁ ବାହାରିବା ଉଚିତ ନୁହେଁ। ନଚେତ ଏହାର ଖରାପ ପ୍ରଭାବ ଛୁଆ ଉପରେ ପଡ଼ିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *