Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ ଏହି 6 ଗୋଟି କାର୍ଯ୍ୟ କଦାପି କରନ୍ତୁ ନାହିଁ। ନଚେତ ଘରକୁ ମାଡି ଆସିବ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ସୋମବାର , ଗୁରୁବାର, ଶନିବାର ସହିତ ଶୁକ୍ରବାର ଦିନ ବ୍ରତ କରୁଥିଲେ କେଉଁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଯାହା ଶାସ୍ତ୍ରରେ ସ୍ପଷ୍ଟ ରୂପରେ ବର୍ଣ୍ଣନା କରାଯାଇଛି। ଶୁକ୍ରବାର ଦିନ କିଛି ଏଭଳି କାର୍ଯ୍ୟ କରିବା ଉଚିତ ନୁହେଁ

ଯାହାଫଳରେ ଧନହାନୀ ହୋଇଥାଏ, ଘରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ବେଳେବେଳେ ଆମେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ନଥାଉ। ଏହାର ପ୍ରମୁଖ କାରଣ ହେଉଛି, ଆମର ଜାଣତରେ ହେଉ ଅବା ଅଜାଣତରେ କିଛି ଭୁଲ କାର୍ଯ୍ୟ ଯୋଗୁଁ ଆମକୁ କଠିନ ସମସ୍ୟାର ସମ୍ବା କରିବାକୁ ପଡିଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କର ବ୍ରତ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଯଦି ଆପଣ ବ୍ରତ କରି ପାରୁ ନାହାଁନ୍ତି, ତାହେଲେ ପ୍ରତ୍ୟେକ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଧାର୍ମିକ ମାନ୍ୟତା ଅନୁସାରେ ଦେବୀ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁ ଏବଂ ପ୍ରଭୁ ଶ୍ରୀଗଣେଶଙ୍କର ମଧ୍ୟ ପୂଜା କରିବା ଆବଶ୍ୟକ। ଦେବୀ ଲକ୍ଷ୍ମୀଙ୍କୁ ପଶୁପକ୍ଷୀ ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ପ୍ରତ୍ୟେକ ଦିନ ଘରକୁ ଆସୁଥିବା ପଶୁ ଓ ପକ୍ଷୀଙ୍କୁ ଭୋଜନ କରାନ୍ତୁ।

ଝିଟିପିଟିକୁ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଇଥାଏ। ତେଣୁ ଠାକୁର ଘରେ ଝିଟିପିଟି ଦେଖିଲେ ଶୁଭ ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବାକୁ ଚାହୁଁଥିଲେ, ପ୍ରତ୍ୟେକ ଦିନ ରାତିରେ ଶୋଇବା ପୁର୍ବରୁ ଅଇଁଠା ବାସନ ସଫା କରି ଶୁଅନ୍ତୁ। ଝାଡୁ ଦେହରେ ଗୋଡ଼ ବାଜିଲେ ତୁରନ୍ତ ପ୍ରଣାମ କରନ୍ତୁ। ନଚେତ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡିପାରେ। ଘରକୁ ସବୁବେଳେ ସଫାସୁତୁରା ରଖନ୍ତୁ, କାରଣ ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ସ୍ଥାନ ପସନ୍ଦ ଅଟେ। ବାରମ୍ବାର ଅପରିଷ୍କାର ରହୁଥିବା ଘରକୁ ଦେବୀ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *