Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ରଗ୍ରହଣ ୨୦୨୨ , ଏହି ଚାରୋଟି ରାଶିର ବ୍ୟକ୍ତି ବିଶେଷ ହେବେ ବିପୁଳ ଧନର ଅଧିକାରୀ

ସେୟାର୍ କରନ୍ତୁ

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ଏକ ଦୀର୍ଘ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହି ଗ୍ରହଣ ଓଡ଼ିଶା ସହିତ ପୁରା ଦେଶରେ ପୂର୍ଣ୍ଣ ଦୃଶ୍ୟମାନ ହେବାକୁ ଯାଉଛି । ଏହି ଗ୍ରହଣ ଅନ୍ୟ ଦେଶରେ ମଧ୍ୟ ଦୃଶ୍ୟମାନ ହେବ । ଯାହା ହେଉଛି ଆମେରିକା , ଋଷ , ଅଷ୍ଟ୍ରେଲିଆ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଦୃଶ୍ୟମାନ ହେବାକୁ ଯାଉଛି ।

ତେବେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସିଥାଏ ସେତେବେଳେ ଚନ୍ଦ୍ରମାର ଛାଇ ପୃଥିବୀ ଉପରେ ପଡ଼ିଥାଏ । ତାହା ଚନ୍ଦ୍ରଗ୍ରହଣ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଚନ୍ଦ୍ରଗ୍ରହଣର ପୁରା ପ୍ରଭାବ ଦେଶ ଦୁନିଆରେ ପଡ଼ିଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ଚନ୍ଦ୍ରଗ୍ରହଣର ସମୟ ଏବଂ କିଛି ନୀତି ନିୟମ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ କିଛି ସଚେତନତା ବିଷୟରେ କହିବୁ ।

ଏହି ଗ୍ରହଣର ସୂତକ କାଳ ନଅ ଘଣ୍ଟା ପୂର୍ବରୁ ହିଁ ଲାଗିଯିବ । ଭାରତର ସମୟ ଅନୁଯାୟୀ ନଭେମ୍ବର 8 ରେ ଏହି ଗ୍ରହଣ ଦ୍ୱିପ୍ରହର 01.33 ରୁ ସନ୍ଧ୍ୟା 07.27 ପର୍ଯ୍ୟନ୍ତ ଦେଖାଯିବ । ତେଣୁ ଗ୍ରହଣର ସୂତକ କାଳ ସମୟରେ ଏହି କିଛି ନିୟମ ମାନିବା ଉଚିତ । ଏହି ସମୟରେ ରୋଷେଇ କରିବା ଉଚିତ ନୁହେଁ । କାରଣ ଏହି ସମୟରେ ପେଟରେ ଖାଦ୍ୟ ରହିବା ଆଦୋୖ ଭଲ ନୁହେଁ ।

ତେଣୁ ନଅ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରାଯାଇଥାଏ । ଏହି ସମୟରେ ଗର୍ଭବତୀ ମହିଳା ମାନେ ବିଶେଷ ଭାବରେ ସତର୍କ ରହିବାର ଅବଶ୍ୟକତା ରହିଛି ।ଗର୍ଭବତୀ ମହିଳା ଘର ବାହାରକୁ ଯିବା ଉଚିତ ନୁହେଁ । ଏହି ସମୟରେ ସ୍ନାନ କରିବା , ଦାନ୍ତ ସଫା କରିବା କିମ୍ବା ମୁଣ୍ଡ କୁଣ୍ଡାଇବା ମଧ୍ୟ ବର୍ଜିତ ଅଟେ । ଏହି ସମୟରେ ଗର୍ଭବତୀ ମହିଳା କୌଣସି ଧାରୁଆ ଅସ୍ତ୍ରକୁ ଧରିବା ଉଚିତ ନୁହେଁ ।

ମୋଟା ପରଦାରେ କବାଟ ଝରକା ଢାଙ୍କି ଦିଅନ୍ତୁ । ଏହି ସମୟରେ ଯେତେ ସମ୍ଭବ କମ କୁହନ୍ତୁ ଏବଂ ଭଗବାନଙ୍କ ଜପ କରନ୍ତୁ ମାତ୍ର ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ । ଏହି ସମୟରେ ଚନ୍ଦ୍ର ମନ୍ତ୍ରର ଜପ କରନ୍ତୁ ଏବଂ ଏହି ସମୟରେ ଚପଲ ପିନ୍ଧିବା ଉଚିତ ନୁହେଁ । ନିଜ ପାର୍ଟନର ଠାରୁ ଦୂରେଇ ରହିବା ଉଚିତ । ଏହି ସମୟରେ ସନ୍ତାନ ଉତ୍ପତ୍ତି ବିଷୟରେ ଭାବିବା ଉଚିତ ନୁହେଁ । ଏହି ସମୟରେ ଯେଉଁ ସନ୍ତାନ ଗର୍ଭରେ ପଡ଼ିଥାଏ ସେ ଅଶୁଭ ହୋଇଥାଏ । ଏପରି କୁହାଯାଏ ଯେ ରାକ୍ଷସ ପ୍ରବୃତ୍ତିର ସେହି ପିଲା ହୋଇଥାଏ । ସୂତକ କାଳ ସମୟରେ ଘରର ଝରକା କବାଟ ବନ୍ଦ କରି ଦିଅନ୍ତୁ ।

ଚନ୍ଦ୍ରଗ୍ରହଣ ପରେ ସ୍ନାନ କରିବା ଉଚିତ ଏବଂ ଘରକୁ ଶୁଦ୍ଧ କରିନେବା ଉଚିତ । ଯାହାଦ୍ୱାରା ମଙ୍ଗଳ ହୋଇଥାଏ । ଏହି ସମୟରେ କାହା ସହ କଥା ହୁଅନ୍ତୁ ନାହିଁ । କାହା ସହ ଝଗଡ଼ା କରନ୍ତୁ ନାହିଁ । ନଚେତ ଘର ଲୋକଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ । ଏହି ସମୟରେ ଚନ୍ଦ୍ରଙ୍କ ଠାରୁ ବାହାରୁ ଥିବା କିରଣ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ତେଣୁ ଏହି ସମୟରେ କବାଟ ଝରକା ନିଶ୍ଚିତ ଭାବରେ ବନ୍ଦ କରି ରଖନ୍ତୁ ।

ଏହି ଗ୍ରହଣ ସମୟ ଚାରୋଟି ରାଶି ପାଇଁ ଅତ୍ୟନ୍ତ ପ୍ରଭାବୀ ରହିବ ଏବଂ ଭାଗ୍ୟ ନେଇ ଆସିବ । ତେବେ ସେହି ରାଶି ଗୁଡ଼ିକ ହେଉଛନ୍ତି ମିଥୁନ ରାଶି , କର୍କଟ ରାଶି , ବିଛା ରାଶି ଏବଂ କୁମ୍ଭ ରାଶି । ଏହି ରାଶି ଗୁଡ଼ିକ ଉପରେ ଚନ୍ଦ୍ର ଗ୍ରହଣ କାରଣରୁ ଏହି ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ମାନ ସମ୍ମାନର ପ୍ରତିଷ୍ଠା ହେବାକୁ ଯାଉଛି ଏବଂ ପରିବାର ସଦସ୍ୟଙ୍କର ସହାୟତା ମିଳିବାକୁ ଯାଉଛି । ଆର୍ଥିକ ଲାଭ ହେବାକୁ ଯାଉଛି । ମାତ୍ର ଏହି ସମୟରେ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *