Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ପୁର୍ଣିମା 2022 | ପଞ୍ଚୁକ ରାଶିଫଳ 2022 |

ସେୟାର୍ କରନ୍ତୁ

ବନ୍ଧୁଗଣ ପଞ୍ଚୁକ ର ଏହି ପବନ ପାବନ ପାର୍ବତୀ ଆରମ୍ଭ ହୋଇଯାଇଛି | କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ ପୁରୁଷ ସ୍ତ୍ରୀ ପୁଅ ଝିଅ ସମସ୍ତେ ମହାବ୍ରତ ବ୍ରତସ୍ନାନ କରି ପାଞ୍ଚ ଦିନ ଯାଏଁ ପଞ୍ଚୁକ ପାଳନ କରିଥାନ୍ତି | ପିତାମହ ଭୀଷ୍ମ ବାସୁଦେବ କୃଷ୍ଣ ଙ୍କ ଠାରୁ କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବାକୁ କହିଥିଲେ |

ସେହି ଅନୁସାରେ ଏହାର ନାମ କାରଣ ଭୀଷ୍ମ ପଞ୍ଚୁକ ବୋଲି କରାଯାଇଛି | ତେଣୁ ପଞ୍ଚୁକ ରେ ଭୁଲ ରେ ବି କରନ୍ତୁ ନାହିଁ ଏହି 5 କାମ, ଭାରତୀୟ ସଂସ୍କୃତି ଅନୁଯାୟୀ ସମସ୍ତ କାର୍ଯ୍ୟ କରିବା ପୂର୍ବରୁ ଶୁଭ ଏବଂ ଅଶୁଭ ମୁହୂର୍ତ୍ତ ଦେଖାଯାଇଥାଏ | ଜ୍ୟୋତିଷ ଙ୍କ ଅନୁଯାୟୀ ଶୁଭ ସମୟ ରେ କାର୍ଯ୍ୟ କରିବା ଶୁଭ ହୋଇଥାଏ ଏବଂ ଅଶୁଭ ସମୟ ରେ କାର୍ଯ୍ୟ କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ | ତେବେ ଏହି 5 କାର୍ଯ୍ୟ ଭୁଲ ରେ ବି କରନ୍ତୁ ନାହିଁ –

1. ପୁରାଣ ଅନୁଯାୟୀ ପଞ୍ଚୁକ ରେ ଭୁଲ ରେ ବି ବିଞ୍ଚଣା ଉପରେ ବସି ମନ୍ତ୍ର ପାଠ କରନ୍ତୁ ନାହିଁ | ଏହିପରି କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ, ଧ୍ୟାନ ରଖନ୍ତୁ ପଞ୍ଚୁକ କାର୍ତ୍ତିକ ମାସର ସବୁଠାରୁ ଗୁରୁତ୍ୱପୂର୍ଣ ଦିନ ହୋଇଥାଏ ତେଣୁ ଏହି ଦିନ ଏମିତି କିଛି କର୍ମ କରନ୍ତୁ ନାହିଁ ଯାହା ଦ୍ୱାରା ଭଗବାନ ଅପ୍ରସନ୍ନ ହେବେ | ଏହା ଦ୍ୱାରା ଘୋର ପାପ ଲାଗିଥାଏ ଏବଂ ଜୀବନରେ ଧନର ଅଭାବ ହୋଇଥାଏ |

2.ପଞ୍ଚୁକ ର ଧନିଷ୍ଠ ନକ୍ଷେତ୍ର ସମୟରେ ଧ୍ୟାନ ରଖନ୍ତୁ ଘାସ କାଠ ଏବଂ ଜଳୁଥିବା ବସ୍ତୁ କୁ କେବେ ବି ଏକାଠି କରନ୍ତୁ ନାହିଁ |ଏହାକୁ ଶାସ୍ତ୍ର ଅନୁସାରେ ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଥାଏ |

3.ପଞ୍ଚୁକ ରେ କେବେ ବି ଦକ୍ଷିଣ ଦିଗ କୁ ଯାତ୍ରା କରନ୍ତୁ ନାହିଁ କାରଣ ଏହି ଦିଗ ଯମ ଙ୍କ ଦିଗ ହୋଇଥାଏ ଏହାକୁ ମୁତ୍ୟୁ ର ଦିଗ ବୋଲି କୁହାଯାଏ | ତେଣୁ ଏହି ଦିଗକୁ ଯାତ୍ରା କରିବା ଅଶୁଭ ହୋଇଥାଏ |.

4.ପଞ୍ଚୁକ ସମୟରେ ଯେତେବେଳେ ରେବତୀ ନକ୍ଷେତ୍ର ଲାଗିଥାଏ ସେହି ସମୟରେ ଘରର ଛାତ ତିଆରି କରିବା ଉଚିତ ହୋଇନଥାଏ | ତେଣୁ ଏହି ସମୟରେ କେବେ ବି ଘରର ଛାତ ପକାନ୍ତୁ ନାହିଁ |

5. କାର୍ତ୍ତିକ ମାସରେ ଶବର ସଂସାର କରିବା ଆଗରୁ କୋୖଣସି ଯୋଗ୍ୟ ଜ୍ୟୋତିଷଙ୍କ ସହ ପରମାର୍ଶ କରିନିଅନ୍ତୁ |

ଏହା ସହ ଏହି ସମୟରେ ବ୍ୟାପାର, ନିର୍ଭନ୍ଧ, ବାହାଘର ଆଦି ଶୁଭ କାର୍ଯ୍ୟ କରିଲେ ମଧ୍ୟ ଶୁଭ ଫଳ ପ୍ରାପ୍ତି ହୋଇଥାଏ |

ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ଯେଉଁ ରାଶି ମାନଙ୍କର ଏହି ପଞ୍ଚୁକରେ ଭାଗ୍ୟ ବଦଳିବାର ଅଛି |

1. ବୃଷ ରାଶି :- ଏହି ରାଶିର ଲୋକମାନଙ୍କ ପାଇଁ ଏହି ପଞ୍ଚୁକ ବହୁତ ଶୁଭ ରହିବ | ଏହି ଲୋକଙ୍କର ଭବିଷ୍ୟତରେ ରାଜଯୋଗ ଆସିବାକୁ ଯାଉଛି | ଏହି ରାଶିର ଲୋକମାନଙ୍କର ଅଟକି ଯାଇଥିବା କାର୍ଯ୍ୟ ସମାପ୍ତ ହେବ | ନୂତନ ଚାକିରି ମଧ୍ୟ ମିଳିପାରେ |ଏହି ରାଶିର ଲୋକମାନଙ୍କ ଜୀବନରେ ଅନେକ ଉନ୍ନତି ହେବ |

2.କର୍କଟ ରାଶି :- ଏହି ରାଶିର ଲୋକମାନଙ୍କର ଭାଗ୍ୟ ଏହି ପଞ୍ଚୁକ ପର ଠାରୁ ସୁଧୁରିବାକୁ ଯାଉଛି | ଏହି ରାଶିର ଲୋକ ମାନଙ୍କର ଦାମ୍ପତ୍ୟ ଜୀବନ ଅତି ସୁଖ ମୟ ହୋଇଯିବ | ଏହି ରାଶିର ଲୋକଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ | ଏବଂ ନିଜ ଜୀବନସାଥିଙ୍କ ସହ ନିଜ ଜୀବନ ଅତି ସୁଖରେ କାଟିବେ |

3.ତୁଳା ରାଶି :-ଏହି ରାଶିର ଲୋକମାନେ ପଞ୍ଚୁକ ପରେ ଯେଉଁ କାମ ଆରମ୍ଭ କରିବେ ସବୁ କାମରେ ତାଙ୍କୁ ସଫଳତା ପ୍ରାପ୍ତ ହେବ | ଏହି ରାଶିର ଲୋକଙ୍କ ଜୀବନରେ ମାତା ଲଷ୍ମୀଙ୍କର କୃପାରୁ କୋୖଣସି ପ୍ରକାରର ଆର୍ଥିକ ସମସ୍ୟା ରହିବ ନାହିଁ |

4.କୁମ୍ଭ ରାଶି :- ଏହି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ଏହି ପଞ୍ଚୁକ ଠାରୁ ପରିବର୍ତ୍ତନ ହେବାକୁ ଯାଉଛି | ଏହି ରାଶିର ଲୋକଙ୍କ ଉପରେ ମାତା ଲଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବ | ଏହି ରାଶିର ଲୋକମାନଙ୍କର ଅନେକ ସମସ୍ୟା ତାଙ୍କର ଆସୁଥିବା ଭଲ ସମୟରେ ଦୂର ହୋଇଯିବ | ଏବଂ କୋୖଣସି ପ୍ରକାରର ଆର୍ଥିକ ସଙ୍କଟ ମଧ୍ୟ ସେମାନଙ୍କ ଜୀବନରେ ଆସିବ ନାହିଁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *