Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ମୂଳରେ ଏହି ତିନୋଟି ଜିନିଷ କେବେବି ଅର୍ପଣ କରନ୍ତୁ ନାହିଁ। ନଚେତ ଦେବୀ ଲକ୍ଷ୍ମୀଙ୍କ କୋପରେ ନଷ୍ଟ ହୋଇଯିବ ଘର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ତୁଳସୀ ଗଛ ସମ୍ବନ୍ଧିତ କିଛି ବିଶେଷ ଅନୁଚିନ୍ତା ବିଷୟରେ ଆଲୋଚନା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କୁ କହିବୁ କି, ତୁଳସୀ ଗଛ ମୂଳରେ କେଉଁ ଜିନିଷ ଅର୍ପଣ କରିବା ଉଚିତ ନୁହେଁ ଅଥବା ତୁଳସୀ ଗଛର ଚମତ୍କାର କଣ? ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ଅତ୍ୟନ୍ତ ଶୁଭ ଓ ଚମତ୍କାର ମାନା ଯାଇଛି। ତୁଳସୀ ଗଛ ଭାଗଣ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ଭରି ରହିଛି, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ। ଅଧିକାଂଶ ଲୋକେ ଥଣ୍ଡା, କାଶ, ଜ୍ଵର ହେଲେ ତୁଳସୀ ପତ୍ରର ସେବନ କରିଥାନ୍ତି। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଗଛ ଦେବୀ ସ୍ୱରୂପ ପୂଜା ପାଇ ଥାଆନ୍ତି।

ପ୍ରତ୍ୟେକଦିନ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ତୁଳସୀ ଗଛ ମୂଳରେ ସକାଳୁ ସ୍ନାନ କରି ଜଳ ଅର୍ପଣ କରିବା ଉଚିତ ଏବଂ ସନ୍ଧ୍ୟା ସମୟରେ ଘିଅର ଦୀପ ପ୍ରଜ୍ବଳନ କରିବା ଆବଶ୍ୟକ।ଏଭଳି କରିବା ଦ୍ୱାରା ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଯଦି ଆପଣଙ୍କୁ କାରବାରରେ ଆର୍ଥିକ କ୍ଷତି ସହିବାକୁ ପଡୁଛି, ତାହେଲେ ପ୍ରତ୍ୟେକ ଶୁକ୍ରବାର ଦିନ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।

ଯଦି ଆପଣ ସ୍ନାନ କରି ନାହାନ୍ତି, ତାହେଲେ ତୁଳସୀ ଗଛକୁ ସ୍ପର୍ଶ କରନ୍ତୁ ନାହିଁ। ତୁଳସୀ ଗଛ ପାଖରେ କେବେବି ଦୂଷିତ ପାଣି ପକାନ୍ତୁ ନାହିଁ। ଦେବୀ ବୃନ୍ଦାବତୀ ରୁଷ୍ଟ ହେଲେ ଦେବୀ ଲକ୍ଷ୍ମୀଙ୍କର କୋପ ସହିବାକୁ ପଡ଼ିଥାଏ। ସର୍ବଦା ତୁଳସୀ ଚଉରାକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ଘର ପରିବାର ସୁଖ ସମୃଦ୍ଧିରେ ଭରି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *