Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ନିଶ୍ଚିତ ଭାବରେ କରନ୍ତୁ ଏହି କାର୍ଯ୍ୟ, ବଦଳିଯିବ ଆପଣଙ୍କ ଭାଗ୍ୟ। ସମସ୍ତ ମନସ୍କାମନା ହେବ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କୌଣସି ଧାର୍ମିକ କାର୍ଯ୍ୟରେ ବା ଅନୁଷ୍ଠାନରେ ଆମେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରିଥାଉ। ଭଗବାନ ଗଣେଶଙ୍କୁ କାହିଁକି ପ୍ରଥମେ ପୂଜା କରାଯାଏ? ଏହାର କାରଣ ହେଉଛି ଆମେ ଯେଉଁ ଧାର୍ମିକ କାର୍ଯ୍ୟ ବା ଅନୁଷ୍ଠାନ କରିଥାଉ, ସେଠାରେ ସବୁ ବାଧାବିଘ୍ନ ଭଗବାନ ଶ୍ରୀଗଣେଶ ଦୂର କରି ଦେଇଥାନ୍ତି। ଭଗବାନ ଶ୍ରୀଗଣେଶଙ୍କ ଗାୟତ୍ରୀ ମନ୍ତ୍ର ହେଉଛି – ଏକ ଦନ୍ତାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧିମହୀ ତନୋ ଦନ୍ତୀ ପ୍ରଚୋଦୟାତ୍।।

ଯଦି ଆପଣ ଏହି ଗାୟତ୍ରୀ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। ଯଦି ଆପଣଙ୍କ ଜୀବନରେ କୌଣସି ବାଧା ଉତ୍ପନ୍ନ ହେଉଛି ବା ଆପଣଙ୍କ କୌଣସି କାମନା ଅପୂର୍ଣ୍ଣ ରହି ଯାଉଛି ବା ବ୍ୟବସାୟରେ କ୍ଷତି ସହିବାକୁ ପଡୁଛି, ତାହେଲେ ଆପଣ ବୁଧବାର ଦିନ ଭଗବାନ ଶ୍ରୀଗଣେଶଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଏବଂ ତାଙ୍କର ପୂଜା ଆରାଧନା କରନ୍ତୁ। ଦେଖିବେ ଆପଣଙ୍କର କାର୍ଯ୍ୟରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯିବ।

ବୁଧବାର ଦିନ ଭଗବାନ ଶ୍ରୀଗଣେଶ ଏବଂ ବୁଧ ଗ୍ରହକୁ ସମର୍ପିତ ଅଟେ। ଏହିଦିନ ଭଗବାନ ଶ୍ରୀଗଣେଶଙ୍କର ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଯଦି ଆପଣଙ୍କ ମନରେ କୌଣସି ଅଭିଳାଷା ରହିଛି, ତାହେଲେ ଭଗବାନ ଶ୍ରୀଗଣେଶଙ୍କ ସଚ୍ଚୋଟ ମନରେ ଆରାଧନା କରନ୍ତୁ ଏବଂ ଭୋଗ, ଫଳ, ଫୁଲ, ଦୁବ ଆଦି ମଧ୍ୟ ଅର୍ପଣ କରନ୍ତୁ। ଦେଖିବେ ପ୍ରଭୁ ଶ୍ରୀଗଣେଶ ଆପଣଙ୍କ ଉପରେ ପ୍ରସନ୍ନ ହେବେ।

ବୁଧବାର ଦିନ ପୂଜାରେ ଆପଣ ଭଗବାନ ଶ୍ରୀଗଣେଶଙ୍କୁ ଇତ୍ତର, ଲଡୁ, ଦୁବ ଆଦି ଅର୍ପଣ କରି ମଧ୍ୟ ଆଶାନୁରୂପ ସୁଫଳ ପାଇ ପାରିବେ। ପୂଜାରେ ହଳଦିଆ ଫୁଲ ବ୍ୟବହାର କରନ୍ତୁ। ଏହାସହିତ ଅଖଣ୍ଡ ଚାଉଳ ମଧ୍ୟ ଅର୍ପଣ କରନ୍ତୁ। ଯଦି ଆପଣ ଘରେ ଲଡୁ ପ୍ରସ୍ତୁତ କରି ଭଗବାନ ଗଣେଶଙ୍କୁ ଅର୍ପଣ କଲେ ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *