Excuse Me Odisha

ଯାହା କହିବୁ ସତ କହିବୁ

ଦାରିଦ୍ର୍ୟତା ଦୂର କରିବା ପାଇଁ ଗୋମାତାଙ୍କୁ ଖୁଆଇ ଦିଅନ୍ତୁ ଏହି ଗୋଟେ ଜିନିଷ। ଆପଣଙ୍କ ଉପରେ ଧନର ବର୍ଷା ହେବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ଧର୍ମରେ ଗାଈକୁ ମାଆ ବୋଲି କୁହାଯାଇଛି। ଗାଈ ମଧ୍ୟରେ ୩୩ କୋଟି ଦେବତା ଓ ଦେବୀ ମାନେ ବାସ କରିଥାନ୍ତି। ଗାଈ ଉପରେ ପ୍ରତ୍ୟେକ ଗ୍ରହ ଓ ନକ୍ଷତ୍ରର ପ୍ରଭାବ ପଡିଥାଏ। ଗାଈର ପିଠି ହାଡ଼ରେ ସୂର୍ଯ୍ୟ କେତୁ ହାଡ଼ ଥାଏ। ଗାଈର କ୍ଷୀର ମଣିଷ ମାନଙ୍କ ପାଇଁ ଅମୃତ ଅଟେ। ଆଜି ଆମେ ଆପଣଙ୍କୁ ଗାଈ ସମ୍ବନ୍ଧୀୟ କିଛି ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ।

ସନାତନ ଧର୍ମ ଅନୁସାରେ ଗାଈର ସେବାକୁ ପୁଣ୍ୟ ବୋଲି ମାନା ଯାଇଛି। ଯେଉଁମାନେ ଗାଈର ସେବା କରିଥାନ୍ତି, ସେମାନଙ୍କ ଉପରେ ଗୋମାତାଙ୍କର ଆଶୀର୍ବାଦ ରହିଥାଏ ଏବଂ ତାଙ୍କ ଉପରେ ଆସୁଥିବା ସମସ୍ତ ଦୁଃଖକଷ୍ଟକୁ ଗୋମାତା ହରଣ କରି ନେଇ ଥାଆନ୍ତି। କୁହାଯାଏ କି ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରି ଥାଏ। ଗାଈର ଖୁରାରେ ଲାଗିଥିବା ଧୂଳିକୁ ମନୁଷ୍ୟ ନିଜ ମଥାରେ ଲଗାଇଲେ ତାର ସବୁ ପାପ ନଷ୍ଟ ହୋଇ ଯାଇଥାଏ।

ଯଦି ଆପଣ ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରତ୍ୟେକଦିନ ଗାଈକୁ ସବୁଜ ଘାସ ଏବଂ ଘରେ ପ୍ରସ୍ତୁତ କରିଥିବା ରୁଟିକୁ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। ଗାଈ ଦାନ କରିବା ଶାସ୍ତ୍ରରେ ଶୁଭ ବୋଲି ମାନା ଯାଇଛି। ଯଦି କୁଣ୍ଡଳୀରେ ମଙ୍ଗଳ ଗ୍ରହର ସ୍ଥିତି ଅଶୁଭ ରହିଛି, ତାହେଲେ କୌଣସି ଅସହାୟ ବା ବ୍ରାହ୍ମଣଙ୍କୁ ଗାଈ ଦାନ କରିବା ନିହାତି ଆବଶ୍ୟକ ଅଟେ। ବେଳେବେଳେ ଆମ ମନରେ ପ୍ରଶ୍ନ ଆସିଥାଏ କି, ଆମେ ଗାଈକୁ ଅଇଁଠା ଖାଦ୍ୟ ଦେବା ଉଚିତ କି ନାହିଁ?

ଏହାର ଏକ ପୌରାଣିକ କଥା ରହିଛି। ରାମାୟଣରେ ବାଲ୍ମୀକି ସୀତା ମାଆଙ୍କ ଦ୍ଵାରା ରାଜା ଦଶରଥଙ୍କୁ ପିଣ୍ଡ ଦାନ କରାଇ ଥିଲେ।ରାମସୀତାଙ୍କ ବନବାସ ସମୟରେ ଥରେ ପ୍ରଭୁ ଶ୍ରୀରାମ ଓ ଭାଇ ଲକ୍ଷ୍ମଣ ପିଣ୍ଡ ଦାନର ସାମଗ୍ରୀ ଆଣିବା ପାଇଁ ବନକୁ ଯାଇଥିଲେ। ସେମାନେ ଯିବା ପରେ ରାଜା ଦଶରଥଙ୍କ ଆତ୍ମା ଦେବୀ ସୀତାଙ୍କୁ ତାଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡ ମାଗି ଥିଲେ।

ମାଆ ସୀତା ସମସ୍ୟାରେ ପଡିଗଲେ। ତେଣୁ ସେ ଫାଲଗୁ ନଦୀ, କେତକୀ ଫୁଲ, ଗାଈ ଓ ବରଗଛକୁ ସାକ୍ଷୀ ରଖି ବାଲିରେ ପିଣ୍ଡ ଦାନ କରି ଦେଇଥିଲେ। କିଛି ସମୟ ପରେ ରାମ ଓ ଲକ୍ଷ୍ମଣ ଆସିଲେ , ଦେବୀ ସୀତା କହିଲେ – ପିଣ୍ଡ ଦାନର ମୁହୂର୍ତ୍ତ ଗଡି ଯାଉଥିବାରୁ ମୁଁ ବାଲିରେ ପିଣ୍ଡ ଦେଇ ଦେଲି। ଏହାର ପ୍ରମାଣ ପାଇଁ ଗାଈକୁ ପଚରା ଯାଇଥିଲେ ମଧ୍ୟ ଗାଈ ମିଥ୍ୟା କହିଥିଲା। ତେଣୁ ମାଆ ସୀତା ଗାଈକୁ ଅଇଁଠା ଖାଇବାର ଅଭିଶାପ ଦେଇ ଥିଲେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *